ରାଜ୍ୟ ସ୍ପେଶାଲ ରିପୋର୍ଟ

ନାଇଜେରିଆନଙ୍କ ‘ହନିଟ୍ରାପ୍ କାରନାମା

୧. ପୁରୀ ଜିଲ୍ଲାର ଜଣେ ମହିଳା ଆଇନସେବା ପ୍ରାଧିକରଣ କର୍ମଚାରୀଙ୍କୁ ୨୦୧୮ ଜାନୁଆରିରେ ଫେସ୍‌ବୁକ୍‌ରେ ଫ୍ରେଣ୍ତ ରିକୁଏଷ୍ଟ ପଠାଇ ବନ୍ଧୁତା ଯୋଡ଼ିଥିଲା ନାଇଜେରିଆନ୍‌। ବିଦେଶୀ ମୁଦ୍ରା, ସୁନା ଅଳଙ୍କାର ଗିଫ୍ଟ ଆକାରରେ ପଠାଇବା କହି ୪୧ ଲକ୍ଷ ଟଙ୍କା ଲୁଟିନେଇଥିଲା। ଏହି ଘଟଣାରେ ଜଣେ ନାଇଜେରିଆନ୍‌ ନୌବୁଏଜ ଚୁକୌଦ୍ଦି ଭିନ୍‌ସେଟ୍‌ ଏବ˚ ଭାରତୀୟ ପିୟୁଷ ଆର୍ଯ୍ୟକୁ ୨୦୧୮ ଡିସେମ୍ବର ୧୭ ତାରିଖରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

୨. ୨୦୧୮ ଫେବ୍ରୁଆରି ୫ ତାରିଖରେ ଭୁବନେଶ୍ବରର ଝାରପଡ଼ା ଜେଲ୍‌ର ସବ୍‌-ଜେଲର‌୍‌ ମିନତୀ ବିଶ୍ବାଳ ହନିଟ୍ରାପ୍‌ର ଶିକାର ହୋଇଥିବା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଏକ ମାଟ୍ରିମୋନି ୱେବ୍‌ସାଇଟ୍‌ରେ ସମ୍ପର୍କ ଯୋଡ଼ି ଦୁଇ ନାଇଜେରିଆନ୍‌ ଜାନୁଆରି ୩୦ ରେ ୧୦ ଲକ୍ଷ ୪୯ ହଜାର ୧୦ ଟଙ୍କା ଠକି ନେଇଥିଲେ। ଏହି କାରବାରରେ ଜୁନ ୩ ତାରିଖରେ ଦୁଇ ନାଇଜେରିଆନ୍‌ ଜୋଵଜୋ ଆଲେକ୍ସ ଏବ˚ ଏରିକୁମେକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏମାନେ ଦିଲ୍ଲୀ ତିଳକନଗର ଥାନା ମହାବୀର ନଗର ଅଞ୍ଚଳରେ ରହୁଥିଲେ। ଏମାନେ ନିଜକୁ ଆମେରିକାର ନେଫ୍ରୋଲୋଜିଷ୍ଟ ଡାକ୍ତର ଭୂପିନ୍ଦର ସି˚ହ ବୋଲି ପରିଚୟରେ ଦେଇ ମିନତୀଙ୍କୁ ବିବାହ କରିବାକୁ କହିଥିଲେ।

୩. ଭୁବନେଶ୍ବର ପୂର୍ବ ତଟ ରେଳ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀଙ୍କୁ ୨୦୧୮ ଏପ୍ରିଲ ୫ ତାରିଖରେ ଜଣେ ଇ˚ଲଣ୍ତର ଯୁବତୀ ଫସାଇ ୪ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିଲେ।

୪. ୨୦୧୮ ମେ ମାସରେ ଭୁବନେଶ୍ବରର ବ୍ୟବସାୟୀ କିଶୋର ସାହୁଙ୍କୁ ଫେସ୍‌ବୁକ୍‌ରେ କ୍ଲାରା ଆଲବର୍ଟ ନାମକ ଜଣେ ଇ˚ଲଣ୍ତ ମହିଳା ହନିଟ୍ରାପ୍ କରିଥିଲା। ବନ୍ଧୁତା ଯୋଡ଼ି ୩ ଲକ୍ଷ ଟଙ୍କା ଠକି ନେଇଥିଲା। କ୍ଲାରା ନିଜକୁ ଜଣେ କନ୍‌ଷ୍ଟ୍ରକ୍ସନ କମ୍ପାନିର ନିର୍ଦ୍ଦେଶିକା ପରିଚୟରେ ଠକିଥିବା ମେ ୪ ତାରିଖରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ ହୋଇଥିଲା।

୫. ଭୁବନେଶ୍ବର ବଡ଼ଗଡ଼ ଥାନା ଚିନ୍ତାମଣିଶ୍ବରରେ ହୋଟେଲ୍‌ ମ୍ୟାନେଜମେଣ୍ଟ ଛାତ୍ର ଭବାନୀ ଶଙ୍କର ତ୍ରିପାଠୀ ୨୦୧୮ ଜୁନ୍‌ ୧୮ ତାରିଖରେ ଆମେରିକାର ‘ପ୍ରିନ୍‌ସେସ୍‌ କ୍ରୁଇସ୍‌ ନାମକ ଏକ ଜାହାଜ କମ୍ପାନିରେ ରୋଷେୟା ଚାକିରି ପାଇଁ ଆବେଦନ କରିଥିଲେ। ଜୁଲାଇ ୧ ତାରିଖରେ ଦେଢ଼ ଲକ୍ଷ ଠକେଇ ହୋଇଥିବା ନେଇ ୬ ତାରିଖରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ ହୋଇଥିଲା। ଚାକିରି ପାଇଁ କୋରିଅର‌୍‌ରେ ଯାଇଥିବା ଭିସା ଏବ˚ ଫ୍ଲାଇଟ୍‌ ଟିକେଟ୍‌ ପାକିସ୍ତାନ ଏୟାରପୋର୍ଟରେ କଷ୍ଟମ୍‌ ବିଭାଗ ଜବତ କରିଥିବା ବେଳେ ଛାଡ଼ କରିବା ଆଳରେ ଠକେଇ ହୋଇଥିଲା।

୬. ୨୦୧୯ ଅଗଷ୍ଟ ୧୫ ତାରିଖରେ ଭୁବନେଶ୍ବରର ଜଣେ ଯୁବକଙ୍କ ସହ ଲଣ୍ଡନର ଟୋନିଆ ଵିଲିୟମସ୍‌ ନାମରେ ଜଣେ ଯୁବତୀ ବନ୍ଧୁତା ଯୋଡ଼ିଥିଲା। ସେ ଓଡ଼ିଶା ସୁନା କିଣିବାକୁ ଆସୁଥିବା କହିଥିଲା। ଦିଲ୍ଲୀ ବିମାନବନ୍ଦରରେ ସେହି ମାସ ୨୭ ତାରିଖରେ ୫ କୋଟି ଟଙ୍କା ଜବତ ହୋଇଥିବା କହିଥିଲା ଓ ଉକ୍ତ ଟଙ୍କା ଛାଡ଼ ଆଳରେ ୩ ଲକ୍ଷ ଲୁଟିନେଇଥିଲା।

୭. ୨୦୨୨ ସେପ୍ଟେମ୍ବର୍‌ ୧୫ ତାରିଖରେ ବିଡ଼ାନାସୀର ଜଣେ ଯୁବତୀ ହନିଟ୍ରାପ୍‌ର ଶିକାର ହୋଇଥିବା କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଏତଲା ଦେଇଥିଲେ। ଲଣ୍ଡନରେ ନୌସେନାରେ କାମ କରୁଥିବା ସ୍କଟଲାଣ୍ଡର ଅହମ୍ମଦ୍‌ ଡାନିଆଲ୍‌ ବୋଲି ପରିଚୟ ଦେଇ ସଂପୃକ୍ତ ଠକ ଯୁବତୀଙ୍କୁ ଫସାଇ ୭ ଲକ୍ଷ ୯୫ ହଜାର ଟଙ୍କା ନେଇ ଯାଇଥିଲା। ଦିଲ୍ଲୀ ବିମାନବନ୍ଦରରେ ସୁନା ସମେତ ଡଲାର୍ ଜବତ ହୋଇଥିବାରୁ ଛାଡ଼ କରିବାକୁ କହି ଲୁଟିଥିଲା।

୮. କଟକର ଜଣେ ମହିଳାଙ୍କୁ ପଟ୍ରିକ୍‌ ଚିଜୋରୋମ୍ ଓରାଜାକ୍‌ ନେଦରଲ୍ୟାଣ୍ଡର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ପରିଚୟ ଦେଇ ଯୋଗାଯୋଗ କରିଥିଲା। ନୂଆଦିଲ୍ଲୀ ଏୟାରପୋର୍ଟରରେ ୯୦ ହଜାର ବିଦେଶୀ ମୁଦ୍ରା କଷ୍ଟମ୍‌ ଅଧିକାରୀ ଜବତ କରିଥିବା ବେଳେ ଏହାକୁ ଛାଡ଼ କରିବା ପାଇଁ ୨୮ ଲକ୍ଷ ୬୮ ହଜାର ଟଙ୍କା ଏହି ମହିଳାଙ୍କ ନିକଟରୁ ଲୁଟିନେଇଥିଲେ। କ୍ରାଇମବ୍ରାଞ୍ଚ ପଟ୍ରିକ୍‌କୁ ୨୦୨୨ ଡିସେମ୍ବର ୧୫ ତାରିଖରେ ନୂଆଦିଲ୍ଲୀ ବେଙ୍ଗଲୀ କଲୋନିରେ ଥିବା ମହାବୀର ଏନକ୍ଲେଭ୍‌ରୁ ଗିରଫ କରିଥିଲା।

୯. ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ ପଦରୁ ଅବସର ନେଇଥିବା ଜଣେ ଅଧିକାରୀ ହନିଟ୍ରାପ୍‌ର ଶିକାର ହୋଇଥିବା ଗଲା ୧୬ତାରିଖରେ କଟକ ସାଇବର୍‌ ଥାନାରେ ଏତଲା ଦେଇଥିଲେ। ଇଂଲଣ୍ଡ ମଞ୍ଚେଷ୍ଟର୍‌ରେ ରହୁଥିବା ଲିଓନା ଜିମି ନିଜକୁ ସୁନା ବ୍ୟବସାୟୀ ପରିଚୟ ଦେଇ ସମ୍ପର୍କ ଯୋଡ଼ିଥିଲା। ଦିଲ୍ଲୀ ଏୟାରପୋର୍ଟରେ ୪୦ ହଜାର ପାଉଣ୍ଡ କଷ୍ଟମ୍‌ ଅଧିକାରୀ ଜବତ କରିଥିବା କହି ୨୦ ଲକ୍ଷ ୬୨ ହଜାର ଟଙ୍କା ଲୁଟିନେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।