ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ନିଆରା ଚର୍ଚ୍ଚ ଯେଉଁଠାରେ ଦେଖିବାକୁ ମିଳେ ସର୍ବ ଧର୍ମ ସମଭାବର ଝଲକ୍: କାନ୍ଥରେ ବାଇବେଲ୍ ସହ ଲେଖା ହୋଇଛି ଗୀତା ଶ୍ଳୋକ

ବନାରସ ୨୩/୧୨ : ଧର୍ମ ଓ ଅଧ୍ୟାତ୍ମ ନଗରୀ କାଶୀ ଏକ ମିନି ଇଣ୍ଡିଆ ଫଟୋ ମଧ୍ୟ ପେଶ କରୁଛି। ଏଠାରେ ସର୍ବ ଧର୍ମ ସମଭାବର ଝଲକ ଦେଖିବାକୁ ମିଳିଛି। ଗୋଟିଏପଟେ ମନ୍ଦିର ଘଣ୍ଟ ତ ଅନ୍ୟପଟେ ମସଜିଦରେ ନମାଜ ପାଠ ଓ ଗିରିଜାଘରେ କୋରଲ ଗୀତ ଶୁଭିଥାଏ। କାଶୀ ଗଙ୍ଗା-ଯମୁନାର ସଂସ୍କୃତି ପେଶ କରିଥାଏ। ଏହି ନଗରୀରେ ଏକତାର ସନ୍ଦେଶ ଦେଉଥିବା ଏମିତି ଏକ ଚର୍ଚ୍ଚ ଅଛି ଯେଉଁଠାରେ ଚର୍ଚ୍ଚର କାନ୍ଥ ବି ଗୀତା ଉପଦେଶ ଦେଇଥାଏ। କାଶୀ ଲୋକେ ଏହାକୁ ଏକ ନିଆରା ଚର୍ଚ୍ଚ ବୋଲି କୁହନ୍ତି।

ଗଙ୍ଗା କୂଳରେ ଅବସ୍ଥିତ ବନାରସ ସହର ମିନି ଇଣ୍ଡିଆର ଚିତ୍ର ଦେଖାଇଥାଏ ଯେଉଁଠାରେ ସବୁ ଧର୍ମ ଏବଂ ସମ୍ପ୍ରଦାୟର ଲୋକ ବାସ କରନ୍ତି। କାଶୀ ସମସ୍ତ ଧର୍ମର କେନ୍ଦ୍ରବିନ୍ଦୁ। ବାରାଣାସୀ କ୍ୟାଣ୍ଟନମେଣ୍ଟରେ ନିର୍ମିତ ସେଣ୍ଟ ମେରି କ୍ୟାଥେଡ୍ରାଲ ଚର୍ଚ୍ଚ ଯାହାର ଇତିହାସ ବହୁ ପୁରୁଣା କିନ୍ତୁ ଏହି ଚର୍ଚ୍ଚ ପୂର୍ଣତୟା ଭାରତୀୟ ସଂସ୍କୃତିର ଝଲକ ଦର୍ଶାଇଥାଏ। ସେଣ୍ଟ ମେରୀ ଚର୍ଚ୍ଚର ଫାଦର ବିଜୟ ଶାନ୍ତି ରାଜ କହିଛନ୍ତି ଯେ ଏହି ଚର୍ଚ୍ଚର ନିମ୍ନ ଭାଗଟି ଭାରତୀୟ ସଂସ୍କୃତି ସହ ଜଡିତ ଏବଂ ଏହାର ନୀଚ ଭାଗ ଅଷ୍ଟକମଳ ଫୁଲର ଆକାରରେ ତିଆରି ହୋଇଛି। ଅର୍ଥାତ ଭାରତୀୟ ବାସ୍ତୁଶାସ୍ତ୍ରରେ ଏହାକୁ ଅଷ୍ଟାକୋଣିୟ ବୋଲି କୁହାଯାଏ। କମଳା ବା ପଦ୍ମ ପୂର୍ଣ୍ଣତାର ପ୍ରତୀକ ଏବଂ ଶଙ୍ଖ ଈଶ୍ୱରଙ୍କ ବାର୍ତ୍ତାର ପ୍ରତୀକ।

ଏଠାରେ ଓଁ, କଳସ, ଆମ୍ବ ପତ୍ର, ଲତା ଏବଂ ଇଶା ଖ୍ରୀଷ୍ଟଙ୍କ ବାର୍ତ୍ତା ସାମିଲ ରହିଛି। କେବଳ ସେତିକି ନୁହେଁ ଏହି ଚର୍ଚ୍ଚରେ ଯେଉଁଠାରେ ବାଇବେଲର ବାର୍ତ୍ତା ଲେଖାଯାଇଛି ସେଠାରେ ଗୀତାଙ୍କ ଶ୍ଳୋକ ଟସେବାଧର୍ମା: ପରମଗହାନୋ ଯୋଗୀନାମପ୍ୟଗମ୍ୟଟ ସଂସ୍କୃତରେ ପିତ୍ତଳର ବଡ ବଡ ଧାତୁରେ ତିଆରି ଅକ୍ଷରରେ ଖୋଦିତ ହୋଇଛି। ଏହି ଚର୍ଚ୍ଚକୁ ପ୍ରଖ୍ୟାତ ପଣ୍ଡିତ କୃଷ୍ଣ ମେନନ୍ ଏବଂ ନିଜର ରଚନାତ୍ମକ କଳାକୃତି ପାଇଁ ପ୍ରସିଦ୍ଧ କଳାକାର ଜ୍ୟୋତି ଶାହୀ ଡିଜାଇନ କରିଛନ୍ତି।

ଏହି ଚର୍ଚ୍ଚ ସର୍ବ ଧର୍ମ ଲୋକଙ୍କୁ ଏକତାର ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ସନ୍ଦେଶ ଦେଇଥାଏ। ମଣିଷକୁ ମାନବିକତାର ସନ୍ଦେଶ ଦେଇଥାଏ। ଡକ୍ଟର ୟୁଜିନ୍ ଜୋସେଫ୍ କହିଛନ୍ତି ଯେ କାଶୀ ଏମିତି ଏକ ସହର ଯାହା ସବୁ ଧର୍ମର କେନ୍ଦ୍ରବିନ୍ଦୁ। ଆମର ପିତୃପୁରୁଷମାନେ ଭାବିଥିଲେ ଯେ ଏମିତି ଏକ ମନ୍ଦିର ନିର୍ମାଣ କରାଯିବା ଉଚିତ ଯାହା ସମସ୍ତଙ୍କ ହୃଦୟକୁ ଛୁଇଁବ। ଏହା ଭାରତୀୟ ବାସ୍ତୁଶାସ୍ତ୍ରର ମଣ୍ଡଳା କନସେପ୍ଟରେ ନିର୍ମିତ ଯେଉଁଠାରେ ଗୁରୁ ବସି ଶିକ୍ଷା ଦିଅନ୍ତି। ବାସ୍ତୁରେ ପାଗୋଡା ମଧ୍ୟ ଅନ୍ତର୍ଭୁକ୍ତ। ଚର୍ଚ୍ଚର ଚାରିପାଖ ପରିବେଶ ସବୁଜିମାରେ ଭରପୁର ଏବଂ ଅହିଂସା ଦ୍ୱାରା ଅନୁପ୍ରାଣିତ।


ଚର୍ଚ୍ଚର ଏହି ବିଶେଷତ୍ୱକୁ ଦେଖି ସବୁ ବର୍ଗର ଲୋକେ ଏଠାକୁ ଆସନ୍ତି। ସେ ମୁସଲମାନ ହୁଅନ୍ତୁ କିମ୍ବା ହିନ୍ଦୁ ସମସ୍ତେ ଏଠାକୁ ଆସନ୍ତି। ସମ୍ଭବତଃ ଏହା ପ୍ରଥମ ଚର୍ଚ୍ଚା ଯେଉଁଠାରେ କରୋଲ ସହ ହର ହର ମହାଦେବଙ୍କ ଜୟକାରେ ମଧ୍ୟ ଗୁଞ୍ଜି ଉଠେ। ଏଠାକୁ ଆସୁଥିବା ଲୋକମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି ଚର୍ଚ୍ଚ ଯୀଶୁ ଖ୍ରୀଷ୍ଟଙ୍କ ସେହି ସନ୍ଦେଶକୁ ଦର୍ଶାଉଛି ଯେଉଁଥିରେ ସେ କହିଥିଲେ ଯେ ଈଶ୍ୱର ଏକ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ