ଅପରାଧ ରାଜ୍ୟ

ନିର୍ଯାତନା ସାଙ୍ଗକୁ ଜାଣିଶୁଣି ହଇରାଣ କରୁଛି ପୁଲିସ୍‌, ପରିବାର ସହ ଥାନା ଆଗରେ ଅଧିଆ ପଡ଼ିଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବସ୍ତା-୨/ବୋଳଂ: ସିଂଲା ପୁଲିସ ଜାଣିଣୁଣି ହଇରାଣ କରୁଥିବା ଅଭିଯୋଗ ଆଣି ଜଣେ ବ୍ୟକ୍ତି ପରିବାର ସହ ଥାନା ଆଗରେ ଅଧିଆ ପଡ଼ିଥିବା ଦେଖିବାକୁ ମିଳିଛି।

ସିଂଲା ଗ୍ରାମର ପ୍ରଶାନ୍ତ ଦାଶ ଏବଂ ଅନ୍ୟ ଦୁଇ ଭାଇଙ୍କ ମଧ୍ୟରେ ଜମିଜମା ବିବାଦ ରହିଛି। ପ୍ରଶାନ୍ତଙ୍କ ବଡ଼ଭାଇ ସମର ରଞ୍ଜନ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ସାନଭାଇ ବ୍ୟବସାୟୀ। ବିଭିନ୍ନ ସମୟରେ ପ୍ରଶାନ୍ତଙ୍କ ବଡ଼ଭାଇ ସମର ରଞ୍ଜନ, ପୁତୁରା ଚନ୍ଦନ ଓ ଭାଉଜ ଧରିତ୍ରୀ ମିଶି ପ୍ରଶାନ୍ତଙ୍କ ପତ୍ନୀଙ୍କୁ ଅଶାଳୀନ ବ୍ୟବହାର ସହ ମାଡ଼ ମାରନ୍ତି। ଏହାକୁ ନେଇ ପ୍ରଶାନ୍ତ ଏକାଧିକ ଥର ସିଂଲା ଥାନାରେ ଅଭିଯୋଗ କଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ସମର ରଞ୍ଜନଙ୍କ ଜଣେ ସମ୍ପର୍କୀୟ ପୁଲିସ ବିଭାଗରେ ଚାକିରି କରୁଥିବାରୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ପ୍ରଶାନ୍ତ କହିଛନ୍ତି। ତେଣୁ ବାଧ୍ୟହୋଇ ପ୍ରଶାନ୍ତ ପୁଲିସ ବିରୋଧରେ ବସ୍ତା କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଫଳରେ କୋର୍ଟରେ ୧୪୯/୨୧ରେ ଏକ ମାମଲା ରୁଜୁ ହେଲା ଏବଂ ସମର ରଞ୍ଜନଙ୍କ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟ ପୁଲିସକୁ ନିର୍ଦେଶ ଦେଲେ।

ତେବେ ପୁଲିସ ୨୦/୨୨ରେ ମାମଲା ରୁଜୁ କଲା ସତ, କିନ୍ତୁ କାର୍ଯ୍ୟାନୁଷ୍ଠାନ ନନେଇ ବସିଛି। ୫ ଦିନ ତଳେ ପୁଣି ସମର ରଞ୍ଜନଙ୍କ ଝଗଡ଼ା ଓ ଆକ୍ରମଣ କରିଥିବା ବ‌େଳେ ପ୍ରଶାନ୍ତ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ଏଏସ୍‌ଆଇ ସୁହାଗୀ ହାଁସଦା ଗାଳିଗୁଲଜ କରିବା ସହ ଧମକାଇ ଏକ ସାଦା କାଗଜରେ ଦସ୍ତଖତ ନେଇଥିବା ପ୍ରଶାନ୍ତ ଅଭିଯୋଗ କରିଥିଲେ। ଏପରି ସମୟରେ ବଡ଼ଭାଇ ସମର ରଞ୍ଜନଙ୍କ ପାଲଟା ଅଭିଯୋଗ ଆଧାରରେ ପୁଲିସ ପ୍ରଶାନ୍ତଙ୍କୁ ଥାନା ଡାକିଥିଲା। ଫଳରେ ସମରଞ୍ଜନ ଓ ପୁଲିସ ମିଶି ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରି ଗୁରୁବାର ଦିନ ପ୍ରଶାନ୍ତ ପରିବାର ସହ ଥାନା ଗେଟ୍ ସମ୍ମୁଖରେ ଅଧିଆ ପଡ଼ିଥିଲେ। ଏ ନେଇ ସିଂଲା ଭାରପ୍ରାପ୍ତ ଥାନା ଅଧିକାରୀ ବିଶ୍ୱଜ ରାଉତରାୟଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରିବା ସହ ଉଭୟଙ୍କ ଅଭିଯୋଗ ମୂଳେ ପୃଥକ୍ ପୃଥକ୍ ମାମଲା ରୁଜୁ ହୋଇ ତଦନ୍ତ ଚଳାଇଥିବା କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।