ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୟସ ପ୍ରମାଣ ପାଇଁ କେବଳ ସ୍କୁଲ ଲିଭିଂ ସାର୍ଟିଫିକେଟ ଭରସାଯୋଗ୍ୟ ନୁହେଁ

କଟକ : ନାବାଳିକା ଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବୟସ ପ୍ରମାଣ ପ୍ରସଂଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପୀଡିତାଙ୍କ ବୟସ ପ୍ରମାଣ ପାଇଁ କେବଳ ଏକମାତ୍ର ସ୍କୁଲ ଲିଭିଂ ସାର୍ଟିଫିକେଟ (ଏସଏଲସି) ଉପରେ ଭରସା କରି ହେବ ନାହିଁ ବୋଲି ହାଇକୋର୍ଟ କହିବା ସହିତ ଆଇପିସିର ଦଫା ୩୭୬(୩) ଓ ପୋକସୋ ଆଇନର ଧାରା ୬ରେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ନିମ୍ନ ଅଦାଲତ ପ୍ରଦାନ କରିଥିବା ୨୦ ବର୍ଷ ସଶ୍ରମ ଜେଲ ଓ ୧୫ ହଜାର ଟଙ୍କା ଜରିମାନା ଦଣ୍ଡକୁ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କୁ ଆଇପିସିର ଦଫା ୩୭୬(୧)ରେ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି। କେବଳ ଏସଏଲସିକୁ ପୀଡିତାଙ୍କ ବୟସ ୧୬ବର୍ଷରୁ କମ ଥିଲା ବୋଲି ଚୂଡାନ୍ତ ପ୍ରମାଣ ଭାବେ ଗ୍ରହଣ କରାଯିବା ଠିକ ନୁହେଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଘଟଣା ବେଳେ ପୀଡିତାଙ୍କୁ ୧୬ ବର୍ଷରୁ କମ୍ ହୋଇଥିବା ନେଇ ଉପଯୁକ୍ତ ପ୍ରମାଣ ନଥିବାରୁ ଆବେଦନକାରୀଙ୍କୁ ଆଇପିସିର ଦଫା ୩୭୬(୩) ଓ ପୋକସୋ ଆଇନର ଧାରା ୬ରୁ ମୁକ୍ତ କରାଯାଉଛି ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁ‌ର୍ଯୋଧନ ମାଝୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୀଡ଼ିତାକୁ ଦୁଷ୍କର୍ମ ସମୟରେ ସେ ନବମ ଶ୍ରେଣୀରେ ପାଠ ପଢୁଥିବା କୁହାଯାଇଥିଲା। ନୂଆପଡ଼ା ଝାଞ୍ଜିମୁଣ୍ଡା ଜଙ୍ଗଲରେ ପୀଡିତାଙ୍କ ସହିତ ୨୦୧୮, ଡିସେମ୍ବର ୨୭ରେ ଦୁଷ୍କର୍ମ ହୋଇଥିବା ନେଇ ତାଙ୍କ ବାପା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୀଡିତାଙ୍କ ବୟସ ୧୬ବର୍ଷରୁ କମ ବୋଲି ପ୍ରମାଣ କରିବା ପାଇଁ ସ୍କୁଲର ନାମଲେଖା ରେଜିଷ୍ଟର ଦିଆଯାଇଥିଲା। ଏହି ରେଜିଷ୍ଟରରେ ପୀଡିତାଙ୍କ ବୟସ ପୂର୍ବ ସ୍କୁଲର ଏସଏଲସି ଆଧାରରେ ରହିଥିବା ଦର୍ଶାଯାଇଥିଲା। ନୂଆପଡା ସ୍ବତନ୍ତ୍ର ଅଦାଲତ ୨୦୨୦, ଅକ୍ଟୋବର ୧୪ରେ ମାମଲାର ରାୟ ପ୍ରକାଶ କରି ଆବେଦନକାରୀଙ୍କୁ ଆଇପିସିର ଦଫା ୩୭୬(୩), ପୋକୋସ ଆଇନର ଧାରା ୬ରେ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଓ ୧୫ହଜାର ଟଙ୍କା ଦଣ୍ଡ ଜେଲଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।