ରାଜ୍ୟ

ନିଜ ନିର୍ବାଚନମଣ୍ଡଳୀରେ ସମୀର ଦାଶ ହଟହଟା; ବୋତଲ ମାଡ଼, ଠେଲାପେଲା

ପୁରୀ/ଚାରିଛକ : ନିଜ ନିର୍ବାଚନମଣ୍ଡଳୀରେ ଆଜି ବିରୋଧ ସାମ୍ନା କରିଛନ୍ତି ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ। ଏକ ରାସ୍ତା କାମର ଶିଳାନ୍ୟାସ ପାଇଁ ଯାଇଥିବା ବେଳେ ଗାଁ ଲୋକେ ବିଧାୟକଙ୍କୁ ତୀବ୍ର ବିରୋଧ କରିଛନ୍ତି। ଉପସ୍ଥିତ ଲୋକେ ବୋତଲ ମାଡ଼ କରିଛନ୍ତି। ବିଧାୟକଙ୍କ ପିଏସ୍‌ଓ ବି ଏଥିରୁ ବର୍ତ୍ତିନାହାନ୍ତି। ତାଙ୍କୁ ଠେଲାପେଲା କରାଯାଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଚକରଡ଼ା ଗାଁ ଲୋକେ ବିଧାୟକଙ୍କ ରାସ୍ତା ଅବରୋଧ କରିବା ସହ ଶିଳାନ୍ୟାସ ସ୍ଥଳକୁ ଛାଡିନଥିଲେ। ଫଳରେ ବିଧାୟକ ଶିଳାନ୍ୟାସ ସ୍ଥଳଠାରୁ କିଛି ବାଟ ଦୂରରେ ନଡ଼ିଆ ବାଡ଼େଇ ଫେରି ଆସିଛନ୍ତି। ପୂର୍ବରୁ ଶ୍ରୀ ଦାଶ ନିଜ ନିର୍ବାଚନମଣ୍ଡଳୀରେ କେବେ ବି ଏଭଳି ବିରୋଧ ସାମ୍ନା କରିନଥିଲେ। ଅନ୍ୟପଟେ ଯେଉଁ ଗାଁରେ ବିଧାୟକ ଶ୍ରୀ ଦାଶ ବିରୋଧର ଶିକାର ହୋଇଛନ୍ତି, ତାହା ବିଜେପି ନେତା ଦିଲୀପ ନାୟକଙ୍କ ଗାଁ। ଦିଲୀପ ନାୟକ ବିଧାୟକ ଆଶାୟୀ ଅଛନ୍ତି।

ମିଳିଥିବା ସୂଚନା ମୁତାବକ, ନିମାପଡ଼ା ବ୍ଲକ୍‌ ଚକରଡ଼ା ଗାଁର ଲୋକେ ରାସ୍ତା ପାଇଁ ବହୁଦିନରୁ ଦାବି କରି ଆସୁଛନ୍ତି। ଏଥିପାଇଁ ଚାରିଛକ-ଗୋପ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ଏହାସତ୍ତ୍ବେ ଦାବି ପୂରଣ ହୋଇନଥିଲା। ଗାଁ ଲୋକେ କହିଛନ୍ତି, ଚାରିଛକ-ଗୋପ ମୁଖ୍ୟ ରାସ୍ତାରୁ ଚକରଡ଼ା ଗାଁକୁ ରାସ୍ତା କରାନଯାଇ ପ୍ରଥମେ କେଉଟଶାଳଦା ଗାଁକୁ ରାସ୍ତା କରାଯାଇଥିଲା। ପୂର୍ବରୁ ଚାରିଛକ-ଗୋପ ରାସ୍ତାରୁ ଚକରଡ଼ା ଗାଁ ଆଡ଼କୁ ପ୍ରାୟ ୧୦ଲକ୍ଷ ଟଙ୍କା ବ୍ୟୟରେ ୫ଶହ ମିଟର ରାସ୍ତା ତିଆରି ହୋଇଛି। ଆଉ ୧ କିଲୋମିଟର ରାସ୍ତା ତିଆରି ପରେ ଏହା ଚକରଡ଼ା ଗାଁରେ ପହଞ୍ଚିବ ଓ ଗାଁ ଲୋକେ ସୁବିଧାରେ ଯା’ଆସ କରିବେ। ଚକରଡ଼ା ଗାଁ ପରେ କେଉଟଶାଳଦା ଗାଁ ପଡ଼ୁଥିବାବେଳେ ଦୁଇ ଗାଁର ଦୂରତା ପ୍ରାୟ ୫ଶହ ମିଟର। ଶୁକ୍ରବାର ଦିନ କେଉଟଶାଳଦା ଗାଁଠାରେ ବିଧାୟକ ଶ୍ରୀ ଦାଶ ରାସ୍ତାର ଶିଳାନ୍ୟାସ କରୁଥିଲେ। ଚକରଡ଼ା ଗାଁ ଲୋକଙ୍କ କହିବା ମୁତାବକ, ବିଧାୟକ ଆମ ରାସ୍ତାକୁ ଗୁରୁତ୍ବ ନ ଦେଇ କେଉଟଶାଳଦା ପାର୍ଶ୍ବରୁ ରାସ୍ତା କାମ ପାଇଁ ଶିଳାନ୍ୟାସ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ର‌ଣୋଦିତ। ଏଥିପାଇଁ ଶ୍ରୀ ଦାଶଙ୍କ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଦୃଢ଼ ବିରୋଧ କରାଯାଇଥିଲା।

ବିଧାୟକ ଶ୍ରୀ ଦାଶ କହିଛନ୍ତି, ଯେଉଁ ଜାଗାରେ ରାସ୍ତାର ଶିଳାନ୍ୟାସ ଦିଆଯାଉଥିଲା, ସେହି ରାସ୍ତା ଉପରେ ୪ଟି ମୌଜା କେଉଟଶାଳଦା, ଚକରଡ଼ା, ବସନ୍ତପୁର ଓ ବେଗୁନିଆ ନିର୍ଭରଶୀଳ। ମୁଁ ଚାରି ମୌଜାକୁ ଅଗ୍ରାଧିକାର ଦେବି ନା ଏକ ନିର୍ଦ୍ଦିଷ୍ଟ ଗାଁକୁ ଅଗ୍ରାଧିକାର ଦେବି। ଯେଉଁ ଜାଗାରେ ଶିଳାନ୍ୟାସ ହେଉଥିଲା, ତା’ଠାରୁ ଦୂରରେ କିଛି ଲୋକ ପାଟି କରୁଥିଲେ। କିନ୍ତୁ ଠେଲାପେଲା, ଗଣ୍ଡଗୋଳକୁ ସେ ଖଣ୍ଡନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।