ଅପରାଧ ରାଜ୍ୟ

ନବବିବାହିତ ମହିଳାଙ୍କୁ ହତ୍ୟା ! କିଛି ଦିନ ତଳେ କରିଥିଲେ ଲଭ୍‌ ମ୍ୟାରେଜ୍‌

ଭୁବନେଶ୍ୱର ୦୮।୦୫: ରାଜଧାନୀରେ ନବବଧୂଙ୍କୁ ହତ୍ୟା । ଏପରି ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଘଟିଛି ଏପରି କିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ହଠାତ୍‌ ଶନିବାର ଦିନ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ପାଟିତୁଣ୍ଡ ଗଣ୍ଡଗୋଳରେ ପରିଣତ ହୋଇଥିଲା । ପରେ ରବିବାର ଦିନ ସକାଳ ସମୟରେ ମହିଳାଙ୍କ ମୃତଦେହ ମିଳିଥିଲା । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେପଟେ ହତ୍ୟା ଘଟଣାରେ ଖୋଳତାଡ଼ କରି ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଆଉ କିଛି । ସେ ବିଷୟରେ ସବିଶେଷ ତଥ୍ୟ ହାସଲ କରୁଛି ପୋଲିସ । ହତ୍ୟା ପଛର ଖିଅ ଖୋଜୁଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ବୋଲି ପୋଲି ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନାଅନୁସାରେ, ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ର ଏହା ଥିଲା ପ୍ରେମ ବିବାହ । କିଛି ଦିନ ତଳେ ସେହି ଝିଅକୁ ଭଲ ପାଇ ଗଞ୍ଜାମରୁ ଉଠାଇ ଆଣିଥିଲେ ଯୁବକ । ଏହା ପରେ ଉଭୟ ବିବାହ କରି ସ୍ୱାମୀ-ସ୍ତ୍ରୀ ଭାବେ ରହିଥିଲେ । ହେଲେ ଏବେ ମହିଳାଙ୍କ ମୃତ୍ୟୁ ହେଲା କିପରି । ତାକୁ ନେଇ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।