ଧର୍ମ

ନବରାତ୍ରରର ଅନ୍ତିମ ଦିନରେ ଅଚାନକ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଦୂର ହେବ ଅର୍ଥ ସଂକଟ

ନବରାତ୍ରୀ ସମୟ ବର୍ଷର ସବୁଠାରୁ ପବିତ୍ର ସମୟ ବୋଲି ମନେ କରାଯାଏ। କୈଳାଶରୁ ମା ଦୁର୍ଗା ଧରାବତରଣ କରିବା ସହ ଭକ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେବେ ଚଳିତବର୍ଷ ନବରାତ୍ରର ଶେଷ ଦିନଟି ସବୁଠୁ ଖାସ୍ ଦିନ। ସୋମବାର ସର୍ବାର୍ଥ ସିଦ୍ଧି ଯୋଗରେ ମହାନବମୀ ପାଳିତ ହେଉଥିବାରୁ ଭକ୍ତଙ୍କ ମନୋରଥ ମା ନିଶ୍ଚିତ ପୂରଣ କରିବେ ବୋଲି କୁହାଯାଉଛି। ତେବେ ଏହି ଦିନ ୪ଟି ରାଶିଙ୍କ ଲାଗି ଖାସ ସଂଯୋଗ ସୃଷ୍ଟି ହେବ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ଜାତକଙ୍କୁ ମିଳିବ ମାଙ୍କ ଖାସ ଅନୁକମ୍ପା।
ମୀନ ରାଶିଜାତଙ୍କ ଲାଗି ନବରାତ୍ରର ନବମୀ ତିଥି ଅନେକ ଶୁଭ ଫଳ ନେଇ ଆସୁଛି। ଏହି ଦିନଟି କେବଳ ଆପଣ ନୁହଁନ୍ତି ଆପଣଙ୍କ ପରିବାର ଲାଗି ମଧ୍ୟ ଖୁସି ନେଇ ଆସୁଛି। ମାଙ୍କ ନବରାତ୍ର ଶେଷ ହେବ ସହ ପରିବାରର ଆର୍ଥିକ ଅନଟନ ସବୁଦିନ ଲାଗି ଦୂର ହୋଇଯିବ। ଅର୍ଥାଭାବ ଯୋଗୁ ଯେଉଁ କାମ ଏପର୍ଯ୍ୟନ୍ତ କରିବାକୁ ଆପଣ ସାହାସ କରିପାରୁନଥିଲେ ତାହା ଏବେ କରିପାରିବେ। ଆପଣଙ୍କ ଉପରେ ଗୁରୁ ଓ ଗୁରୁଜନଙ୍କ ଆଶିର୍ବାଦ ରହିବ। ଅନେକ ଦିନରୁ ଚାଲି ଆସିଥିବା ସମସ୍ୟାର ମଧ୍ୟ ସମାଧାନ ହୋଇଯିବ। ସମାଜରେ ଆପଣଙ୍କ ପ୍ରତି ସମ୍ମାନ ବୃଦ୍ଧି ହେବ।
କେବଳ ମୀନ ନୁହଁନ୍ତି କନ୍ୟା ରାଶି ଜାତଙ୍କ ଉପରେ ମଧ୍ୟ ମାଙ୍କ ଖୁବ ଆଶିର୍ବାଦ ବର୍ଷିବ। ଦୀର୍ଘ ବର୍ଷ ପରେ ଏହି ରାଶି ଜାତଙ୍କ ଉପରେ ମାଙ୍କ ଦୃଷ୍ଟି ପଡିଛି। ଏଣୁ କନ୍ୟା ରାଶି ଜାତକଙ୍କ ସମସ୍ତ ଅଭିଷ୍ଟ ମାଙ୍କ ଆଶିର୍ବାଦରେ ପୂରଣ ହେବ। ଜୀବନର ସମସ୍ୟା ଉଭେଇ ଯିବା ସହ ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ। ଏହା ଛଡା ମିଥୁନ, ମକର ଓ ବିଛା ରାଶି ଜାତକଙ୍କୁ ମଧ୍ୟ ମାଙ୍କ କରୁଣା ମିଳିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ