ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଶ୍ବସ୍ତି: ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଲା ଆୟକର ବିଭାଗ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଆଜି ବଡ଼ ଆଶ୍ବସ୍ତି ମିଳିଛି। ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଆୟକର ବିଭାଗ ଦଳଠାରୁ ୩୫୦୦ କୋଟିରୁ ଅଧିକ ଟିକସ ରାଶି ଆଦାୟ କରିବ ନାହିଁ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଉକ୍ତ ଟିକସ ଦାବି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୨୪ରେ କରିବାକୁ କୋର୍ଟ ଧାର୍ଯ୍ୟ କରିଛନ୍ତି।

ଆୟକର ବିଭାଗ ପକ୍ଷରୁ ୩୫୬୭ କୋଟି ଟଙ୍କାର ଟିକସ ପୈଠ ନୋଟିସ ପାଇବା ପରେ କଂଗ୍ରେସ ଦଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସରକାର ‘ଟିକସ ଆତଙ୍କବାଦ’ ଚଳାଇଥିବା ଅଭିଯୋଗ ବିରୋଧୀ କଂଗ୍ରେସ କରିଥିଲା। ନିର୍ବାଚନ ପୂର୍ବରୁ ଦଳର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବା ପାଇଁ ସରକାର ଏହା କରିଛନ୍ତି। ଏହାଦ୍ବାରା ନିର୍ବାଚନରେ ପ୍ରତିଯୋଗିତା ପାଇଁ ସମାନ ସୁଯୋଗ କଂଗ୍ରେସ ପାଇଁ ରହିବ ନାହିଁ ବୋଲି ଅଭିଯୋଗ କରିବା ସହିତ ଏଥିରେ ହସ୍ତକ୍ଷେପ କରିବାକୁ ନିର୍ବାଚନ କମିସନଙ୍କ ନିକଟରେ ଆଗ୍ରହ ବ୍ୟକ୍ତ କରିଥିଲା। ବିଚାରପତି ବିଭି ନାଗରତ୍ନାଙ୍କ ଖଣ୍ଡପୀଠରେ ଆଜି ଉକ୍ତ ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ନିର୍ବାଚନ ସମୟରେ ବିରୋଧୀ ଦଳ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି କୌଣସି କାର୍ଯ୍ୟାନୁଷ୍ଠାନ ନେବନାହିଁ। ଟିକସ ଦାବିକୁ ଅଦାଲତ ସ୍ଥଗିତ ରଖୁଛନ୍ତି କି ବୋଲି ଖଣ୍ଡପୀଠ ପଚାରିବାରୁ ଶ୍ରୀ ମେହତା କହିଥିଲେ ନାଁ ତାହା ନୁହେଁ। କେବଳ ନିର୍ବାଚନ ପର୍ଯ୍ୟନ୍ତ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ନେବୁନାହିଁ।

କଂଗ୍ରେସ ଦଳ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂହଭି ଦର୍ଶାଇଥିଲେ ଯେ କେନ୍ଦ୍ର ସରକାର ଦଳର ସଂପତ୍ତି ଜବତ କରି ୧୩୫ କୋଟି ଟଙ୍କା ସଂଗ୍ରହ କରିସାରିଛି। ଆମେ ଏକ ଲାଭ ଉପାର୍ଜନକାରୀ ସଂସ୍ଥା ନୁହେଁ, କେବଳ ଏକ ରାଜନୈତିକ ଦଳ। ଏହାପରେ ସଲିସିଟର ଜେନେରାଲ କହିଥିଲେ ମାମଲା ଉପରେ ତାଙ୍କର ଅନେକ କିଛି କହିବାର ରହିଛି। ଖଣ୍ଡପୀଠ କହିଥିଲେ ଏହି ମାମଲା ଉପରେ ଆଗାମୀ ଦିନରେ ଦିଚାର ହେବ। ତେଣୁ ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଏଭଳି ନି‌ଷ୍ପତ୍ତି କଂଗ୍ରେସ ଦଳକୁ ସାମୟିକ ଆଶ୍ବସ୍ତି ପ୍ରଦାନ କରିଛି। ପୂର୍ବରୁ କଂଗ୍ରେସ କହିଥିଲା, ବିଜେପି ଟିକସ ଆଇନର ଗୁରୁତର ଖିଲାପ କରିଛି। କିନ୍ତୁ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ରାହୁଲ କହିଥିଲେ ଯେ ସରକାର ବଦଳ‌ିଲେ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ଯାହାଦ୍ବାରା ଏପରି ପଦକ୍ଷେପ ନେବାକୁ କେହି ସାହସ କରିବେ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ