ରାଜ୍ୟ ସ୍ପେଶାଲ ରିପୋର୍ଟ

ନବ ଦାସଙ୍କ ଦ୍ବାଦଶାହ: ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଝାରସୁଗୁଡ଼ା : ‘ଜନ ନେତା ଥିଲେ ନବ ଦା । କେବଳ ଝାରସୁଗୁଡ଼ା କାହିଁକି ସମଗ୍ର ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସେ ଥିଲେ ପ୍ରତିଶ୍ରୁତିବଦ୍ଧ। କରୋନା କାଳରେ ତାଙ୍କ ପରିଚାଳନାରେ ଓଡ଼ିଶା ମହାମାରୀ ସହ ଲଢ଼େଇ କରି ବିଜୟୀ ହୋଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକୁ ବି ଅମ୍ଳଜାନ ଯୋଗାଇପାରିଥିଲା।’ ଆଜି ସ୍ଥାନୀୟ ସରବାହାଲ ପଡ଼ିଆରେ ଦିବଙ୍ଗତ ମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ବାଦଶାହ ଅବସରରେ ଯୋଗଦେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକମାନେ ଏଭଳି କିଛି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ନେତା, ମନ୍ତ୍ରୀ ଯୋଗଦେଇ ସ୍ବର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଜେଡି ନଗର ସଭାପତି ସନ୍ଦୀପ ଅଗସ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଦାସଙ୍କ ବାପା ନରସିଂହ ଦାସ, ମା ବିଷ୍ଣୁପ୍ରିୟା ଦାସ, ପତ୍ନୀ ମିନତି, ପୁତ୍ର ବିଶାଳ, ପୁତ୍ରବଧୂ ଓ କନ୍ୟା ଦୀପାଳିଙ୍କ ସମେତ ସମସ୍ତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ସରବାହାଲସ୍ଥିତ ପଡ଼ିଆରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସକାଳୁ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ, ବିଧାୟକ, ବିରୋଧୀ ଦଳର ଏକାଧିକ ନେତା ଯୋଗଦେଇ ସ୍ବର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଏକ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ସରବାହାଲସ୍ଥିତ ଉତ୍କଳ କଣ୍ଟିନେଣ୍ଟାଲ ହୋଟେଲ ସମ୍ମୁଖ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଆସି ଅବତରଣ କରିଥିଲେ। ସେଠାରୁ କାର୍‌ଯୋଗେ ଶ୍ରଦ୍ଧାଞ୍ଜଳି ସଭାସ୍ଥଳରେ ପହଞ୍ଚି‌ଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ମଞ୍ଚରେ ପହଞ୍ଚି ସ୍ବର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ । ମଞ୍ଚରୁ ଓହ୍ଲାଇବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭାବବିହ୍ବଳ ହୋଇପଡ଼ିଥିବା ଦୃଶ୍ୟ ବି ସାମ୍ନାକୁ ଆସିଥିଲା।

ଝିଅ ଦୀପାଳି କୋହଭରା କଣ୍ଠରେ ସ୍ବର୍ଗତ ଦାସଙ୍କ ଶେଷ ଭାଷଣର କେଇ ଧାଡ଼ିକୁ ମନେ ପକାଇବା ସହ ତାକୁ ଦୋହରାଇଥିଲେ। ‘ଶ୍ରୀରାମ ଅଛନ୍ତି ତ ରାବଣ ବି ଅଛି, ଶ୍ରୀକୃଷ୍ଣ ଅଛନ୍ତି ତ କଂସ ବି ଅଛି। କିନ୍ତୁ ଯୁଗେ ଯୁଗେ ସତ୍ୟର ହିଁ ବିଜୟ ହୋଇଛି ବୋଲି ସେ କହିଥିଲେ। ଏହାସହିତ ସ୍ବର୍ଗତ ଦାସ ଜୀବିତ ଥିବାବେଳେ କିଭଳି ମଞ୍ଚରେ ଭାଷଣ ଦେବା ବେଳେ ତାଙ୍କୁ ସାହସ ଓ ସାବାସୀ ଦେଉଥିଲେ ସେକଥାକୁ ବି ମନେ ପକାଇଥିଲେ ଦୀପାଳି। ତେବେ ଝାରସୁଗୁଡ଼ାର ବିକାଶ ତଥା ସ୍ବର୍ଗତ ଦାସ ଝାରସୁଗୁଡ଼ା ପାଇଁ ଦେଖିଥିବା ସ୍ବପ୍ନ ପୂରଣ ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ। ପୁଅ ବିଶାଳ ତାଙ୍କ ବକ୍ତବ୍ୟରେ କହିଥିଲେ ‘ନବ ଦାସ ଏକ ବ୍ୟକ୍ତିତ୍ବ ନୁହନ୍ତି, ବରଂ ଏକ ବିଚାରଧାରା। ଶ୍ରଦ୍ଧ‌ାଞ୍ଜଳି ସଭାରେ ଏତେ ଲୋକଙ୍କ ଉପସ୍ଥିତି ଦେଖି ଶକ୍ତି ଆସୁଛି ଓ ଏହାକୁ ନେଇ ଆଗକୁ ବଢ଼ିବାକୁ ହେବ। ବାପା ଯେମିତି ଲୋକଙ୍କ ସହ ରହି ଆସିଥିଲେ, ଲୋକଙ୍କୁ ନେଇ ଆଗକୁ ବଢ଼ିଥିଲେ, ମୋ ପରିବାର ତାହା ବଜାୟ ରଖିବ।

ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ରୋହିତ ପୂଜାରୀ, ସମୀର ଦାସ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ ଦେଓ, ଟୁକୁନି ସାହୁ, ରୀତା ସାହୁ, ପ୍ରମିଳା ମଲ୍ଲିକ, ପ୍ରଦୀପ ଅମାତ, ଅଶୋକ ପଣ୍ଡା, କଟକ ମେୟର ସୁବାସ ସିଂ, ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ସାରଦା ନାୟକ, ବିଧାୟିକା ଅଳକା ମହାନ୍ତି, ଲିକା ପ୍ରଧାନ, ସ୍ନେହାଙ୍ଗିନୀ ଛୁରିଆ, ସାଂସଦ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ବିଧାୟକ ଭୂପିନ୍ଦର ସିଂ, କିଶୋର ନାଏକ, ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା, ପ୍ରୀତିରଞ୍ଜନ ଘଡ଼େଇ, ଦେବୀ ମିଶ୍ର, ବିଷ୍ଣୁ କେଡ଼ିଆ, ସୁବ୍ରତ ତରାଇ, ବିଧାୟକ ଦେବେଶ ଆଚାର୍ଯ୍ୟ, କୁସୁମ ଟେଟେ, ପୂର୍ବତନ ବାଚସ୍ପତି କିଶୋର ପଟେଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପୂର୍ବତନ ବିଧାୟକ ଯୋଗେଶ ସିଂ, ଡା. ରାସେଶ୍ବରୀ ପାଣିଗ୍ରାହୀ, ପ୍ରଭାତ ବିଶ୍ବାଳ, ବିଜେଡିର ବରଗଡ଼ ପର୍ଯ୍ୟବେକ୍ଷକ ବିଧାୟକ ସୁଧୀର ସାମଲ, ବରିଷ୍ଠ ନେତା ବିଜୟ ମହାନ୍ତି, ହମିଦ ହୁସେନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ। ସ୍ବର୍ଗତ ଦାସଙ୍କ ଆକସ୍ମିକ ବିୟୋଗ ସବୁ ଦିନ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି ଏହି ନେତାମାନେ କହିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।