ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିଶାସକ୍ତ ଅବସ୍ଥାରେ ପ୍ରଧାନଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ରତ୍ନଗିରି : ବରୀ ଶିକ୍ଷାମଣ୍ତଳ ଅନ୍ତର୍ଗତ ରତ୍ନଗିରି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟରେ ମଦ୍ୟପାନ କରିବା ସହ ଶୋଇରହିଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଛାତ୍ରଛତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରଧାନଶିକ୍ଷକ ପ୍ରକାଶ ମଲିକଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି କରିଥିଲେ।

ପ୍ରଧାନଶିକ୍ଷକ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିଲେ। ବିଦ୍ୟାଳୟକୁ ମଦ୍ୟପାନ କରି ଆସୁଥିଲେ। ଏ ନେଇ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଭାବକ ଓ ଛାତ୍ରଛାତ୍ରୀ ଲିଖିତ ଅଭିଯୋଗ କରିଥିଲେ। ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ଏହାର ତଦନ୍ତ ପାଇଁ ଏଡିଇଓ ରାଜେଶ ସ୍ବାଇଁ, ବ୍ଲକ୍ ଶିକ୍ଷାଧିକାରୀ ସୁଦର୍ଶନ ମଲିକଙ୍କୁ ବିଦ୍ୟାଳୟକୁ ପଠାଇଥିଲେ। ଦୁଇ ଅଧିକାରୀ ଗତ ମାର୍ଚ୍ଚ ୧୩ ତାରିଖରେ ସେମାନେ ତଦନ୍ତ କରିଥିଲେ। ତଦନ୍ତକୁ ୬ମାସ ବିତିଯାଇଥିଲେ ମଧ୍ୟ ପ୍ରଧାନଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

ଗତ ଜୁଲାଇ ମାସରେ ପ୍ରଧାନଶିକ୍ଷକ ମାତାଲ୍ ଅବସ୍ଥାରେ ଏକ ମଦକମ୍ପାନି ପେଟିରେ ଶୋଇରହିଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ସେହିପରି ତିନିଦିନ ତଳେ ସ୍କୁଲ୍ ଚାଲୁରହିଥିବା ବେଳେ ମାତାଲ୍ ଅବସ୍ଥାରେ ଶୋଇରହିଥିବା ବେଳେ ଜଣେ ଅଭିଭାବକ ତାଙ୍କୁ ଉଠାଇବା ସହ ମଦ୍ୟପାନ କରି ସ୍କୁଲ୍ ନଆସିବାକୁ ତାଗିଦ୍‌ କରୁଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲାପକାଇ ସ୍ଲୋଗାନ ଦେବା ସହ ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ପାଇ ସିଆର୍‌ସିସି ତାରାକାନ୍ତ ମଲିକ ଘଟଣାସ୍ଥଳରେ ପହଞ୍ଚି ବୁଝାଇବାକୁ ଚେଷ୍ଟା କରିଥିଲେ। ଏନେଇ ପ୍ରଧାନଶିକ୍ଷକ ପ୍ରକାଶ ମଲିକଙ୍କ ପ୍ରତିକ୍ରିୟା ମିଳିପାରିନି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି