ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ ହେଲା ପରେ ବିଜେଡିର ସବୁ ମନ୍ତ୍ରୀ ଓ ବିଧାୟକଙ୍କୁ ନବୀନ ନିବାସ ଡକାଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ସୁଦ୍ଧା ୧୦୦ରୁ ଅଧିକ ବିଧାୟକ ପହଞ୍ଚିଯାଇଥିଲେ। ୭ଟାରେ ବୈଠକ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍ର ଲୋକାଭିମୁଖୀ ଦିଗ ସମ୍ପର୍କରେ ବିଧାୟକମାନଙ୍କୁ ବୁଝାଇଥିଲେ। ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ଯୋଜନା ଦ୍ବାରା ସାଧାରଣ ଜନତା ସିଧାସଳଖ ସୁଫଳ ପାଇବେ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। ତେଣୁ ଏହି ଲୋକାଭିମୁଖୀ ବଜେଟ୍ ସମ୍ପର୍କରେ ଯେମିତି ତୃଣମୂଳ ସ୍ତରରେ ଲୋକମାନେ ଜାଣିପାରିବେ, ସେଥି ପାଇଁ ବିଧାୟକମାନେ ଦାୟିତ୍ବ ନେବେ। ବ୍ଲକ୍ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କୁ ବଜେଟ୍ ସମ୍ପର୍କରେ ବୁଝାଯିବ। ଖୁବ୍ ଶୀଘ୍ର ଏହାର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହେବ ବୋଲି ସୂଚନା ଦିଆଯାଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l