ରାଜ୍ୟ ସ୍ୱାସ୍ଥ୍ୟ

ନିୟନ୍ତ୍ରଣରେ ଭିମସାର୍‌ ସଂକ୍ରମଣ ମୁଖ୍ୟସଚିବ, ଜିଲ୍ଲାପାଳଙ୍କ ଆଲୋଚନା

ସମ୍ବଲପୁର/ବୁର୍ଲା : ବୁର୍ଲା ଭିମ୍‌ସାର୍‌ରେ ହୋଇଥିବା କରୋନା ବିସ୍ଫୋରଣ କ୍ରମଶଃ ନିୟନ୍ତ୍ରଣକୁ ଆସୁଛି। ପ୍ରଥମ ଦିନ ୨୨, ଦ୍ବିତୀୟ ଦିନ ୩୪, ତୃତୀୟ ଦିନ ୫୧, ଚତୁର୍ଥ ଦିନ ୫୫କୁ ବୃଦ୍ଧି ପାଇଥିବା ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପଞ୍ଚମ ଦିନରେ ସେହି ୫୫ରେ ସ୍ଥିର ରହିଥିବା ଭିମସାର୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶୁକ୍ରବାର ଭିମସାର୍‌ ଛାତ୍ରଛାତ୍ରୀଙ୍କ କୌଣସି ନୂଆ ସଂକ୍ରମଣ ମାମଲା ସାମ୍‌ନାକୁ ଆସିନଥିବା ଭିମସାର୍‌ ଅଧୀକ୍ଷକ ପ୍ର. ଲାଲ୍‌ମୋହନ ନାୟକ କହିଛନ୍ତି। କେବଳ ଏକ ଛାତ୍ରାବାସର ଜଣେ ସଫେଇ କର୍ମଚାରୀ ସଂକ୍ରମିତ ହୋଇଥିବା ସେ କହିଛନ୍ତି।

ଅପରପ‌େକ୍ଷ ଶୁକ୍ରବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍‌ସିଂ ଜରିଆରେ କରୋନା ସଂକ୍ରମଣ ପ୍ରସଂଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଏହାପରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍‌ସେନା ଭିଡିଓ କନ୍‌ଫରେନ୍‌ସିଂରେ ଭିମସାର୍‌ର ସମସ୍ତ ପ୍ରମୁଖ ପଦାଧିକାରୀଙ୍କ ସହ ସଂକ୍ରମଣ ରୋକିବା ଓ ପରବର୍ତ୍ତୀ ସତର୍କତାମୂଳକ ପଦକ୍ଷେପ ଗୁଡ଼ିକ ସଂପର୍କରେ ଆଲୋଚନା କରିଥିଲେ। ସଂକ୍ରମଣ ରୋକିବାକୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଭିମସାର୍‌ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ମଧ୍ୟ କରୋନା କଟକଣା କଡ଼ାକଡ଼ି ପାଳନ କରିବା, ସଂକ୍ରମଣ ନ ବଢ଼ିବା ପାଇଁ ଯାହା ଆବଶ୍ୟକ କରିବାକୁ ପରାମର୍ଶ ଦେବା ସହ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୧୩ ଓ ୧୪ ତାରିଖରେ ଭିମସାର୍‌ରେ ଆୟୋଜିତ ଛାତ୍ର ସଂସଦ ବାର୍ଷିକ ଉତ୍ସବ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିଥିଲା। ଏକଦା ଶୂନର ନିମ୍ନତମ ସ୍ତରକୁ ପହଞ୍ଚି ସାରିଥିବା ସମ୍ବଲପୁର ଜିଲ୍ଲାର ଦୈନିକ ସଂକ୍ରମଣ ହଠାତ୍ ଊର୍ଧ୍ବଗାମୀ ହୋଇଥିଲା। ଏହା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ