ଅପରାଧ ରାଜ୍ୟ

ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ, ଚାନ୍ଦବାଲିରୁ ଧରାପଡିଲା ଫୈଜଲ

ଆନନ୍ଦପୁର ୧୮/୧୧: ଜଣେ ୧୪ ବର୍ଷୀୟା ନାବାଳିକାକୁ ଅପହରଣ ମାମଲା । ଚାନ୍ଦବାଲି ଅଞ୍ଚଳର ଅଭିଯୁକ୍ତ ସେକ୍ ଫୈଜଲ କୁ ଗିରଫ କରିଛି ଆନନ୍ଦପୁର ପୋଲିସ୍ ।

ଆନନ୍ଦପୁର ପୌରାଞ୍ଚଳ ୭ନଂ ଓ୍ବାର୍ଡ ମୁଣ୍ଡାସାହିରୁ ଗତ ମାର୍ଚ୍ଚ ମାସରେ ଫୈଜଲ ଜଣେ ନାବାଳିକାକୁ ଅପହରଣ କରିନେଇ ଅହମଦାବାଦରେ କାମରେ ଲଗାଉଥିଲା । ସେଠାରେ ନାବାଳିକାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପାଇ ପୋଲିସ୍ ଅହମଦାବାଦ ଠାରେ ପହଁଞ୍ଚିବା ପରେ ସଂପୃକ୍ତା ନାବାଳିକା ସହ ନିର୍ଯାତନାର ଶିକାର ଅନ୍ୟଜଣେ ଯୁବତୀ ଓ ଯୁବକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଘଟଣା ପରେ ଫେରାର ରହିଥିବା ଫୈଜଲ ଚାନ୍ଦବାଲି ଅଞ୍ଚଳରେ ଥିବା ନିଜ ଗାଁକୁ ଆସିଥିବା ଖବରପାଇ ପୋଲିସ୍ ଚଡାଉକରି ତାକୁ କାବୁ କରିଥିଲା । ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଆନନ୍ଦପୁର ଏସଡିପିଓ କହିଛନ୍ତି

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।