ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିର୍ଦ୍ଦୟ ହେଲେ ଶିକ୍ଷକ, ନିସ୍ତୁକ ମାଡ ମାରି ଛାତ୍ରଙ୍କୁ କଲେ ଲହୁଲୁହାଣ

ଉଦଳା ୨୪/୧୧: ଦଣ୍ଡମୁକ୍ତ ଅଂଚଳରେ ଦଣ୍ଡଯୁକ୍ତ ବ୍ୟବସ୍ଥା । ଜଣେ ଶିକ୍ଷକ ଛାତ୍ରଙ୍କ ଅତି ନିର୍ଦ୍ଦୟ ଭାବେ ମାଡ ମାରି କରିଛନ୍ତି ଗୁରୁତର । ଏଭଳି ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି କପ୍ତିପଦା ବ୍ଲକ କପ୍ତିପଦା ଉପ୍ରା ବିଦ୍ୟାଳୟରେ ।

ଗତକାଲି ଦ୍ୱିତୀୟ ଶ୍ରେଣୀ ଛାତ୍ର ଶୁଭ ବେହେରା ବିଦ୍ୟାଳୟ ଯାଇଥିଲେ । ହେଲେ ମଧ୍ୟାହ୍ନ ସମୟରେ ସେ ବିଦ୍ୟାଳୟ ପାଖରେ ଥିବା ନାଳରୁ ବାଡି ସାହାଯ୍ୟରେ ମୃତ ସାପଟିକୁ ଉଠାଇଥିଲେ । ଯାହା ବାବଦରେ ଅନ୍ୟ ଛାତ୍ରମାନେ ଶିକ୍ଷକଙ୍କ ନିକଟରେ କହିବା ପରେ ବିଦ୍ୟାଳୟର ଶିକ୍ଷକ ଜୟନ୍ତ କୁମାର ମଲ୍ଲିକ କିଛି ନ ବୁଝି ଦ୍ୱିତୀୟ ଶ୍ରେଣୀ ଛାତ୍ର ଶୁଭ ବେହେରାକୁ ଅତି ନିର୍ଦ୍ଦୟ ଭାବେ ମାଡ ମାରିଥିଲେ । ଶୁଭ ବେହେରାଙ୍କୁ ଶିକ୍ଷକ ଏପରି ମାଡ ମାରିଛନ୍ତି ଯେ ତାଙ୍କର ପିଠିରେ ଦାଗ ପଡିଯିବା ସହିତ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଛାତ୍ର ଜଣକ ବିଦ୍ୟାଳୟରୁ ଘରକୁ ଫେରିବାର ଦୀର୍ଘ ସମୟ ପରେ ପରିବାର ଲୋକେ ଘଟଣା ବାବଦରେ ଜାଣିବାକୁ ପାଇଥିଲେ । ପରେ ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାଡ ଖାଇ ଛାତ୍ରର ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି