ରାଜ୍ୟ

ନିଜକୁ ପାଣ୍ଡିଆନଙ୍କ ଶଳା ବୋଲି କହୁଥିଲା ମାଷ୍ଟର୍‌ ମାଇଣ୍ଡ୍‌ ରମେଶ

ଚାକିରି ଦେବା ନାଁରେ ମାଲକାନଗିରି ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ‌ଠକେଇ ହୋଇଛି। ଅଭିଯୋଗ ପରେ ମାଥିଲି ପୁଲିସ୍ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝି, କେନ୍ଦ୍ରାପଡ଼ାର ରମେଶ ଚନ୍ଦ୍ର ରାଉତ ଓ ସହଯୋଗୀ ଜୀବନ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଛି।

ମାଲକାନଗିରି: ଚାକିରି ଦେବା ନାଁରେ ମାଲକାନଗିରି ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ‌ଠକେଇ ହୋଇଛି। ଅଭିଯୋଗ ପରେ ମାଥିଲି ପୁଲିସ୍ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝି, କେନ୍ଦ୍ରାପଡ଼ାର ରମେଶ ଚନ୍ଦ୍ର ରାଉତ ଓ ସହଯୋଗୀ ଜୀବନ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ମାମଲାରେ ପୁଲିସ ମାଷ୍ଟର୍‌ ମାଇଣ୍ଡ୍‌ ରମେଶ ରାଉତକୁ ଭୁବନେଶ୍ବରରୁ ଗିରଫ କରିଛି। ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଫେରାର ହୋଇ ଯାଇଛନ୍ତି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ଓ ତାଙ୍କ ସହଯୋଗୀ ଜୀବନ। ୪ଟି ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ କରୁଥିବା ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ସୂଚନା ଦେଇଛନ୍ତି।

ରମେଶ ଭୁବନେଶ୍ବରରୁ ଗିରଫ, ୪ ମାମଲା ରୁଜୁ 
ଜିଲ୍ଲା ପରିଷଦ ସଭ୍ୟା, ସହଯୋଗୀ ଫେରାର

ମାଥିଲି ବ୍ଲକ ଜୋନ୍‌-୩ ଜିଲ୍ଲା ପରିଷଦ ସଦସ୍ୟ‌ା ଅଛନ୍ତି ସସ୍ମିତା ମାଝି। ବିଜେଡିର ହାଇପ୍ରୋଫାଇଲ୍ ନେତା ଭିକେ ପାଣ୍ଡିଆନ୍‌ଙ୍କ ନାମ ବ୍ୟବହାର କରି ଚାକିରି ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ଏପରିକି ଏହି ମାମଲାରେ ପୁଲିସ୍‌ ଗିରଫ କରିଥିବା ରମେଶ ରାଉତଙ୍କୁ ବିଜେଡି ନେତାଙ୍କ ଶଳା ବୋଲି ପରିଚୟ ଦେଇ ସିଧାସଳଖ ତାଙ୍କ ଆକାଉଣ୍ଟରେ ଟଙ୍କା ପଠାଇବା ପାଇଁ ଲୋକଙ୍କୁ କୁହାଯାଇଥିଲା। ଜଣେ କି ଦୁଇ ଜଣ ନୁହେଁ ଅନେକ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି। 

ସ୍ଥାନୀୟ ବ୍ୟବସାୟୀ କାର୍ତ୍ତିକ ରାୟଙ୍କୁ ଇ-ସ୍କୁଟି ଟେଣ୍ଡର କରାଇଦେବା ପ୍ରଲୋଭନ ଦେଖାଇ ୨୬ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଛନ୍ତି ଏମାନେ। ସେହିପରି ଚାକିରି କରାଇଦେବା ନାଁରେ ନନ୍ଦ କିଶୋର ପୁହାଣଙ୍କଠାରୁ ୭ଲକ୍ଷ ୩୦ ହଜାର, ମାଧବ ହରେଶ କୁମାରଙ୍କଠାରୁ ପିଇଓ ଚାକିରି କରାଇ ଦେବା ଆଳରେ ୧୦ଲକ୍ଷ ୧୦ହଜାର ଟଙ୍କା ଠକି ନେଇଛନ୍ତି। ଟଙ୍କା ଦେବାର ବହୁ ମାସ ପରେ ମଧ୍ୟ ଚାକିରି ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ପୂର୍ବ ସରକାରଙ୍କ ଭୟରେ କେହି ମୁହଁ ଖୋଲୁନଥିଲେ। ମୁହଁ ଖୋଲିଲେ ହତ୍ୟା ଧମକ ମିଳୁଥିବାରୁ ସଭିଏଁ ଚୁପ୍ ରହୁଥିଲେ। କଥା ଧୀରେ ଧୀରେ ପଦାକୁ ଆସିବା ପରେ ଥାନାରେ ପହଞ୍ଚିଥିଲା ମାମଲା। ଏହି ରୢାକେଟ୍‌ର ଚେର ମାଲକାନଗିରିରୁ କୋରାପୁଟ ଦେଇ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଲମ୍ବିଛି। ଫେରାର ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ଓ ସହଯୋଗୀ ଜୀବନ ଗିରଫ ହେବା ପରେ ବହୁ ତଥ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।