ଦେଶ ବିଦେଶ ମନୋରଞ୍ଜନ

ନିର୍ଦେଶକ ସୁଦର୍ଶନ ରତନଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ

ନୂଆଦିଲ୍ଲୀ ୭/୧୧: ମାଧୁରୀ ଦୀକ୍ଷିତ ଏବଂ ଶେଖର ସୁମନ ଅଭିନୀତ ‘ମାନବ ହତ୍ୟା’(୧୯୮୬) ଭଳି ଫିଲ୍ମର ନିର୍ମାତା ଏବଂ ନିର୍ଦେଶକ ସୁଦର୍ଶନ ରତନଙ୍କ ପରଲୋକ ହୋଇ ଯାଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ ଏବଂ ଗୁରୁବାର ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।ଶେଖର ଶୁକ୍ରବାର ରାତିରେ ନିଜ ଟ୍ବିଟରେ ରତନଙ୍କ ପରଲୋକ ବିଷୟରେ ସୂଚନା ଦେଇଥିଲେ।

ଶେଖର ଟ୍ବିଟରେ ଲେଖିଥିଲେ ଯେ,‘ କରୋନା କାରଣରୁ ସେ ନିଜ ବନ୍ଧୁଙ୍କ ମଧ୍ୟରୁ ଜଣେ ସୁଦର୍ଶନ ରତନଙ୍କୁ ହରାଇ ଦେଇଛନ୍ତି।ସେ ମାଧୁରୀ ଦୀକ୍ଷିତଙ୍କ ସହ ଶେଖରଙ୍କ ଦ୍ବିତୀୟ ଫିଲ୍ମର ନିର୍ଦେଶନା ଦେଇଥିଲେ। ସୁଦର୍ଶନ ତାଙ୍କ ଖରାପ ଦିନରୁ ହାରି ଯାଇଛନ୍ତି। ସେ ଗରିବ ଥିଲେ କିନ୍ତୁ ସଚ୍ଚୋଟ ଥିଲେ। ସେମାନେ ଯୋଗାଯୋଗରେ ଥିଲେ। ସେମାନେ ପରସ୍ପରକୁ କଲ୍ କରୁଥିଲେ ଏବଂ ଅଧିକାଂଶ ସମୟରେ ଘରକୁ ଆସି ଦେଖା ସାକ୍ଷାତ କରୁଥିଲେ।ତାଙ୍କ କଥା ବହୁତ ମନେ ପଡ଼ିବ। ଭଗବାନ ଆତ୍ମାକୁ ଶାନ୍ତି ଦିଅନ୍ତୁ।’

ସୁଦର୍ଶନ ରତନ ୧୯୯୬ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ହାହାକାର’ର କାହାଣୀ ଲେଖିଥିଲେ। ସେ ଏହାର ନିର୍ଦେଶକ ଏବଂ ନିର୍ମାତା ମଧ୍ୟ ଥିଲେ। ଫିଲ୍ମରେ ସୁଧୀର ପାଣ୍ଡେ,ଶଫି ଇମାନଦାର,ନୀଳିମା ଅଜିମ୍ ଏବଂ ଜନି ଲିଭର ଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ