ଭୁବନେଶ୍ୱର ୨୨।୦୩: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ୧୦୦ପାର୍ ହେଉଛି । ସମସ୍ତଙ୍କ ସତର୍କ ରହିବା ସହ କୋଭିଡ଼ ନିୟମ ମାନିବା ଜରୁରୀ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଲୋକ ନିୟମ ନମାଣିଲେ ଲାକଡାଉନ ସ୍ଥିତିକୁ ନିମନ୍ତ୍ରଣ କରିବା ସ୍ଥିତି ଉପୁଜିପାରେ। ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ଏବଂ ଭବିଷ୍ୟତରେ ବି ରହିବ। ଏହାକୁ ପୁଞ୍ଜି କରି ଭବିଷ୍ୟତରେ ସ୍ଥିତି ବିଗିଡିଲେ ମୁକାବିଲା କରାଯିବ। କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ସଂକ୍ରମଣ ବଢୁଥିବା ରିପୋର୍ଟ ରହିଛି। ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟ ପରି ପଦକ୍ଷେପ ନନିଆଯିବ ବୋଲି ଭାବିବା ଭୁଲ। ହସ୍ପିଟାଲ ଗୁଡିକ ବନ୍ଦ ହୋଇଥିଲେ ବି ଆବଶ୍ୟକ ସ୍ଥଳେ ପୁନର୍ବାର ସମ୍ପ୍ରସାରଣ କରାଯିବ। ଏଥିରେ ଦ୍ବିମତ ନାହିଁ।
ସେହିପରି ସରକାର ସମ୍ପୂର୍ଣ୍ଣ ଭାବେ କୋଭିଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଲୋକ ନିୟମ ନମାଣିଲେ ଲାକଡାଉନ ସ୍ଥିତିକୁ ନିମନ୍ତ୍ରଣ କରିବା। ସମସ୍ତେ ପାଳନ କରିବା ଉଚିତ ଓ ଅନ୍ୟମାନଙ୍କୁ ପ୍ରବର୍ତଇବା ଉଚିତ। କୋଭିଡ ସମ୍ବନ୍ଧରେ ସରକାର ନିୟମିତ ସମୀକ୍ଷା କରୁଛନ୍ତି। ଏନେଇ ପ୍ରତିଦିନ ଆଲୋଚନା ମଧ୍ୟ ହେଉଛି।