ଦେଶ ବିଦେଶ ଧର୍ମ

ନାଗପଞ୍ଚମୀ ଦିନ କରନ୍ତୁ ଏହି ଉପାୟ, ସର୍ପଦୋଷରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ ୨୯/୦୭ : ହିନ୍ଦୁ ଧର୍ମରେ ବ୍ରତ, ପର୍ବ ଏବଂ ତିଥିଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଏହି ଦିନ ବିଧି ବିଧାନ ସହିତ ପୂଜା କରିବା ଦ୍ୱାରା ଶୁଭ ଫଳାଫଳ ପ୍ରାପ୍ତ ହୋଇଥାଏ । ବର୍ତ୍ତମାନ ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ପବିତ୍ର ଶ୍ରାବଣ ମାସ ଚାଲିଛି। ଏହି ମାସରେ ନାଗପଞ୍ଚମୀର ପବିତ୍ର ଦିନ ପାଳନ କରାଯାଏ । ଏଥର ଏହି ଶୁଭ ଦିନ ଅଗଷ୍ଟ ୧୩ ରେ ପଡୁଛି । ବିଶ୍ୱାସ କରାଯାଏ ଯେ ଏହି ଦିନ ଭୋଳେନାଥଙ୍କ ପ୍ରିୟ ସର୍ପ ଦେବତାଙ୍କୁ କ୍ଷୀର ପିଆଇବା, ତାଙ୍କୁ ପୂଜା କରିବା ଏବଂ କିଛି ଉପାୟ କରିବା ଦ୍ୱାରା ସାପ ଭୟରୁ ମୁକ୍ତି ମିଳିଥାଏ । ଜୀବନରେ ଅନ୍ନ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଚାଲନ୍ତୁ ଜାଣିବା କିଛି ବିଶେଷ ଉପାୟ ବିଷୟରେ …


ଏହି ମନ୍ତ୍ରରେ ସର୍ପଦୋଷ ହେବ ଦୂର :

ଦୈନିକ ‘ସର୍ପାପସର୍ପ ଭନ୍ଦ୍ରଂ ତେ ଗଚ୍ଛ ସର୍ପ ମହାବିଷ । ଜନ୍ମେଜୟସ୍ୟ ୟଜ୍ଞାନ୍ତେ ଆସ୍ତିକ ବଚନଂ ସ୍ମର । ଆସ୍ତିକବଚନଂ ସମୃତ୍ୱା ୟଃ ସର୍ପ ନ ନିବର୍ତତେ । ଶତଧା ଭିଦ୍ଦତେ ମୁର୍ଦ୍ଦିନ ଶିଂଶପାବୃକ୍ଷକୋ ୟଥା ।’ ମନ୍ତ୍ର ଜପ କରିବା ଦ୍ୱାରା ସାପ ଭୟ ଦୂର ହୋଇଥାଏ । ଏହା ବ୍ୟତୀତ ଘର ସାପ ପଶୁଥିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଗାଈ ଗୋବରରୁ କରନ୍ତୁ ଏହି ଉପାୟ :

ହିନ୍ଦୁ ଧର୍ମରେ ଗାଈର ଗୋବରକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ତେଣୁ ଏହା ପ୍ରତ୍ୟେକ ଶୁଭ ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ନାଗପଞ୍ଚମୀ ଦିନ, ଘରର ମୁଖ୍ୟ ପ୍ରବେଶ ଦ୍ୱାରର ଉଭୟ କାନ୍ଥରେ ଗାଈ ଗୋବରରେ ନାଗ ତିଆରି କରନ୍ତୁ । ତା’ପରେ ଏହି ନାଗ ଉପରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ତମ୍ବାର ନାଗ ନାଗୁଣୀ ସହିତ କରନ୍ତୁ ଏହି ଉପାୟ :

ତମ୍ବାକୁ ଶୁଭ ଧାତୁ ଭାବରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ନାଗପଞ୍ଚମୀ ଦିନ ନାଗ-ନାଗୁଣୀଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏଥିପାଇଁ ତମ୍ବା ନାଗ-ନାଗୁଣୀଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରନ୍ତୁ । ପୂଜା ପରେ, ଏହି ନାଗ-ନାଗୁଣୀ ଯୋଡିକୁ ଆଲମାରୀ କିମ୍ବା ଆପଣଙ୍କ ଧନ ରଖୁଥିବା ଜାଗାରେ ରଖନ୍ତୁ । ଏହାଦ୍ୱାରା ଦେବୀ ଲକ୍ଷ୍ମୀ ଘରେ ବାସ କରିଥାନ୍ତି । ଆର୍ଥିକ ସ୍ଥିତି ଦୃଢ ହୋଇଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ