ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୫ ବର୍ଷ ଜେଲ୍‌

ଜୟପୁର : ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର ଅଦାଲତର ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାସମଲ ଅଭିଯୁକ୍ତ ଗୋବିନ୍ଦ ତାଡ଼ିଙ୍ଗି (୨୩)କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ସହ ଜିଲ୍ଲା ଆଇନସେବା ପ୍ରାଧିକରଣରୁ ଆଉ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପୀଡ଼ିତାଙ୍କୁ ଦେବାକୁ ମାନ୍ୟବର କୋର୍ଟ ରାୟ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୨୦୧୭ ମସିହା ନଭେମ୍ବର ୧୦ ତାରିଖରେ ନାରାୟଣପାଟଣା ଥାନା ଅଞ୍ଚଳରେ ପୀଡ଼ିତାଙ୍କ ଘରକୁ ଅଭିଯୁକ୍ତ ଗୋବିନ୍ଦ ଗୁଡ଼ାଖୁ ଆଣିବା ପାଇଁ ଯାଇଥିଲେ।

ଘରେ କେହି ନଥିବା ବେଳେ ୮ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିଲା। ନାବାଳିକାର ଚିତ୍କାର ଶୁଣି ତାଙ୍କ ମା’ ଆସିବାବେଳକୁ ଗୋବିନ୍ଦ ସେଠାରୁ ଫେରାର ହୋଇଯାଇଥିଲା। ଏନେଇ ପୀଡ଼ିତାଙ୍କ ପରିବାରବର୍ଗ ସେହି ମାସ ୧୪ ତାରିଖରେ ନାରାୟଣପାଟଣା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏହାକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ତତ୍କାଳୀନ ଲକ୍ଷ୍ମୀପୁର ଏସଡିପିଓ ହେମନ୍ତ କୁମାର ପାଢ଼ୀ ଏହାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଏହି ମାମଲାର ବିଚାର ଚାଲିଥିବା ବେଳେ ୧୯ ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆଜି କୋର୍ଟ ଅଭିଯୁକ୍ତ ଗୋବିନ୍ଦକୁ ଦୁଷ୍କର୍ମ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟରେ ଆଉ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଏବଂ ନାବାଳିକା ଦୁଷ୍କର୍ମ ମାମଲାରେ ୧୫ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟରେ ଆଉ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତଠାରୁ ଆଦାୟ ଜରିମାନା ଟଙ୍କା ୨୦ହଜାର ସହ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ୩ ଲକ୍ଷ ଟଙ୍କା ସହାୟତା ରାଶି ପୀଡ଼ିତାକୁ ପ୍ରଦାନ କରିବା ପାଇଁ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପୋସ୍କୋ ସ୍ବତନ୍ତ୍ର ସରକାରୀ ଓକିଲ ଡ. ବି.ଗାୟତ୍ରୀ ଦେବୀ ମାମଲାକୁ ପରିଚାଳନା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।