ମୁମ୍ବାଇ ୧୬/୦୩ : ଏସିଆର ନଂ ୱାନ୍ ଧନୀ ମୁକେଶ ଅମ୍ବାନୀ। ଦୁନିଆର ଟପ୍ ୧୦ ଧନୀ ତାଲିକାରେ ବି ସାମିଲ୍। ଅମାପ ସମ୍ପତ୍ତିକୁ ବଡ଼ ବଡ଼ ଘର। ଦେଖିଲେ ଲାଖିଯିବ ଆଖି। ଅମ୍ବାନୀଙ୍କ ସମ୍ପତ୍ତି ବିଷୟରେ ପ୍ରାୟ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। କିନ୍ତୁ କିଛି ନିର୍ଦ୍ଦିଷ୍ଟ ସମ୍ପତ୍ତି ଯାହା ତାଙ୍କୁ ନଂ୧ ଧନୀର ମାନ୍ୟତା ଦେଇଛି। ବିପୁଳ ଅର୍ଥ , RIL ଅଧୀନରେ ବହୁ ସଂଖ୍ୟକ କମ୍ପାନୀ, ଅସଂଖ୍ୟ ବିଳାସପୂର୍ଣ୍ଣ କାର, କୋଟି କୋଟି ଡଲାର ବିନିଯୋଗ ଓ ବିଭିନ୍ନ ସ୍ଥାନରେ ଥିବା ବଙ୍ଗଲୋ। ତେବେ ଆସନ୍ତୁ ଜାଣିବା ତାଙ୍କର ସବୁଠୁ ଦାମୀ ବଙ୍ଗଲୋ ବିଷୟରେ।

ମୁମ୍ବାଇରେ ରହିଛି ପ୍ରଶିଦ୍ଧ ବିଳାଶପୂର୍ଣ୍ଣ ଏଣ୍ଟିଲିଆ। ଯେଉଁଠି ମୁକେଶ ଅମ୍ବାନୀ ପୂରା ପରିବାର ସହ ରୁହନ୍ତି। ଏହି ବଙ୍ଗଲୋ ୨୭ ମହଲା ବିଶିଷ୍ଟ। ଏହା ୪୦୦,୦୦୦ ସ୍କୋୟାର ଫିଟରେ ନିର୍ମିତ। ଏଥିରେ ଅଛନ୍ତି ୬୦୦ କର୍ମଚାରୀ। ୬ଫ୍ଲୋର ପାର୍କିଂ। ଯେଉଁଠି ପ୍ରାୟ ପାର୍କିଂ ହୋଇପାରିବେ ୧୬୮ରୁ ଅଧିକ କାର୍। ସେଠି ସିନେମା ହଲ୍, ଆଉଟଡୋର୍ ଗାର୍ଡେନ୍, ସ୍ପା ଓ ମନ୍ଦିର ବି ରହିଛି। ଏହା ସହ ରହିଛି ୟୋଗା ଷ୍ଟୁଡିଓ, ଆଇସକ୍ରିମ୍ ପାର୍ଲର ଓ ୩ରୁ ଅଧିକ ସୁଇମିଂ ପୁଲ୍ ।

ଲଣ୍ଡନରେ ମୁକେଶ ଅମ୍ବାନୀଙ୍କର ରହିଛି ଏକ ୯୦୦ ବର୍ଷ ପୁରୁଣା ହୋଟେଲ । ପ୍ରାୟ ୫୯୨ କୋଟି ଟଙ୍କା ଦେଇ କିଣିଛନ୍ତି। ଯାହାର ନାଁ ରହିଛି ଷ୍ଟୋକ୍ ପାର୍କ। ଏହା ୪୯ଶଯ୍ୟା ବିଶିଷ୍ଟ। ଏଥିରେ ୧୩ଟି ଟେନିସ୍ କୋର୍ଟ ଏବଂ ୧୪ଟି ଘରୋଇ ଉଦ୍ୟାନ । ଯେତେ ବଡ଼ ଯାଗା ସେତେ ବିଳାଶପୂର୍ଣ୍ଣ।

ମୁକେଶ ଅମ୍ବାନୀ ନ୍ୟୁୟର୍କରେ କିଣିଛନ୍ତି ମାଣ୍ଡାରିନ୍ ଓରିଏଣ୍ଟାଲ୍ ହୋଟେଲ୍ । ଏହାକୁ ଅମ୍ବାନୀ ୭୨୮ କୋଟିରେ କିଣିଛନ୍ତି। ୨୪୮ ରୁମ୍ ବିଶିଷ୍ଟ ଏହି ହୋଟେଲ୍। ଖୁବ୍ ବିଳାସପୂର୍ଣ୍ଣକୁ ରହିଛି ସମସ୍ତ ସୁବିଧା। ଏହି ହୋଟେଲରେ ଆର୍ଟ ମ୍ୟୁଜିୟମ୍, ପ୍ରମିୟମ୍ ସାଉଣ୍ଡ୍ ସିଷ୍ଟମ୍, ଲକ୍ଜରୀ ବାର୍ । ଯେଉଁଠି ଲୋକେ ମନଭରି ଉପଭୋଗ କରନ୍ତି। ଏଥିରେ ଶୁଟିଂ ବି ହୋଇଛି ଅନେକ ହଲିଉଡ୍ ମୁଭି।
ସି ୱିଣ୍ଡ୍, କଫ୍ ପ୍ୟାରେଡ୍ । ଆଣ୍ଟିଲିଆକୁ ଯିବା ପୂର୍ବରୁ ମୁକେଶ ଅମ୍ବାନୀ ଏବଂ ତାଙ୍କ ପୂରା ପରିବାର ଏହି ଘରେ ଏକାଠି ରହୁଥିଲେ। ମୁକେଶଙ୍କ ସହ ଭାଇ ଅନିଲ ଅମ୍ବାନୀ ବି ଏହି ଆପାର୍ଟମେଣ୍ଟରେ ରହୁଥିଲେ । ସେହି ଘରକୁ ଧୀରୁଭାଇ ଅମ୍ବାନୀ କିଣିଥିଲେ। ୧୭ ମହଲା ବିଶିଷ୍ଟ ଏହି ବଙ୍ଗଲୋ ଦକ୍ଷିଣ ମୁମ୍ବାଇରେ ଅଛି।
ଇଏ ତ ଥିଲା ଅମ୍ବାନୀଙ୍କ ଚର୍ଚ୍ଚିତ ଘର ଓ ହୋଟେଲ୍। କିନ୍ତୁ ଦେଶ ତଥା ବିଦେଶରେ ଏମିତେ କେତେ ଘର ଓ ହୋଟେସ ରହିଛି। ଯାହା ଅନୁମାନ ଲଗେଇବା ବି କଷ୍ଟକର। ସେଥିପାଇଁ ତ ସେ ନଂ1।

