ଅପରାଧ ରାଜ୍ୟ

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ସହ ଜରିମାନା ଦଣ୍ଡ ଶୁଣାଇଲେ କୋର୍ଟ

ଫୁଲବାଣୀ, ୧ ୯ /୭: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ । ଫୁଲବାଣୀ ତ୍ବରିତ ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଏହି ଶୁଣାଣି କରିଛନ୍ତି । ଘଟଣାରେ ୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ, ପିଡିତାଙ୍କ ବୟାନ ଓ ପ୍ରମାଣ ଆଧାରରେ ଏହି ଶୁଣାଣି କରିଛନ୍ତି । ଅଭିଯୁକ୍ତ ଖଜୁରୀପଡା ଥାନା ଅନ୍ତର୍ଗତ ବନ୍ଧସାହିର ସିପୁ ବେହେରା (୩୧)କୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଆଦାୟ ଆଉ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ବିଚାରପତି ଆଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ଗତ ୨୦୧୫ ମସିହା ମେ ୧୯ ତାରିଖରେ ପିଡିତlଙ୍କୁ ଅପହରଣ କରି ଅଭିଯୁକ୍ତ ଫୁଲବାଣୀ ଆଣି ଗୋଟିଏ ଘରେ ରଖିଥିଲା। ସେଠାରେ ଅଭିଯୁକ୍ତ ସିପୁ ପିଡିତାଙ୍କ ଇଚ୍ଛା ବିରୁଦ୍ଧରେ ତା ସହିତ ଦୁଷ୍କର୍ମ କରୁଥିଲା । ପିଡିତା ଏହି ସଂକ୍ରାନ୍ତରେ ପରେ ଖଜୁରୀପଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ୪୩/୧୫ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ବିଚାରପତି ଉକ୍ତ ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।