ଅପରାଧ ରାଜ୍ୟ

ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁରେ ଅନଲାଇନ ଠକେଇ, ପୋଲିସ ହାତରେ ଲାଗିଲା ପ୍ରମାଣ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁ ରେ ଅନଲାଇନ ଠକେଇ ଘଟଣା ନେଇ ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି। ଫେକ୍ ୱେବ୍ ସାଇଟ୍ ଖୋଲି ଠକେଇ କରିଥିବା ଅଭିଯୁକ୍ତ ପ୍ରମୋଦ ଶାହାର ସମସ୍ତ ତଥ୍ୟ ପୋଲିସ ହାତରେ ଲାଗିଛି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଏନେଇ ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେବା ଠିକ୍ ହେବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ପକ୍ଷରୁ ଖୁବଶୀଘ୍ର ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତାକୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି।

ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ନାଁରେ ଫେକ୍ ଆଇଡି କରି ପ୍ରମୋଦ ଶାହା ନାମକ ଜଣେ ବ୍ୟକ୍ତି ଏହି ଅନଲାଇନ ଠକେଇ କରୁଥିଲା। ଏ ନେଇ ଗତକାଲି ସାଇବର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଗୋ ଡାଡି ସାଇଟରେ ନୀଳାଚଳ ଭକ୍ତ ନିବାସ ୮୯ ନାମକ ଏକ ଫେକ୍ ଆଇଡି ଖୋଲିଥିଲା ସମ୍ପୃକ୍ତ ଅଭିଯୁକ୍ତ। ତେବେ ଶ୍ରୀମନ୍ଦିର ପ୍ରଶାସନର ଥିବା ଅଫିସିଆଲ୍ ୱେବ୍ ସାଇଡ୍ www.shreejagannath.in କୁ ଯାଇ ଭକ୍ତ ମାନେ ସମସ୍ତ ଯାତ୍ରୀ ନିବାସରେ ଅନଲାଇନ ମାଧ୍ୟମରେ ରୁମ୍ ବୁକ୍ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏଥିରେ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ସମସ୍ତ ଯାତ୍ରୀ ନିବାସର ଫୋନ ନମ୍ବର, ମ୍ୟାନେଜରଙ୍କ ଫୋନ୍ ନମ୍ବର ମଧ୍ୟ ଉପଲବ୍ଧ ରହିଛି। ଏଣୁ ଅଲଗା ସାଇଡକୁ ଯାଇ ରୁମ୍ ବୁକ୍ କରିବାର କୈାଣସି ଆବଶ୍ୟକତା ନାହିଁ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।