ଖେଳ ଦେଶ ବିଦେଶ

ଧୋନୀଙ୍କ ଆଇପିଏଲ ପ୍ରୋମୋକୁ ନେଇ ବିବାଦ, ଅଭିଯୋଗ ପରେ ହଟାଇଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ ୦୭/୦୪: ଆଇପିଏଲର ଚଳିତ ସିଜିନ୍ ଧୋନୀଙ୍କ ପାଇଁ ପାଲଟିଛି ଦୁଃସ୍ୱପ୍ନ । ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ୍ ଲଗାତର ଭାବେ ତିନୋଟି ମ୍ୟାଚରେ ପରାସ୍ତ ହୋଇଛି । ଏହାସହ ସେ କରିଥିବା ଏକ ପ୍ରୋମୋ ବା ବିଜ୍ଞାପନକୁ ନେଇ ବିବାଦ ମୁଣ୍ଡ ଟେକିଛି ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ଧୋନୀ କରିଥିବା ପ୍ରୋମୋ ବିରୋଧରେ ଅଭିଯୋଗ ହୋଇଛି । କନଜ୍ୟୁମର୍ ୟୁନିଟି ଆଣ୍ଡ୍ ଟ୍ରଷ୍ଟ୍ ସୋସାଇଟି ଏହି ଅଭିଯୋଗ କରିଛି । ଏହାସହ ସଡକ ସୁରକ୍ଷା ସଙ୍ଗଠନ ଅଟେ । ଧୋନୀଙ୍କ ବିଜ୍ଞାପନ ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଅଭିଯୋଗ ପରେ ଆଡଭର୍ଟାଇଜ୍ ଷ୍ଟାଣ୍ଡାର୍ଡ୍ କାଉନସିଲ୍ ଅଫ୍ ଇଣ୍ଡିଆ ବା ଏଏସସିଆଇ ଆଇପିଏଲ ଗର୍ଭର୍ଣ୍ଣିଂ କାଉନସିଲକୁ ଏହି ପ୍ରୋମୋ ହଟାଇବାକୁ କହିଛି । ଅଭିଯୋଗ ପରେ ଏଏସସିଆଇ ପ୍ରୋମୋ ଦେଖିଥିଲା ଓ ଏହା ନିୟମ ଉଲ୍ଲଙ୍ଘନ କରୁଥିବା ଜାଣିବାକୁ ପାଇଥିଲା ।

କଣ ଥିଲା ପ୍ରୋମୋରେ

ଧୋନୀ ଏହି ପ୍ରୋମୋରେ ରଜନୀକାନ୍ତଙ୍କ ଷ୍ଟାଇଲରେ ଡ୍ରାଇଭର ହୋଇଥିବା ନଜର ଆସିଛନ୍ତି । ହଠାତ ଗାଡି ଚଳାଇବା ବେଳେ ସେ ବ୍ରେକ୍ ଲଗାଉଛନ୍ତି । ରାସ୍ତା ଉପରେ ବସକୁ ରଖି ଯାତ୍ରୀଙ୍କୁ ବାହାରକୁ ଦେଖିବା ପାଇଁ ସେ କହୁଛନ୍ତି । ଏହା ମଧ୍ୟରେ ଜଣେ ପୋଲିସ କର୍ମଚାରୀ ଧୋନୀଙ୍କୁ ବସ୍ ଅଟକାଇବାର କାରଣ ପଚାରିଥିଲେ ବି ଧୋନୀ ଆଇପିଏଲ ସୁପର ଓଭର ଚାଲିଥିବା କହୁଛନ୍ତି । ଏହା ଶୁଣି ଟ୍ରାଫିକ୍ ପୋଲିସ ମଧ୍ୟ ସେଠାରୁ ଚାଲିଯାଉଛନ୍ତି । ଏହା ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ ବୋଲି ଅଭିଯୋଗରେ କୁହାଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ