ଅପରାଧ ରାଜ୍ୟ

ନକଲି ଔଷଧ କାରବାର ଘଟଣା, ରିମାଣ୍ଡରେ ୨ ଅଭିଯୁକ୍ତ

କଟକ ୨୫।୦୯ : ନକଲି ଔଷଧ ଵ୍ୟଵସାୟ କାରବାର ଘଟଣା । ଗୟାରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଧରି କଟକରେ ପହଞ୍ଚିଲା ପୋଲିସ । ଶନିବାର ଦିନ ଵିହାରର ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଏବେ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି କଟକ ପୋଲିସ ।

ଖବର ଅନୁଯାୟୀ, କିଛି ଦିନ ତଳେ ଓଡିଶାରେ ନକଲି ଔଷଧ କାରବାର ନେଇ ସୂଚନା ପାଇଥିଲା ପୋଲିସ । ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲେ । ତେବେ ଏହି ଚଢାଉରେ କଟକର କିଛି ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ପରେ ତଦନ୍ତ କରି ଏହି ନକଲି ମେଡିସିନ୍‌ କାରବାରର ଲିଙ୍କ ରାଜ୍ୟ ବାହାରେ ଥିବା ଜଣାପଡିଥିଲେ । ଯାହାକୁ ନେଇ କମିଶନରେଟ୍‌ ପୋଲିସର ଏକ ଟିମ୍‌ ବିହାରର ଗୟା ଅଞ୍ଚଳକୁ ଗସ୍ତ କରିଥିଲା । ବିହାର ପୋଲିସ ସହାୟତାରେ ସେଠାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା କମିଶନରେଟ୍‌ ପୋଲିସ । ଆଏ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ଜେରା କରୁଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।