ଧର୍ମ

ନୀଳଗିରି ରଥଯାତ୍ରା ନେଇ ବଢିଲା ଆଶା, ସୁପ୍ରିମକୋର୍ଟରେ ମାମଲା ରୁଜୁ କଲେ ବରିଷ୍ଠ ଆଇନଜୀବୀ

ନୀଳଗିରି,୩/୭: କୋଭିଡ କଟକଣା ପାଇଁ ଚଳିତ ବର୍ଷ ରଥଯାତ୍ରା ପୁରୀ ଛଡ଼ା ଆଉ କେହି ସ୍ଥାନରେ ହେବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ପୂର୍ବରୁ ନୀଳଗିରି ରେ ରଥନିର୍ମାଣକୁ ନେଇ ବହୁ ତମ୍ବିତୋଫାନ ଉଠିଥିଲା । ପରେ ପ୍ରଶାସନର ଅଚାନକ ଚଢ଼ାଉ ଆଉ ମହାରଣାଙ୍କୁ ଗିରଫ କରିବା ପରେ ଧାର୍ମିକ ଭାବନା ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଥିଲା ।

ପରେ ସରକାରଙ୍କ ନିଷ୍ପତ୍ତି ଓ ହାଇକୋର୍ଟଙ୍କ ନିର୍ଦେଶ ପରେ ରଥଯାତ୍ରା ଆଶା ମଉଳି ଯାଇଥିଲା । ହେଲେ ଭକ୍ତ, ଧାର୍ମିକ ଭାବାବେଗ ଓ ନୀଳଗିରିବାସୀ ଙ୍କ ଐତିହ୍ୟକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ଼ଃ ସୁଶାନ୍ତ କୁମାର କାନୁନଗୋ ଏକ ମାମଲା ରୁଜୁ କରିଛନ୍ତି । ଫଳରେ ପୁଣି ଥରେ ରଥଯାତ୍ରା ହେବା ନେଇ ଆଶା ସଂଚାର ହୋଇଛି । ନୀଳଗିରି ଜଗନ୍ନାଥ ପ୍ରେମୀ ମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀଙ୍କର ଏଭଳି ନିଆରା ପ୍ରୟାସକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରଥଯାତ୍ରା ପାଇଁ ପ୍ରସିଦ୍ଧ । ପୁରୀ ରୀତିନୀତିରେ ପୁଜାର୍ଚନା ହେଉଥିବା ବେଳେ ରଥଯାତ୍ରା ଏଠାରେ ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ । ଗତବର୍ଷ କୋଭିଡ କଟକଣା ପାଇଁ ରଥ ତିଆରି ହୋଇଥିଲେ ମଧ୍ୟ ରଥଯାତ୍ରା ପାଇଁ ସରକାର ଅନୁମତି ପ୍ରଦାନ କରିନଥିଲେ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ପ୍ରାୟଶ୍ଚିତ ସ୍ୱରୂପ ମନ୍ଦିର ବେଢାରେ ରଥଯାତ୍ରାର ରୀତିପୂଜା ହୋଇଥିଲା ।

ଚଳିତବର୍ଷ ସେହିଭଳି ଅନିଶ୍ଚିତତା ମଧ୍ୟରେ ରଥଯାତ୍ରା ଥିବା ବେଳେ ରଥ ନିର୍ମାଣକୁ ନେଇ ତମ୍ବିତୋଫାନ ଉଠିଥିଲା । ବିଧାୟକଙ୍କ ଚିଠିରେ ରଥଯାତ୍ରା ନହେଲେ ରଥନିର୍ମାଣକୁ ନେଇ ପ୍ରଶାସନ ସ୍ପଷ୍ଟ ନିର୍ଦେଶ ଦେଉ ବୋଲି ଉଲ୍ଲେଖକୁ ନେଇ ବିରୋଧ ମଧ୍ୟ କରାଯାଇଥିଲା । ଏପରିକି ରଥ ନିର୍ମାଣ ଚାଲିଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନ ନେଇ ମହାରଣା ଗିରଫ ହେବା ପରେ ଘଟଣାକୁ ନେଇ ମନ୍ଦିର ପୂଜକ, ସେବକ ଓ ଠାକୁର ମାହାଲ ହେରିଟାରୀ ଟ୍ରଷ୍ଟି ରାଣୀ ଘଟଣାକୁ ନିନ୍ଦା କରିଥିଲେ ।

ଏହାସହ ସରକାର ରଥଯାତ୍ରାର ପୁନଃ ବିଚାର କରନ୍ତୁ ବୋଲି ଦାବି କରିଥିଲେ । ପରେ ହାଇକୋର୍ଟ ପୁରୀ ଛଡା ଅନ୍ୟ କେଉଁ ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ଦେବାପରେ ରଥଯାତ୍ରା ଆଶା ମଉଳି ଯିବା ସହ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ