ଖେଳ ଦେଶ ବିଦେଶ

ଧୋନୀ ଓ କୋହଲିଙ୍କ ଠାରୁ ଅଧିକ ରହିବ ନୀରଜଙ୍କ ବ୍ରାଣ୍ଡ ଭାଲ୍ୟୁ !

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଜାଭଲିନ ଖେଳାଳୀ ନୀରଜ ଚୋପ୍ରା ଏବେ ଜଣେ ଷ୍ଟାର ହୋଇଯାଇଛନ୍ତି । ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜଙ୍କ ଜୀବନରେ ଅକଳ୍ପନୀୟ ଲୋକପ୍ରିୟତା ବୃଦ୍ଧି ପାଇଛି ।

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ ନୀରଜଙ୍କ ବ୍ରାଣ୍ଡ ଭାଲ୍ୟୁ ଅନେକ ଗୁଣା ବୃଦ୍ଧି ପାଇଛି । ନୀରଜ ଚୋପ୍ରାଙ୍କ ବ୍ରାଣ୍ଡ ଭାଲ୍ୟୁ ୧୦୦୦ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ମୁଖ୍ୟତଃ ନୀରଜଙ୍କ ଅନୁମୋଦନ ଶ୍ଳୁକ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲୀଙ୍କ ଅନୁମୋଦନ ଶ୍ଳୁକ ସହ ସମାନ ହୋଇଛି । ନୀରଜ ସ୍ୱର୍ଣ୍ଣ ପଦକ ଜିତିବା ପୂର୍ବରୁ ନାଇକି,ସ୍ପୋର୍ଟସ୍ ଡ୍ରିଙ୍କସ ବ୍ରାଣ୍ଡ ଗେଟୋରେଡ, ଏକ୍ସାନମୋବିଲ ଓ ମସଲବ୍ଲେଜ ସ୍ପୋର୍ଟସର ଭଳି କିଛି କମ୍ପାନିର ପ୍ରଚାର କରୁଥିଲେ ।

ଜେଏସଡବ୍ଲ୍ୟୁର ସ୍ପୋର୍ଟସର ମୁଖ୍ୟ କାର୍ଯ୍ୟକାରୀ ମୁସ୍ତଫା ଘୋଷ ଗଣମାଧ୍ୟମକୁ କହିଛନ୍ତି କି ନୀରଜ ଚୋପ୍ରାଙ୍କ ବ୍ରାଣ୍ଡ ଭାଲ୍ୟୁ ବୃଦ୍ଧି ପାଇଛି । ଏଣୁ ପୂର୍ବରୁ ହୋଇଥିବା ଚୁକ୍ତିରେ ବି ସଂଶୋଧନ କରାଯିବ । ଏହାସହ ଘୋଷଣା କରି କହିଛନ୍ତି କି ଯେତେବେଳେ ଆମ ପାଖରେ ୮୦ ଟି ବ୍ରାଣ୍ଡର ଅଫର ଅଛି, ସେତେବେଳେ ଆସନ୍ତା ୧୨-୧୪ ମାସ ମଧ୍ୟରେ ଭାରତ ଏବଂ ବିଦେଶରେ ପ୍ରଶିକ୍ଷଣ ଶିବିର ମଧ୍ୟରେ ନୀରଜଙ୍କ ପାଖରେ ସୀମିତ ସଂଖ୍ୟକ ଖାଲିଦିନ ରହିଛି । ତେଣୁ ବ୍ରାଣ୍ଡରେ ଦସ୍ତଖତ କରିବା ବିଷୟରେ ଆମକୁ ଚୟନାତ୍ମକ ହେବାକୁ ପଡିବ ।

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପୂର୍ବରୁ ନୀରଜଙ୍କ ଫିସ୍ ୧୫-୨୫ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ଥିଲା । ଏହି ସମୟରେ ଧୋନୀ ଓ କୋହଲୀଙ୍କ ଫିସ ୧-୫ କୋଟି ଟଙ୍କା ଥିଲା । ଏବେ ଅନୁମାନ କରାଯାଉଛି କି ନୀରଜଙ୍କ ବ୍ରାଣ୍ଡ ଭାଲ୍ୟୁ ଧୋନୀ ଓ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ଠାରୁ ଅଧିକ ରହିବ ।

କହିରଖୁ କି ନୀରଜ ଚୋପ୍ରା ପ୍ରଥମରୁ ଟାଟା ଏଆଇଏ ଲାଇଫ ସହିତ ଚୁକ୍ତିବଦ୍ଧ ଅଛନ୍ତି । ଅନ୍ୟପଟେ ନୂତନ ଭାଗିଦାରୀ ବାବଦରେ କହିବାକୁ ଯାଇ ନୀରଜ କହିଛନ୍ତି କି ଟାଟା ପରିବାରା ସହିତ ସହଯୋଗ କରି ସେ ଖୁସି ଅଛନ୍ତି । ସେ କହିଛନ୍ତି କି ଭାରତୀୟମାନେ ଜୀବନ ବୀମା ସହିତ ଯୋଡି ହୋଇ ରହିବାର ଆବଶ୍ୟକତା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ