ରାଜ୍ୟ ସ୍ପେଶାଲ ରିପୋର୍ଟ

ନିର୍ବାଚନ ଲଢିବେନି ସୁନୀତା ବିଶ୍ବାଳ

ଭୁବନେଶ୍ବର: ଆଉ ନିର୍ବାଚନ ଲଢିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ। ୨୦୧୯ ମସିହା ନିର୍ବାଚନରେ ସେ ସୁନ୍ଦରଗଡ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ସେବେ ପ୍ରାୟ ୨ ଲକ୍ଷ ୭୭ ହଜାର ଭୋଟ ପାଇଥିଲେ। ହେଲେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସେ କଂଗ୍ରେସ ଦଳକୁ ଯାଉଥିବା ଚର୍ଚ୍ଚାକୁ ଶ୍ରୀମତୀ ବିଶ୍ବାଳ ଖଣ୍ଡନ କରିଛନ୍ତି। ବିଜେଡି ଯେଉଁ ଦାୟିତ୍ବ ଦେବ ତାହାକୁ ସେ ସୂଚାରୁ ରୂପେ ନିର୍ବାହ କରିବ ବୋଲି କହିଛନ୍ତି। ଗତ ନିର୍ବାଚନରେ ସୁନୀତାଙ୍କ ସାନ ଭଉଣୀ ଅନୀତା ସୁନ୍ଦରଗଡ ଲୋକସଭା ଆସନ ଅନ୍ତର୍ଗତ ସୁନ୍ଦରଗଡ ବିଧାନସଭା ଆସନରୁ ବିଧାନସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ।ଏଥର ମଧ୍ୟ ଯଦି ସେହିଭଳି ପରିସ୍ଥିତି ସୃଷ୍ଟି ହୁଏ ସେ ନିଷ୍ଠାପର ଭାବେ ବିଜେଡି ପାଇଁ କାମ କରିବେ ବୋଲି ସୁନୀତା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।