ରାଜ୍ୟ ସ୍ପେଶାଲ ରିପୋର୍ଟ

ନବୀନ ନିବାସରେ ପଦ୍ମପୁର ହିସାବ ନିକାଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଗୁରୁବାର ଦିନ ପଦ୍ମପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏହା ଉପରେ ସାରା ରାଜ୍ୟର ନଜର ରହିଛି। ଏହାର ଅବ୍ୟବହିତ ପୂର୍ବରୁ ଆଜି ନବୀନ ନିବାସରେ ପଦ୍ମପୁର ଭୋଟ୍‌ ଗଣିତର ହିସାବ ନିକାଶ କରାଯାଇଛି। ନିର୍ବାଚନ ଦାୟିତ୍ବରେ ଥିବା ନେତାମାନଙ୍କୁ ଡକାଯାଇ ପଦ୍ମପୁରର ଫଳାଫଳ ସମ୍ପର୍କରେ ଆଲୋଚନା କରାଯାଇଥିଲା। କିଛି ସମୟ ଆଲୋଚନା ପରେ ସମସ୍ତେ ବିଭିନ୍ନ ପର୍ଯ୍ୟାୟରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ଫଟୋ ସେସନ୍ କରିଥିଲେ।

ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ପଦ୍ମପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍‌ର ୫୮ଟି ପଞ୍ଚାୟତ ଓ ଏନ୍‌ଏସିର ସମସ୍ତ ୱାର୍ଡ ଦାୟିତ୍ବରେ ଥିବା ନେତାମାନେ ନବୀନ ନିବାସରେ ପହଞ୍ଚିଥିଲେ। ସମସ୍ତେ ନିଜ ନିଜ ଜୋନ୍ ଇନ୍‌ଚାର୍ଜମାନଙ୍କ ସହ ଯାଇ ସଭାପତିଙ୍କୁ ସାକ୍ଷାତ କରିଥିଲେ। ନବୀନ ଏହି ନେତାମାନଙ୍କ ସହ ଖୁବ୍ କମ୍ ସମୟ ଆଲୋଚନା କରିଥିଲେ। ପଦ୍ମପୁରରେ ନିଷ୍ଠାର ସହ ଦଳ ପାଇଁ କାର୍ଯ୍ୟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଭୋଟ୍‌ ଫଳାଫଳ ସମ୍ପର୍କରେ ନେତାମାନେ ବେଶ୍‌ ଉତ୍ସାହଜନକ ପ୍ରତିକ୍ରିୟା ରଖିଥିଲେ। ଆଗକୁ ଦଳ ପାଇଁ ଏମିତି କାର୍ଯ୍ୟ ଜାରି ରଖିବାକୁ ନବୀନ ପରାମର୍ଶ ଦେଇଥିଲେ। ତେବେ ଆଜିର ଆଲୋଚନା ସମୟରେ ନିର୍ବାଚନ ଦାୟିତ୍ବରେ ଥିବା‌ କିଛି ବରିଷ୍ଠ ନେତା ଅନୁପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।