ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଧୋନିଙ୍କ ପାଇଁ ବିରାଟଙ୍କ ଇମୋସନାଲ୍‌ ପୋଷ୍ଟ, ଲେଖିଲେ-ସେ ସବୁବେଳେ ମୋ ସହିତ ଅଛନ୍ତି…

ମୁମ୍ବାଇ ୨୨।୧୧ : ଧୋନି-ବିରାଟଙ୍କ ଯୋଡିକୁ କିଏ ବା ନଜାଣେ । ଧୋନି ଅଧିନାୟକ ସମୟରେ ଡେବ୍ୟୁ କରିଥିବା ବିରାଟ ଏବେ ବିଶ୍ୱର କ୍ରିକେଟ୍‌ର ଜଣେ ଶ୍ରେଷ୍ଠ ଖେଳାଳି । ସବୁବେଳେ ନିଜକୁ ଶ୍ରେଷ୍ଟ ଭାବେ ପ୍ରତିପାଦିତ କରିଛନ୍ତି ବିରାଟ । କିନ୍ତୁ ସମୟ ସମୟରେ ଧୋନିଙ୍କ ପାଇଁ ଇମୋସନାଲ ପୋଷ୍ଟ ଲେଖିଥାନ୍ତି । ଏପିରିକି ସର୍ବସମ୍ମୁଖରେ ଧୋନିଙ୍କୁ ପ୍ରଶଂସା କରିବାକୁ ମଧ୍ୟ ପଛାନ୍ତିନାହିଁ । କିଛି ଦିନ ତଳେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି ।

ବିରାଟ କୋହିଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଷ୍ଟୋରି ସେୟାର କରିଥିଲେ । ଯେଉଁଥିରେ ଏକ ଧୋନିଙ୍କ ଏକ ଫଟୋ ଚିତ୍ର ରହିଛି । ଫଟୋର କ୍ୟାପସନ୍‌ରେ ଲେଖିଥିଲା କି , ସେ ସବୁବେଳେ ମୋ ସହିତ ଅଛନ୍ତି । ଏପିରିକି ପାଣି ବୋତଲରେ ବି… । ଯାହାକୁ ନେଇ କ୍ରିକେଟ୍‌ ଫ୍ୟାନ୍ସ ଖୁବ୍‌ ମଜାଲିଆ କମେଣ୍ଟ ଦେଇଛନ୍ତି । କେହି କେହି ତ ଉଭୟଙ୍କ ଯୋଡିକୁ ମନେ ପକାଇ ଖୁବ୍‌ ପ୍ରଶଂସା କରିଛନ୍ତି ।

ସେହିପରି କିଛି ମାସ ତଳେ ଧୋନିଙ୍କୁ ନେଇ ବି ବଡ଼ବୟାନ ଦେଇଥିଲେ । ସେ କହିଥିଲେ କି, ମୁଁ ଯେତେବେଳେ ଟେଷ୍ଟରୁ ଅଧିନାୟକ ପଦ ଛାଡିଥିଲି । ସେତେବେଳେ କୌଣସି ଖେଳାଳି କି ଟିମ୍‌ ସହିତ ଜଡିତ ଲୋକ ମୋତେ ଫୋନ୍‌ କି ମେସେଜ୍‌ କରିନଥିଲେ । କେବଳେ ଧୋନି ଭାଇ ହିଁ ମୋତେ ଫୋନ୍‌ କରିଥିଲେ । ଅନେକ ଲୋକଙ୍କ ପାଖରେ ମୋ ନମ୍ବର ଅଛି । କିନ୍ତୁ ସେମାନେ ଟିଭିରେ କଥା କହୁଥିବା ବେଳେ ଗୋଟିଏ ବି ହେଲେ ମେସେଜ୍‌ ଦେଇନଥିଲେ ।

ସୂଚନାଯୋଗ୍ୟ ଯେ, ମହେନ୍ଦ୍ର ସିଂହ ଧୋନି ଟିମ୍‌ ଇଣ୍ଡିଆର ଅଧିନାୟକ ଥିବା ବେଳେ ବିରାଟ କୋହଲି ଡେବ୍ୟୁ କରିଥିଲେ । ଏହିକ୍ରମରେ ସେ ଦିନିକିଆ ବିଶ୍ୱକପ୍‌ ବିଜେତା ଟିମ୍‌ର ମଧ୍ୟ ସଦସ୍ୟ ଥିଲେ । ଏହାପରେ ଟିମ୍ ଇଣ୍ଡିଆର ଅନେକ ଟ୍ରଫି ବିଜୟୀରେ ବିରାଟଙ୍କ ଖୁବ୍‌ ଯୋଗଦାନ ରହିଥିଲେ । କିନ୍ତୁ କିଛି ବର୍ଷ ପରେ ଧୋନି ଯେତେବେଳେ ଟେଷ୍ଟ ଟିମ୍‌ରୁ ଅବସର ନେଇଥିଲେ । ସେତେବେଳେ ବିରାଟଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏବଂ ବିରାଟ ବି କହିଥିଲେ କି , ମହେନ୍ଦ୍ର ସିଂହ ଧୋନି ହେଉଛନ୍ତି ଆମ ଜୀବନର କ୍ୟାପଟେନ୍‌ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ