ଆନନ୍ଦପୁର ୦୮।୦୬ : ନିୟମ ଖିଲାପକାରୀଙ୍କୁ ଜଗିବ କ୍ୟାମେରା । କଟିବ ଅଟୋମେଟିକ୍ ଫାଇନ୍ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ସମେତ ଜାତୀୟ ରାଜପଥ ୨୦ ଓ ଆନନ୍ଦପୁର ଦେଇ ଯାଇଥିବା ଭଦ୍ରକ-କରଞ୍ଜିଆ ରାସ୍ତାକୁ ମିଶାଇ ମୋଟ ୧୩ଟି ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି ।
ତେବେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ମାଧ୍ୟମରେ ନିୟମ ଖିଲାପକାରୀ ଗାଡିଚାଳକଙ୍କ ଉପରେ ଘଷିପୁରା ଓ ଆନନ୍ଦପୁର ଥାନା କଣ୍ଟ୍ରୋଲ୍ ରୁମ୍ ରୁ ନଜର ରଖୁଛି ପୋଲିସ୍ । ପୂର୍ବରୁ ନିୟମ ଖିଲାପକାରୀଙ୍କ ବିରୋଧରେ ହେଉଥିଲା ଜରିମାନା । ହେଲେ ଏବେ ଆଇଟିଏମ୍ଏସ୍ ଟେକ୍ନୋଲେଜି ମାଧ୍ୟମରେ ଅଟୋମେଟିକ୍ ଫାଇନ୍ କଟିଯିବ । ଗାଡି ଚଲାଇବା ସମୟରେ ଯଦି କୌଣସି ନିୟମରେ ଖିଲାପ ହୋଇଥିବା କ୍ୟାମେରା ନଜରକୁ ଆସେ , ତେବେ ଚାଲାଣ କଟିବ। ବୁଧବାରଠୁ ଏହି ବ୍ୟବସ୍ଥା ହୋଇଥିବା କେନ୍ଦୁଝର ଆରଟିଓ ସୂଚନା ଦେଇଛନ୍ତି । ଆରଟିଓଙ୍କ ତତ୍ବାବଧାନରେ ଏକ ଟେକ୍ନିକାଲ ଟିମ୍ ଆନନ୍ଦପୁରରେ ପହଁଞ୍ଚି କ୍ୟାମେରା ଗୁଡିକୁ ଅପଗ୍ରେଡ୍ କରିଥିବା ଜଣାପଡିଛି ।