ଧର୍ମ

ନୀଳକନ୍ଦରରେ ନୀଳାଦ୍ରିନାଥ, ଶ୍ରୀମନ୍ଦିରରେ ନୀତିକାନ୍ତି ସହ ଭକ୍ତଙ୍କୁ ମିଳିବ ନୀଳାଚଳ ଅଭଡ଼ା

ପୁରୀ ୨୪/୭: ୨୯ ଦିନ ପରେ ରତ୍ନବେଦିକୁ ଫେରିଛନ୍ତି ମହାବାହୁ । ଚତୁର୍ଦ୍ଦଶୀ ତିଥି ଶୁକ୍ରବାର ନୀଳାଦ୍ରି ବିଜେ ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଉଭା ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନୀଳାଦ୍ରିନାଥଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର । ଗତମାସ ୨୪ ତାରିଖ ସ୍ନାନପୂର୍ଣ୍ଣିମା ଭୋରରେ ମହାପ୍ରଭୁ ରତ୍ନସିଂହାସନ ଛାଡ଼ିଥିଲେ । ରଥାରୁଢ଼ ଠାକୁରମାନେ ଗୋଟି ପହଣ୍ଡିରେ ଯାଇ ରତ୍ନସିଂହାସନରେ ବିଜେ ହୋଇଥିଲେ ।

ବଡ଼ଦେଉଳ ପରମ୍ପରାକ୍ରମେ ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ କଳି (ପାରମ୍ପରିକ ବଚନିକା) ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ପ୍ରବେଶ ସମୟରେ ସିଂହଦ୍ୱାର ଓ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ପୁଣି ଖୋଲାଯାଇଥିଲା । କାଳିଆ ସାଆନ୍ତେ ରସଗୋଲା ଦେଇ ପତ୍ନୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରିଥିଲେ । ଏହି ଅବସରରେ ବହୁ ବ୍ୟକ୍ତି ତଥା ଅନୁଷ୍ଠାନ ପକ୍ଷରୁ ଠାକୁରଙ୍କୁ ରସଗୋଲା ଭୋଗ ଲଗାଯାଇଥିଲା । ପହଣ୍ଡି ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଇଥିଲା ।

ନୀଳାଦ୍ରି ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯାୟ । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି l ଏହାସହ ଆଜିଠୁ ଉପଲବ୍ଧ ହେବ ନୀଳାଚଳ ଅଭଡ଼ା । ଏହି ଅଭଡ଼ା ପାଇବାକୁ ଭକ୍ତ ଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳ । ଭକ୍ତମାନେ କିପରି ସୁବିଧାରେ ଏହି ଅଭଡ଼ା ପାଇବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ