କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ନୀରବରେ ଆସିଲା ନୂଆବର୍ଷ, ଫୁଟିଲାନି ବାଣ, ସମ୍ଭବ ହେଲାନି ସେଲିବ୍ରେସନ

ଭୁବନେଶ୍ୱର ୦୧/୦୧: କେଉଁଠି ବି ଶୁଭିଲାନି ବାଏବାଏ ୨୦୨୦ । ହାପି ନ୍ୟୁ ଇୟର ୨୦୨୧ ନାରା ବି କମ୍ପିଲାନି ରାସ୍ତାଘାଟ । ଚୁପ୍‌ଚାପ୍‌ ଆସି ପହଞ୍ଚିଯାଇଛି ୨୦୨୧। ମନ୍ଦିର ଫାଟକରେ ତାଲା। ବଣଭୋଜି ଉପରେ କଟକଣା। ସେଲିବ୍ରେସନ୍‌ ବି କେଉଁଠି ସମ୍ଭବ ହେଲାନି । ଭୟ ଓ ଆଶଙ୍କା ଭିତରେ ସରିଗଲା ବର୍ଷ ୨୦୨୦। ନୂଆବର୍ଷ ୨୦୨୧କୁ ସ୍ୱାଗତ ଆଡମ୍ବରରେ ହୋଇପାରିଲାନି।

ସମସ୍ତେ ଭାବି ନେଇଥିଲେ ଯେ ୨୦୨୦ ସରିଲେ କରୋନା ବି ଚାଲିଯିବ। ୨୦୨୧ର ନୂଆ ସକାଳ କରୋନାମୁକ୍ତ ହୋଇ ଆସିବ। ୨୦୨୦କୁ ବିଦାୟ ଦେବାକୁ ଓ ନୂଆ ବର୍ଷକୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା । କିନ୍ତୁ ବର୍ଷ ଶେଷ ଆଡକୁ ମାଡ଼ି ବସିଲା ବ୍ରିଟେନ୍‌ ଭୂତାଣୁ ଭୟ ।

ଏହାକୁ ନଜରରେ ରଖି ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ ବନ୍ଦ କରି ଦେଲେ ସରକାର । ମନ୍ଦିର, ପାର୍କ ବନ୍ଦ । ସାଙ୍ଗସାଥୀ ଓ ପରିବାର ଗହଣରେ ଭୋଜିଭାତରେ ନୂତନ ବର୍ଷକୁ ସ୍ୱାଗତ କରିବା ବି ସମ୍ଭବ ହେଲାନି । ବର୍ଷର ଶେଷ ରାତି ୩୧ ଡିସେମ୍ବରରେ ସାରା ରାଜ୍ୟରେ ଲାଗିଲା ନାଇଟ୍‌ କର୍ଫ୍ୟୁ । ଦିନ ଦି’ ପହରରେ ଅଚାନକ ଜାରି ହେଲା ଏମିତି ନିର୍ଦ୍ଦେଶ । ୩୧ ଡିସେମ୍ବର ରାତି ୧୦ଟା ପରେ କେହି ପଦାକୁ ବାହାରି ପାରିବେନି।

ରାତି ୯ଟା ସୁଦ୍ଧା ସବୁ ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ହୋଇଗଲା । କେବଳ ଅତ୍ୟାବଶ୍ୟକ ସେବା, ଜରୁରୀକାଳୀନ ଯାତାୟତ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଯା’ ଆସ କରିପାରିଲେ । କଟକ-ଭୁବନେଶ୍ୱର ପାଇଁ ରାତିିରେ ଲାଗୁ ହେଲା ୧୪୪ ଧାରା। ରାସ୍ତାଘାଟରେ ଛାଉଣି ହୋଇଗଲେ ୪୦ ପ୍ଲାଟୁନ ପୋଲିସ ଫୋର୍ସ। ପଦାକୁ ବାହାରିଲେ ତଣ୍ଡ ଗଣିବା ସହ ଗିରଫର ଭୟ ଥିବାରୁ କେହି ଘରୁ ଗୋଡ଼ କାଢ଼ିଲେନି ।

ନୂଆବର୍ଷର ସବୁ ପ୍ଲାନ ପ୍ରୋଗ୍ରାମ ଧୂଳିସାତ ହୋଇଗଲା ନାଇଟ୍‌ କର୍ଫ୍ୟୁରେ । ଏମିତିକି ଯିଏ ଯୁଆଡ଼େ ଯାଇଥିଲେ, ଅଟକିଗଲେ। ସାଙ୍ଗ ଘରକୁ ତ ଦୂର କଥା, ବାହାରକୁ ଯାଇଥିବା ଅନେକ ଲୋକେ ରାତିରେ ନିଜ ଘରକୁ ମଧ୍ୟ ଫେରିପାରିଲେନ। ପୁରୁଣା ବର୍ଷକୁ ବିଦାୟ ଦେଇ ହେଲାନି। କୌଣସି ସ୍ଥାନରେ ବି ଶୁଭିଲାନି ବାଏ ବାଏ ୨୦୨୦। ଏମିତିକି ରାତି ଅଧିଆ ହାପି ନ୍ୟୁ ଇୟର ଚିତ୍କାର ବି ଶୁଣିଲାନି ଓଡ଼ିଶା। ଆତସବାଜି ତ ସ୍ୱପ୍ନ ହୋଇଗଲା ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ