ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଖୋଜର ପାଞ୍ଚ ଦିନ ପରେ ଅମ୍ରିତ ଉଦ୍ଧାର

ଓଡ଼ଗାଁ : କୁରାଳ ଗ୍ରାମରୁ ଅପହୃତ ହୋଇଥିବା ନାବାଳକ ଅମ୍ରିତକୁ ସୋମବାର ଭୋର୍‌ରୁ ଗ୍ରାମର ଏକ ଘର ଭିତରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଗତ ଗୁରୁବାର ଓଡ଼ଗାଁ ଥାନା କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ଟ୍ୟୁସନ୍ ଯାଇ ନିଖୋଜ ହେବା ଘଟଣା ସାରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ୫ ଦିନ ଧରି ଜିଲ୍ଲା ପୁଲିସ, ସାଇଣ୍ଟଫିକ୍ ଟିମ୍ ତନାଘନା କରିଥିଲେ ମଧ୍ୟ ଅମ୍ରିତର ସନ୍ଧାନ ମିଳିନଥିଲା। ଘଟଣା ଉପରୁ ପରଦା ହଟାଇବାକୁ ପୁଲିସ ନାକେଦମ ହୋଇଥିବା ବେଳେ ସୋମବାର ଭୋର୍‌ରୁ ଅପହରଣକାରୀମାନେ ଅମ୍ରିତକୁ ଆଣି ଏକ ଘରେ ଛାଡ଼ି ଚାଲି ଯାଇଥିଲେ। ସକାଳ ୭ଟା ସମୟରେ ଜଣେ ପଡ଼ୋଶୀ ମହିଳା ଏକ ଟ୍ୟାପ୍‌ରୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଲୁହା ଗେଟ୍‌ ପଛରେ ଥାଇ ଅମ୍ରିତ୍ ହାତଠାରି ମହିଳାଙ୍କୁ ଡାକିଥିଲା। ମହିଳା ଜଣଙ୍କ ଅମ୍ରିତ୍‌କୁ ଦେଖି ଅନ୍ୟମାନଙ୍କୁ କହିଥିଲେ।

କୁରାଳ ଗ୍ରାମର ଗଣେଶ୍ବର ସାହୁଙ୍କୁ ମହିଳାମାନେ ଏହା ଜଣାଇବାରୁ ସେ ପାଚେରି ଡେଇଁ ଭିତରେ ପଶି ଅମ୍ରିତକୁ ଉଦ୍ଧାର କରିଥିଲେ। ଘଟଣା ପ୍ରଘଟ ହେବା ପରେ ଗାଁ’ର ଶହଶହ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟ ସେଠାରେ ପହଞ୍ଚି ଅମ୍ରିତକୁ ଥଣ୍ଡା ପାନୀୟ ଦେଇ ଆଶ୍ବାସନା ଦେଇଥିଲେ। ଅମ୍ରିତଙ୍କ ବାପାମା’ ଆସି ସେଠାରେ ପହଞ୍ଚି ପୁଅକୁ କୋଳେଇ ନେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ଅମ୍ରିତକୁ ସେଠାରୁ ନେଇ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

ଅମ୍ରିତର ମାନସିକ ଅବସ୍ଥା ଭଲ ନଥିବାରୁ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିମାନେ ସେ କେଉଁଠି କିପରି ଅବସ୍ଥାରେ ଥିଲା ଏବଂ ତାକୁ କିଏ ନେଇଥିଲା ସେ ସମ୍ପର୍କରେ ପଚରାଉଚୁରା କରିବା ଉପରେ ବାରଣ କରାଯାଇଛି। ଅମ୍ରିତର ମାନସିକ ଅବସ୍ଥାରେ ସୁଧାର ଆସିବାକୁ ପରିବାର ଓ ବନ୍ଧୁବାନ୍ଧବମାନଙ୍କ ପାଖରେ ଛଡ଼ା ଯାଇଛି। ଅମ୍ରିତ୍ ଉଦ୍ଧାର ପରେ ନୟାଗଡ଼ ଏସ୍‌ପି ଅଲେଖ ଚନ୍ଦ୍ର ପହି ଓଡ଼ଗାଁ ଥାନାରେ ପହଞ୍ଚି ଅମ୍ରିତର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହି ଘଟଣାରେ ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।