ଅପରାଧ ରାଜ୍ୟ

ନାରାୟଣ ବସ୍ତିରେ ଚନ୍ଦୁ ହତ୍ୟାକାଣ୍ଡ ମାମଲା, ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା ଗିରଫ

ଭୁବନେଶ୍ବର ୧୪।୦୯ : ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ୍‌ ଚନ୍ଦୁ ହତ୍ୟାକାଣ୍ଡ ମାମଲା । ଗିରଫ ହେଲେ ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା । ଦୁଇ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ହତ୍ୟାକାଣ୍ଡ ପରେ ବାହାର ଜିଲ୍ଲାରେ ଯାଇ ଲୁଚିଥିଲେ ରଞ୍ଜୁ ଓ ସହଯୋଗୀ ।

ଖବର ଅନୁଯାୟୀ, ଗତ ୯ ତାରିଖ ରାତିରେ ଚନ୍ଦୁ ଓ ତାର ୨ ସହଯୋଗୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ ରଞ୍ଜୁ ଓ ତାଙ୍କ ସହଯୋଗୀ । ଫଳରେ ଚନ୍ଦୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରଠାରୁ ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା ଫେରାର ଥିଲେ । କମିଶନରେଟ୍‌ ପୋଲିସ ଘଟଣାରେ ତଦନ୍ତ ଏବେ ଦୁଇ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ୍‌ ଥାନା ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।