ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଧୁମଧାମରେ ପାଳିତ ହେଉଛି ବଏଲ ଯାତ୍ରା, ଶତାଧିକ ଭକ୍ତଙ୍କ ସମାଗମ

ବଲାଙ୍ଗୀର ୦୪।୧୦ : ଧୁମଧାମରେ ଚାଲିଛି ବଲାଙ୍ଗିରର ବଏଲ ଯାତ୍ରା। ଏହି ବଏଲ ଯାତ୍ରାର ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । କରୋନା ଲାଗି ଦୁଇ ବର୍ଷ ଧରି କଟକଣାରେ ପୂଜା ଚାଲିଥିଲା । କିନ୍ତୁ ଚଳିତ ବର୍ଷ କରୋନା କେସ୍‌ କମିଥିବାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ତେବେ ଏହି ବଏଲ୍‌ ଯାତ୍ରାର ଏକ କିମ୍ବଦନ୍ତି ରହିଛି। ପାଟଣା ରାଜ୍ୟ ସମୟରେ ଚାଲିଥିଲା ଅଷ୍ଟମଲ୍ଲଙ୍କ ରାଜୁତି । ଧୀରେ ଧୀରେ ବଢ଼ିଥିଲା ସେମାନଙ୍କ ଦୌରାତ୍ମ୍ୟ । ତାହାକୁ ଶେଷ କରିବା ପାଇଁ ରମାଇଦେଓ ରାଜା ଅଷ୍ଟମଲ୍ଲଙ୍କୁ ମାରିବା ପାଇଁ ୩ ଦେବୀଙ୍କୁ ପୂଜା କରିଥିଲେ । ଦେବୀଙ୍କ କୃପା ଲାଭ କରି ସେମାନଙ୍କୁ ଗୋଟି ଗୋଟି ମାରିବାକୁ ସଫଳ ହୋଇଥିଲେ। ସେମାନଙ୍କୁ ପାଟଣାଗଡ଼ ଗଡ଼ ଭିତରେ ପୋତିଥିଲେ । ଏହି ଅଷ୍ଟମଲ୍ଲ ପୁଣି ସେହି ସ୍ଥାନରୁ ନ ଆସନ୍ତୁ ଓ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କରାଯାଇଥିଲା। ଏହି ଉଦ୍ଦେଶ୍ୟରେ ପାଟଣାଗଡ଼ରେ ବଏଲ ଯାତ୍ରା ନାମରେ ପାଳିତ ହୋଇ ଆସୁଛି ଦେବୀଙ୍କ ପୂଜା । ରାତିରୁ ଭୋର୍ ପର୍ଯ୍ୟନ୍ତ ହେବ ଯାତ୍ରା । ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବା ଆକଳନ କରି ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ