ରାଜ୍ୟ

ନାଳ ଉପରେ ସରକାରୀ ଗୃହ ନିର୍ମାଣ: ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପାଣିର ଗାର

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତରେ ସରକାରଙ୍କ ତରଫରୁ ମିଶନଶକ୍ତି ଗୃହ ଏକ ନାଳ ଉପରେ ନିର୍ମାଣ ହେବାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଜିର ଅଭିଯୋଗକୁ ମିଶାଇ ଗ୍ରାମବାସୀ ୩ ଥର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ବି ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି।

ଗତ ମାର୍ଚ୍ଚ ମାସରେ ପୂର୍ବ ସରକାର ସମୟରେ ହୋଇଥିବା ଓ୍ଵାର୍କଅର୍ଡର ଅନୁଯାୟୀ ଏବେ ନିର୍ମାଣ କାର୍ଯ୍ୟ କରାଯାଉଅଛି। ମାତ୍ର ଏ ନେଇ ମିଶନ ଶକ୍ତିରେ ଜିପିଏଲ୍ଏଫ୍ରେ କୌଣସି ରିଜଲୁ୍ୟସନ ହୋଇ ନ ଥିବା ବେଳେ କାର୍ଯ୍ୟ ତରବରିଆ ଭାବେ ଏକ ନାଳ ଉପରେ ନିର୍ମାଣ କରାଯିବା ପଛରେ କି ଅଭିସନ୍ଧି ରହିଛି ତାହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯେଉଁ ସ୍ଥାନରେ ଗୃହ ନିର୍ମାଣ କରାଯାଉଛି ତାହା ଏକ ନାଳ ହୋଇଥିବାରୁ ଉକ୍ତ ଗୃହର ସ୍ଥାୟିତ୍ଵ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉକ୍ତ ଯାଗା ସଂଲଗ୍ନ ସରକାରୀ ଯାଗା ପର୍ଯ୍ୟାପ୍ତ ପରିାମଣରେ ରହିଥିଲେ ମଧ୍ୟ ପ୍ରଶାସନକି ଅଧିକାରୀମାନେ କାହା ଚାପରେ ଏଭଳି ତରବରିଆ ଭାବେ ଉକ୍ତ ଗୃହ ନିର୍ମାଣ କରୁଛନ୍ତି ବୋଲି ଆଜି ଜିଲ୍ଲାପାଳଙ୍କୁ ଭେଟିଥିବା ଅଭିଯୋଗକାରୀମାନେ ପ୍ରଶ୍ନ କରିଛନ୍ତି। ଜିଲ୍ଲାପାଳଙ୍କୁ ପୂର୍ବରୁ ଅଭିଯୋଗ କରାଯାଇଥିବା ଏବଂ ଜିଲ୍ଲାପାଳ କାର୍ଯ୍ୟ ସ୍ଥଗିତ ରଖିବାକୁ କହିଥିବା ବେଳେ କନିଷ୍ଠ ଯନ୍ତ୍ରୀ, ସହାୟକ ଯନ୍ତ୍ରୀ ଜିଲ୍ଲାପାଳଙ୍କ କଥାକୁ ଖାତିର ନକରି ତରବରିଆ ହୋଇ ନାଳ ଉପରେ ଗୃହ ନିର୍ମାଣ କରୁଛନ୍ତି। ସରକାରୀ କାର୍ଯ୍ୟକୁ ସ୍ବାଗତ କରାଯାଉଥିବା ବେଳେ ଉକ୍ତ କାର୍ଯ୍ୟର ମାନ ସଠିକ ରଖିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ତୁରନ୍ତ ଉକ୍ତ କାର୍ଯ୍ୟର ତଦନ୍ତ କରାଯାଇ ଉପଯୁକ୍ତ ସରକାରୀ ଯାଗା ଉପରେ ଗୃହ ନିର୍ମାଣ କରିବାକୁ ଯୁବନେତା ସୁରେଶ ସାମଲ, ତପନ ପାତ୍ର, ବିଦ୍ୟାଧର ସେଠୀ, ଜୟକୃଷ୍ଣ ନାୟକ, ନିରଞ୍ଜନ ବାରିକ, ଚନ୍ଦ୍ରମଣି ଯେନା, ଭ୍ରମର କିଶୋର ନାୟକ, ପ୍ରଶାନ୍ତ ବେହେରା, ସନ୍ତୋଷ ପାଣିଗ୍ରାହୀ, ଚିତ୍ତରଂଜନ ସାମଲ ପ୍ରମୁଖ ଦାବି କରିଛନ୍ତି। ଜିଲ୍ଲାପାଳଙ୍କୁ କଥାକୁ ଖାତର ନକରି ଆଉ ଯଦି କାର୍ଯ୍ୟ ଆଗକୁ ଚାଲେ ତେବେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।