ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ନିରାମିଶାଷୀ ଡାଇଟରେ ସାମିଲ କରିପାରିବେ ଏହି ୯ଟି ଜିନିଷ : ରହିବ ନାହିଁ ପ୍ରୋଟିନର ଅଭାବ

Woman holding a slice of cucumber

ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ସୁସ୍ଥ ରହିବା ପାଇଁ ଡାଇଟରେ ପ୍ରୋଟିନ୍ ଯୁକ୍ତ ଜିନିଷ ସାମିଲ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଶରୀରରେ ପ୍ରୋଟିନର ଅଭାବ ହେଲେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଜି ଆମେ ଜାଣିବା ନିରାମିଶାଷୀ ଲୋକେ ଡାଇଟରେ କେଉଁ ୯ଟି ଜିନିଷ ସାମିଲ କରିବା ଉଚିତ୍।

୧. ବିନ୍ସ : ନିରାମିଶାଷୀ ଲୋକଙ୍କୁ ଡାଇଟରେ ବିନ୍ସକୁ ସାମିଲ କରିବା ଉଚିତ୍। ବିନ୍ସରେ ଫାଇବର ଏବଂ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏକ କପ୍ ବିନ୍ସରେ ପାଖାପାଖି ୨୫.୮ଗ୍ରାମ୍ ପ୍ରୋଟିନ୍ ଥାଏ। ଆପଣ ସାଲାଡ ଭାବେ ମଧ୍ୟ ବିନ୍ ଖାଇ ପାରିବେ।


୨. ଡାଲି : ଡାଲି ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଡାଲିରେ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥାଏ। ସୁସ୍ଥ ରହିବା ପାଇଁ ଡାଇଟରେ ଡାଲିକୁ ସାମିଲ କରିବା ଉଚିତ୍। ଏକ କପ୍ ଡାଲି​ରେ ପାଖାପାଖି ୧୮ଗ୍ରାମ୍ ପ୍ରୋଟିନ୍ ମିଳିଥାଏ। ଆପଣ ଡାଲିକୁ ସୁପ୍ ଭାବେ ସେବନ କରିପାରିବେ।


୩.ଡ୍ରାଇ ଫ୍ରୃଟସ୍ : ଡ୍ରାଇ ଫ୍ରୃଟସ୍ ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ ଲାଭଦାୟକ ହୋଇଥାଏ। ନିରାମିଶାଷୀ ଲୋକଙ୍କୁ ଡାଇଟରେ ଡ୍ରାଇ ଫୃଟସ୍ ସାମିଲ କରିବା ଉଚିତ୍। ପ୍ରତିଦିନ ଡ୍ରାଇ ଫୃଟସ୍ ସେବନ କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ।


୪. ସବୁଜ ପନିପରିବା : ନିରାମିଶାଷୀ ଲୋକଙ୍କୁ ଡାଇଟରେ ସବୁଜ ପନିପରିବାକୁ ସାମିଲ କରିବା ଉଚିତ୍। ସବୁଜ ପନିପରିବା ସବୁଜ ପରିବା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ରହିଥାଏ।


୫. ସୋୟା ମିଲ୍କ : ସୋୟା ମିଲ୍କ ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ସୋୟା ମିଲ୍କରେ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥାଏ।


୬. ପନିର : ନିରାମିଶାଷୀ ଲୋକଙ୍କୁ ପନିର ସେବନ କରିବା ଉଚିତ୍। ପନିର ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ସାଧାରଣତଃ ପନିର ସମସ୍ତଙ୍କୁ ପସନ୍ଦ ହୋଇଥାଏ। ସ୍ବାଦ ସହ ପନିର ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।


୭. ବ୍ରୋକୋଲି : ବ୍ରୋକୋଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଥାଏ। ବ୍ରୋକୋଲି ଖାଇବା ଦ୍ବାରା ଶରୀରରେ ପ୍ରୋଟିନର ଅଭାବକୁ ଦୂର କରାଯାଇ ପାରିବ। ବ୍ରୋକୋଲି ସେବନ କରିବା ଦ୍ବାରା ଓଜନ ମଧ୍ୟ ନିୟନ୍ତ୍ରିତ ରହିଥାଏ।

୮.ଓଟ୍ସ : ଓଟ୍ସର ସେବନ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଓଟ୍ସରେ ମଧ୍ୟ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଥାଏ। ରୋଗମୁକ୍ତ ଏବଂ ସୁସ୍ଥ ରହିବା ପାଇଁ ଆପଣ ଜଳଖିଆରେ ଓଟ୍ସକୁ ସାମିଲ କରି ପାରିବେ।


୯. କଖାରୁ ମଞ୍ଜି : କଖାରୁ ମଞ୍ଜି ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। କଖାରୁ ମଞ୍ଜିରେ ଅଧିକ ମାତ୍ରାରେ ପ୍ରୋଟିନ୍ ରହିଥାଏ। ଆପଣ ମସଲା ସହ ଭାଜି କଖାରୁ ମଞ୍ଜି ସେବନ କରି ପାରିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ