ନୂଆଦିଲ୍ଲୀ ୦୧।୦୫: ପିଲାଦିନେ ସ୍କୁଲ୍ରେ ମୁର୍ଗା ପନିସ୍ମେଣ୍ଟ ମିଲୁଥିଲା। କିଛି ଭୁଲ୍ କଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଣ୍ଠୁ ଭିତରେ ହାତ ପୁରାଇ କାନ ଧରି ବୁଲାଉଥିଲେ। ପିଲାଦିନେ ପ୍ରାୟ ଲୋକଙ୍କର ଏହି ଦଣ୍ଡର ଅନୁଭୂତି ଥିବ। କିନ୍ତୁ ବଡ ହେବା ପରେ ବି ଏମିତି ଦଣ୍ଡ ପ୍ରାୟ ମିଳିନଥାଏ। ଏ ଦଣ୍ଡ ପିଲାମାନଙ୍କ ପାଇଁ। କିନ୍ତୁ ନିୟନ ଉଲ୍ଲଙ୍ଘନ କରିବରୁ ଏବେ ବି ଏମିତି କିଛି ଦଣ୍ଡ ଦେଇଛି ପୋଲିସ୍।
ଲୋକଙ୍କୁ କାନ ଧରାଇ ଗଛ ଚରିପଟେ ବୁଲାଯାଉଛି। ଜଣେ କିମ୍ବା ଦୁଇ ଜଣ ନୁହେଁ, ଗ୍ରୁପର କିଛି ଲୋକଙ୍କୁ ଏଭଳି ଦଣ୍ଡ ମିଳିଛି। ଏହି ଲୋକ ଏକ ସଙ୍ଗେ କାନ ଧରି ନଇଁକି ଗଛ ଚାରିପଟେ ବୁଲୁଛନ୍ତି। ଏସମୟ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଭିଡିଓଟି ପାକିସ୍ତାନର ବୋଲି ଜଣାପଡିଛି। ସେଠାରେ କୋଭିଡ୍ ନିୟମ ଉଲ୍ଲଙ୍ଗନ କରିବାକୁ ଏମିତି ଦଣ୍ଡ ମିଳିଥିବା କୁହାଯାଉଛିl କିଛି ବର୍ଷ ତଳର ଏହି ଭିଡିଓକୁ ମନସେହେର ପୋଲିସ୍ ପକ୍ଷରୁ ସେୟାର କରାଯାଇଛି। କିନ୍ତୁ ଏହି ଭିଡିଓଟି ଉତ୍ତରପ୍ରଦେଶର ବୋଲି ଚର୍ଚ୍ଚା ହେଉଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିୟମ ଉଲଙ୍ଘନକାରୀଙ୍କୁ ପାଇଁ ଏଭଳି ଦଣ୍ଡ ବିଧାନ ନିୟମ କରିଥିବା କୁହାଯାଉଥିଲା।
କିନ୍ତୁ ପରେ ଏହି ଭିଡିଓ ର ସତ୍ୟତା ସାମ୍ନାକୁ ଆସିଛି। ଭିଡିଓଟି ପାକିସ୍ତାନର। ୨ବର୍ଷ ପୂର୍ବରୁ ଏହି ଭିଡିଓକୁ ସେୟାର କରାଯାଇଥିବାର ସୂଚନା ମିଳିଛି।
ଏବେ ଭିଡିଓର ସତ୍ୟତା ସାମ୍ନାକୁ ଆସିବା ପରେ ଲୋକେ ପାକିସ୍ତାନ ପୋଲିସର ଏମିତି ଦଣ୍ଡଦେବାର ଚିନ୍ତା ଆସିପାରେ ବୋଲି କହିଥିବା ବେଳେ କିଛି ଲୋକ ବହୁତ ଦିନ ପରେ ଏଭଳି ଦଣ୍ଡର ଝଲକ ଦେଖିବାକୁ ମିଳିଲା ବୋଲି ଲେଖିଛନ୍ତି। ଆଉ କିଛି ଲୋକ ବଡ ଲୋକଙ୍କ ପାଇଁ ମଧ୍ୟ ଏଭଳି ଦଣ୍ଡ ବ୍ୟବସ୍ଥା ଠିକ୍ ବୋଲି କହିଛନ୍ତି।