ଖେଳ

ଧୋନିଙ୍କ ମହାନତା; ଶେଷରେ ‌ଛାଡିଲେ ହୋଟେଲ୍‌ ଏୟାର୍‌ ଆମ୍ବୁଲାନ୍ସରେ ଚେନ୍ନାଇ ଗଲେ ହସି, ବାଲାଜୀ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଆଇପିଏଲ୍‌ ଜୈବ ବଳୟକୁ ଭେଦିଯିବା ପରେ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣକୁ ସ୍ଥଗିତ ରଖାଯାଇଛି। ‌ଏଭଳି ଜଟିଳ ପରିସ୍ଥିତିରେ ବି ମହେନ୍ଦ୍ର ସିଂହ ଧୋନିଙ୍କ ଏକ ମହାନ ଗୁଣ, ଦଳୀୟ ଚରିତ୍ର ତଥା ତ୍ୟାଗ ପଦାକୁ ଆସିଛି। ଚେନ୍ନାଇ ସୁପର୍‌ କିଙ୍ଗ୍ସର ସମସ୍ତ ଖେଳାଳି ଓ ଅଧିକାରୀ ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ନପହଞ୍ଚିବା ପର୍ଯ୍ୟନ୍ତ ସେ ହୋଟେଲ୍‌ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ଫଳରେ ସଂକ୍ରମିତ ସଦସ୍ୟମାନଙ୍କ ସହିତ ଅନ୍ୟମାନଙ୍କୁ ପ୍ରାଥମିକତା ମିଳିଥିଲା ଏବଂ ଧୋନି ଗୁରୁବାର ସବାଶେଷରେ ଅପରାହ୍‌ଣରେ ରାଞ୍ଚି ଅଭିମୁଖେ ବାହାରିଥିଲେ।

ଏଥି ସହିତ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟ ଏହାର ଦୁଇ ସଂକ୍ରମିତ ସଦସ୍ୟ ବ୍ୟାଟିଂ ପ୍ରଶିକ୍ଷକ ଡେଭିଡ୍ ହସି ଏବଂ ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜୀଙ୍କୁ ଦିଲ୍ଲୀରୁ ଚେନ୍ନାଇ ଏୟାର୍‌ ଆମ୍ବୁଲାନ୍ସରେ ପଠାଇବାର ବ୍ୟବସ୍ଥା କରିଥିଲା। ଉନ୍ନତ ଚିକିତ୍ସା ଲାଗି ଉଭୟଙ୍କୁ ଦିଲ୍ଲୀରୁ ଚେନ୍ନାଇ ନିଆଯାଇଛି। ହସି ସୁସ୍ଥ ହେବା ସହ କୋଭିଡ୍‌ ନେଗେଟିଭ୍ ରିପୋର୍ଟ ନପାଇବା ପର୍ଯ୍ୟନ୍ତ ସ୍ବଦେଶ ଫେରିପାରିବେ ନାହିଁ। ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅନ୍ୟ ବିଦେଶୀ ଖେଳାଳିମାନଙ୍କ ପାଇଁ ସ୍ବଦେଶ ଫେରିବାକୁ ଚାଟାର୍ଡ ବିମାନର ବ୍ୟବସ୍ଥା କରାଯାଇଥିଲା ବୋଲି ଜଣେ ଅଧିକାରୀ ପ୍ରକାଶ କରିଥିଲେ। ସୁରକ୍ଷିତ ଭାବେ ସେମାନଙ୍କୁ ଘରେ ପହଞ୍ଚାଇବା ଆମ ଦାୟିତ୍ବ ଥିବାରୁ ସେମାନଙ୍କୁ ଅପେକ୍ଷା କରିବାର ପ୍ରଶ୍ନ ଉଠିନାହିଁ ବୋଲି ସେ ପ୍ରକାଶ କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ