ଧର୍ମ

ନିହାତି ଜାଣିବା ଆବଶ୍ୟକ,ନବଗ୍ରହ ଦୋଷ ଖଣ୍ଡନ ପାଇଁ ପ୍ରତିକାର

ସାଧାରଣତଃ ଧାତୁ ମୂଳ-ଭସ୍ମାଦି ଧାରଣ କରିବାରେ କେତେକ ବିଶେଷ ବିଧି ରହିଛି | ମୂଳ ଧାରଣ ପାଇଁ ଆବଶ୍ୟକ ରଙ୍ଗର ସୂତାର ନିର୍ଦ୍ଦିଷ୍ଟ ବିଧି ମଧ୍ୟ ରହିଛି । ରତ୍ନକୁ ପ୍ରଥମେ ଗଙ୍ଗା ଜଳରେ ସ୍ମାନ କରାଇ ତା’ପରେ ଶିବଙ୍କ ପାଦୁକାରେ ବୁଡାଇ ଧାରଣ କରିବା ବିଧେୟ । ଏଥ ସହିତ ନିର୍ଦ୍ଦିଷ୍ଟ ମନ୍ତ୍ର ଜପ କରିବା ଉଚିତ । ନବଗ୍ରହ ପାଇଁ ନିର୍ଦ୍ଦିଷ୍ଟ ବାର ଅନୁସାରେ ଧାରଣ କରିବା ଉଚିତ |
ଯଥା- ରବିଙ୍କ ପାଇଁ ରବିବାର,
ଚନ୍ଦ୍ରଙ୍କ ପାଇଁ ସୋମବାର,
ଶନି, ରାହୁ. ଓ କେତୁଙ୍କ ପାଇଁ ଶନିବାର,
ମଙ୍ଗଳଙ୍କ ପାଇଁ ମଙ୍ଗଳବାର,
ବୁଧଙ୍କ ପାଇଁ ବୁଧବାର,
ବୃହସ୍ପତିଙ୍କ ପାଇଁ ଗୁରୁବାର
ଏବଂ
ଶୁକ୍ରଙ୍କ ପାଇଁ ଶୁକ୍ରବାରରେ ଧାରଣ କରିବା ବିଧେୟ ।
ସୂର୍ଯ୍ୟଙ୍କ ପାଇ ତମ୍ବା ଧାରଣ କରିବା ସହ ବେଲ ଗଛର ମୂଳ ରତ୍ନ ମାଣିକ୍ୟ ଓ ଲାଲ୍ ସୂତାରେ ରବିବାରରେ ଧାରଣ କରିବା ଉଚିତ୍
ଚନ୍ଦ୍ରଙ୍କ ପାଇଁ ଶଙ୍ଖ କ୍ଷୀରିକୋଳି ମୂଳ ଧାରଣ ସହ ରକ୍ତ ମୁତ୍ତା ଓ ଧଳା ସୂତାରେ ସୋମବାରରେ ଧାରଣ କରିବା ଉଚିତ୍
ମଙ୍ଗଳଙ୍କ ପାଇଁ ପ୍ରବାଳ , ଅନନ୍ତ ମୂଳ ବା ସୁଗନ୍ଧିର ମୂଳ ଲାଲ ସୂତାରେ ମଙ୍ଗଳବାରରେ ଧାରଣ କରିବା ଉଚିତ୍
ବୁଧଙ୍କ ପାଇଁ ସୁବର୍ଣ୍ଣ ବା ସୁନା ସହ ବୃଦ୍ଧ ଦାରୁକ , ରତ୍ନ ପାନ୍ନା , ସୁନେଲୀ ରଙ୍ଗର ସୂତାରେ ବୁଧବାରରେ ଧାରଣ କରିବେ ।
ଗୁରୁ ବା ବୃହସ୍ପତିଙ୍କ ପାଇଁ ମୁକ୍ତା ବ୍ରାହ୍ମଣଝରିଆ ମୂଳ ପୀତ ପୁଷ୍ପରାଗ କିମ୍ବା ମୁକ୍ତାକୁ ଧଳା ସୂତାରେ ଗୁରୁବାରରେ ଧାରଣ କରିବେ ।
ଶୁକ୍ରଙ୍କ ପାଇଁ ମଣି ମାସପର୍ଣ୍ଣି ବା ସଂହପୁଚ୍ଛା ମୂଳ ସହ ରତ୍ନ ହୀରାକୁ ଧଳା ସୂତାରେ ଶୁକ୍ରବାରରେ ଧାରଣ କରିବେ ।
ଶନିଙ୍କ ପାଇଁ ସୀସାକୁ ବାଡିଅଁଳା ମୂଳ ସହ ରତ୍ନ ନୀଳା କଳାସୂତାରେ ଶନିବାରରେ ଧାରଣ କରିବେ ।
ରାହୁଙ୍କ ପାଇଁ ଲୁହା ଶ୍ୱେତଚନ୍ଦନ ସହ ଗୋମେଦ ରତ୍ନ ସହ କଳା ସୂତାରେ ଶନିବାରରେ ଧାରଣ କରିବେ ।
କେତୁଙ୍କ ପାଇଁ କଷିଟି ସହ ଶ୍ୱେତଗନ୍ଧା ମୂଳ ମର୍କତ ବୈ ବୈଦୁର୍ଯ୍ୟ ରତ୍ନ ସହ ଧୂଷଣ ରଙ୍ଗର ସୁତା ଶନିବାରରେ ଧାରଣ କରିବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ