ଖେଳ

ନାଦାଲ, ଓସାକା ଜିତିଲେ ଲୋରିୟସ୍‌ ପୁରସ୍କାର

ସେଭିଲେ : ସ୍ପେନ୍‌ ଟେନିସ୍‌ ତାରକା ରାଫେଲ ନାଦାଲ ଏବଂ ଜାପାନ ମହିଳା ଟେନିସ୍‌ ତାରକା ନାଓମି ଓସାକା ୨୦୨୧ ପାଇଁ ବିଶ୍ବ କ୍ରୀଡ଼ାର ସର୍ବଶ୍ରେଷ୍ଠ ଲୋରିୟସ୍‌ ପୁରସ୍କାର ବିଜେତା ହୋଇଛନ୍ତି। ଉଭୟ ଲରେସ୍‌ର ଶୀର୍ଷ ପୁରସ୍କାର ପାଇଛନ୍ତି। ନାଦାଲ ୨୦୨୧ ପାଇଁ ଲରେସ୍‌ର ଶ୍ରେଷ୍ଠ ପୁରୁଷ କ୍ରୀଡ଼ାବିତ୍‌ ପୁରସ୍କାର ଜିତିଥିଲା ବେଳେ ଓସାକା ବର୍ଷର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ ପୁରସ୍କାର ହାତେଇଛନ୍ତି। ଗୁରୁବାର ଏକ ଭର୍ଚୁଆଲ ପୁରସ୍କାର ବିତରଣ ଉତ୍ସବରେ ନାଦାଲ ଓ ଓସାକାଙ୍କୁ ଟ୍ରଫି ପ୍ରଦା‌ନ କରାଯାଇଛି।

ନାଦାଲ ଗତବର୍ଷ ନିଜର ତ୍ରୟୋଦଶ ଫ୍ରେଞ୍ଚ୍‌ ଓପନ୍‌ ମୁକୁଟ ହାସଲ କରିବା ପରେ ସ୍ବିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ଙ୍କ କୀର୍ତ୍ତିମାନଭରା ମୋଟ ୨୦ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତିବାର ସମକକ୍ଷ ହୋଇଥିଲେ। ସେହିପରି ଓସାକା ଗତବର୍ଷ ନିଜର ଦ୍ବିତୀୟ ୟୁଏସ୍‌ ଓପନ୍‌ ଟ୍ରଫି ଜିତିଥିଲେ। ଏଥରକୁ ମିଶାଇ ନାଦାଲ ଚତୁର୍ଥ ଥର ପାଇଁ ଏହି ସମ୍ମାନଜନକ ଲରେସ୍‌ ପୁରସ୍କାର ବିଜେତା ହୋଇଛନ୍ତି। କେବଳ ସେତିକି ନୁହେଁ, ୨୦୨୧ ଲୋରିୟସ୍‌ ପୁରସ୍କାର ତାଲିକାରେ ଟେନିସ୍‌ର ମଧ୍ୟ ଆଧିପତ୍ୟ ରହିଛି। ଆମେରିକୀୟ ମହାନ୍‌ ବିଲି ଜିନ୍‌ କିଙ୍ଗ୍‌ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ହାତେଇଛନ୍ତି

ଲରେସ୍‌ ପୁରସ୍କାର ବିଜେତାଙ୍କ ତାଲିକା
ସ୍ପୋର୍ଟସମ୍ୟାନ୍‌ ଅଫ୍‌ ଦି ଇୟର: ରାଫେଲ ନାଦାଲ
ସ୍ପୋର୍ଟସଓମ୍ୟାନ୍‌ ଅଫ୍‌ ଦି ଇୟର: ନାଓମି ଓସାକା
ଟିମ୍‌ ଅଫ୍‌ ଦି ଇୟର: ବେୟର୍ଣ୍ଣ ମ୍ୟୁନିକ୍‌
ବ୍ରେକ୍‌ଥ୍ରୁ ଅଫ୍‌ ଦି ଇୟର: ପ୍ୟାଟ୍ରିକ୍‌ ମାହୋମେସ୍‌
କମ୍‌ବ୍ୟାକ୍‌ ଅଫ୍‌ ଦି ଇୟର: ମ୍ୟାକ୍ସ ପାରୋଟ୍‌
ସ୍ପୋର୍ଟସ ଫର୍‌ ଗୁଡ୍‌: କିକ୍‌ଫର୍‌ମୋରେ
ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ: ବିଲି ଜିନ୍‌ କିଙ୍ଗ୍‌
ଆଥ୍‌ଲେଟ୍‌ ଆଡ୍‌ଭୋକେଟ୍‌ ଅଫ୍‌ ଦି ଇୟର: ଲୁଇସ୍‌ ହାମିଲଟନ୍‌
ସ୍ପୋର୍ଟିଂ ଇନ୍‌ସ୍ପିରେସନ: ମହମ୍ମଦ ସାଲହା
ସ୍ପୋର୍ଟିଂ ମୁମେଣ୍ଟ୍‌ ଅଫ୍‌ ଦି ଇୟର: କ୍ରିସ୍‌ ନିକିକ୍‌

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ