ଅପରାଧ ରାଜ୍ୟ

ନିଲାମ ହୋଇନଥିବା ବାଲିଖାଦାନରୁ ବାଲି ଉଠାଣ ଅଭିଯୋଗ; ଗାଁ ଲୋକଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ

ଆନନ୍ଦପୁର ୩୧/୦୫ : ଆନନ୍ଦପୁର ଉପଖଣ୍ଡ ଘସିପୁରା ତହସିଲ ଅଧିନ ସରେଇ ଗାଁ ପାଖରେ ଥିବା ଫାପୁଡିଆ ନାଳରୁ ବାଲି ଖାଦାନ ପାଇଁ ଲିଜ୍ ହୋଇଛି। ଗତ ୨୦୧୯ ମସିହାରେ ତହସିଲ ତରଫରୁ ନିଲାମ ହୋଇଥିବା ଏହି ଖାଦାନରେ ଏବେ ଲିଜ୍ ଧାରି ଏଠାରେ ୨କିମି ଦୂରରେ ଥିବା କୂଶେଇ ନଦୀରୁ ବାଲି ଉଠାଉଛନ୍ତି। ଫାପୁଡିଆ ନାଳ ଲିଜ୍ ସମୟରେ ଚଞ୍ଚକତା କରି କୂଶେଇ ନଦୀର ପ୍ଲଟ୍ ନଂ ୧୩୯୩, ୧୯୯୪ ଓ ୨୮୬୫ କୁ ଏହି ଲିଜରେ ବାଲି ଉଠାଇବା ପାଇଁ ଅନୁମତି ଦିଆଯାଇଥିବା ଦର୍ଶା ଯାଇଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି।

କୂଶେଇ ନଦୀରୁ ବାଲି ଉଠାଇବା ସମୟରେ ଭାରିଯାନ ଯିବା ଆସିବା ପାଇଁ ନଦୀବନ୍ଧ ଦୁର୍ବଳ ହୋଇ ଗାଁ ପ୍ରତି ବିପଦ ଦେଖାଦେଇଛି। ହେଲେ ଗାଁ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବାରୁ ଆଜି ଗାଲୋକମାନେ ଏକତ୍ରିତ ହୋଇ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ଫଳରେ ବହୁ ସମୟ ଧରି ସେଠାରେ ଉତ୍ତୋଜନାମୂଳକ ପରିସ୍ଥିତି ଦେଖା ଦେଇଥିଲା। ପରେ ତହସିଲଦାର ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶୃତି ଦେବା ପରେ ଗାଁ ଲୋକମାନେ ଶାନ୍ତ ହୋଇଥିଲେ।

ଅନ୍ୟପଟେ ଏନେଇ ତହସିଲଦାର ଭିନ୍ନ ମତ ରଖିଛନ୍ତ। ଉକ୍ତ ଖାଦାନଟି ବହୁତ ଦିନର ହୋଇଥିବାରୁ ବାଲି ଘାଟ ନିଲାମ ହୋଇଛି ଓ ଏହାଏକ ସଂଗ୍ଲଗ୍ନ ପ୍ଲଟ୍ ହୋଇଥିବାରୁ ଫାପୁଡିଆ ନାଳ ସହିତ କୂଶେଇ ନଦୀରୁ ମଧ୍ୟ ବାଲି ଉଠାଇବା ପାଇଁ ଅନୁମତି ମିଳିଛି। ହେଲେ ୨କିମି ଦୂରତାରେ ଥିବା କୂଶେଇ ସହ ଫାପୁଡିଆ ନାଳର ବାଲି ଉଠାଣ ସ୍ଥଳି ସଂଗ୍ଲଗ୍ନ ପ୍ଲଟ୍ କିପରି ହେଲା ବୋଲି ଗାଁ ଲୋକ ମାନେ ପ୍ରଶ୍ନ କରିଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷପ ଗ୍ରହଣ ନକଲେ ପୁଣି ୭ଦିନ ପରେ ପୁଣି ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଗାଁ ଲୋକମାନେ ଚୋତାବନି ଦେଇଛନ୍ତି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।