ରାଜ୍ୟ ସ୍ପେଶାଲ ରିପୋର୍ଟ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଆକାଂକ୍ଷିତ ମିଶ୍ର ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଅଧିକ ୬ ମାସ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଦଫା ୬ ପୋକ୍ସୋ ଆକ୍ଟରେ ଏବଂ ଦଫା ୩୬୩ ଆଇପିସିରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ବିବରଣୀ ଅନୁଯାୟୀ, ୨୦୨୧ ମସିହା ମେ ୧୮ ତାରିଖରେ ଭୁବନ ଥାନା ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକା ଘର ନିକଟ ନଳକୂଅକୁ ପାଣି ଆଣିବାକୁ ଯାଇଥିଲେ। ସେହି ଅଞ୍ଚଳର  ପ୍ରଦୀପ୍ତ ପାତ୍ର(୩୦) ନାବାଳିକାକୁ ସେଠାରୁ ଅପହରଣ କରିନେଇ ତା ସହ ଦୁଷ୍କର୍ମ କରିଥିଲେ। ପ୍ରକାଶ ଥାଉକି, ପ୍ରଦୀପ୍ତ ବିବାହିତ ହୋଇଥିବା ବେଳେ ତାଙ୍କର ୩ଟି ସନ୍ତାନ ରହିଛନ୍ତି। ଏ ସଂପର୍କରେ ନାବାଳିକାର ବାପା ଭୁବନ ଥାନାରେ ଏତଲା ଦେଇଥିଲେ। ଏ ନେଇ ପୁଲିସ୍‌ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାର ସିଟି ସ୍ପେସାଲ୍‌ ପୋକ୍ସୋ କେସ୍‌ ନମ୍ବର ୪୦/୨୦୨୧ ଦଫା ୩୬୩/୩୭୬ (୩)/ ୩୭୬(୨)(ଏନ) ଆଇପିସି ଏବଂ ୬ ପୋକ୍ସୋ ଆକ୍ଟରେ ବିଚାରପତି ଶ୍ରୀ ମିଶ୍ର ୨୨ ଜଣ ସାକ୍ଷ୍ୟ ପ୍ରମାଣ, ପୀଡ଼ିତାର ବୟାନ ଓ ୧୭ଟି ଦସ୍ତାବିଜ, ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ଅଭିଯୁକ୍ତ ପ୍ରଦୀପକୁ ଉପରୋକ୍ତ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ପୋକ୍ସୋ କୋର୍ଟ ପିପି ନିରଞ୍ଜନ ସାହୁ ମାମଲା ପରିଚାଳନା କରୁଥିଲେ। ଅତିରିକ୍ତ ପିପି ସୂର୍ଯ୍ୟ ନାରାୟଣ ତ୍ରିପାଠୀ ମାମଲା ପରିଚାଳନାରେ ସହଯୋଗ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।