ରାଜନୀତି ରାଜ୍ୟ

ଧାମନଗର ବିଧାନସଭା: ନୂଆମୁହଁକୁ ନେଇ ଚର୍ଚ୍ଚା, ବିଜେଡିରୁ ଏକାଧିକ ଆଶାୟୀ

ଭଦ୍ରକ : ୨୦୨୪ ସାଧାରଣ ନିର୍ବାଚନକୁ ସାମ୍‌ନା କରିବା ପାଇଁ ବିଜେଡି ପାଗ ଭିଡ଼ିଲାଣି। ରାଜ୍ୟ ସରକାରଙ୍କର ୫-ଟି ସଚିବ ମଧ୍ୟ ନିଜେ ଜିଲ୍ଲାର ୪ଟି ବ୍ଲକ୍‌ ବୁଲି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଏହାରି ଭିତରେ ଦଳର ଆଭ୍ୟନ୍ତରୀଣ ରିପୋର୍ଟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାରେ ୫ ନିର୍ବାଚନମଣ୍ଡଳୀ ମଧ୍ୟରୁ ଧାମନଗର ବିଧାନସଭା ଆସନରେ ବିଜେଡିର ସ୍ଥିତି ଦୁର୍ବଳ ରହିଥିବା ବେଳେ ଏଠାରେ ଉପନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା। ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିଧାୟକ ହୋଇ ନିଜର ସ୍ଥିତି ସୁଦୃଢ କରିବାରେ ଲାଗିଥିବା ବେଳେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ କାହାକୁ ପ୍ରାର୍ଥୀ କରି ଏଥର ନିର୍ବାଚନ ବୈତରଣୀ ପାର ହେବ ତାକୁ ନେଇ ଚାଲିଛି ମାନସ ମନ୍ଥନ।

ଏହି ସଂରକ୍ଷିତ ଆସନ ଧାମନଗରରେ ପୂର୍ବରୁ ବିଧାୟକ ହୋଇଥିବା ଦୁଇ ବିଜେଡି ନେତାଙ୍କ ଭିତରେ ମତାନ୍ତର ପାଇଁ ଦଳକୁ ବାରମ୍ବାର ପରାଜୟ ସ୍ବୀକାର କରିବାକୁ ପଡୁଥିବା ବେଳେ ଏଥର ନୂଆ ମୁହଁକୁ ନେଇ ଦଳ ନିର୍ବାଚନ ଲଢ଼ିବାକୁ ଯୋଜନା କରିଛି। ତେଣୁ ଏବେ କିଛି ନୂଆ ନେତା ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିବା ପାଇଁ ଲବି ଆରମ୍ଭ କରିଛନ୍ତି। ନୂଆ ଚେହେରା ଖୋଜା ଆରମ୍ଭ ହୋଇଯାଇଛି। କିଛି ନେତା ଏବେ ବିଧାୟକ ପ୍ରାର୍ଥୀ ବୋଲି ନିଜେ ନିଜେ ବିଭିନ୍ନ ସ୍ଥାନରେ କହି ବୁଲିଲେଣି। ନୂଆ ଆଶାୟୀଙ୍କୁ ଦଳୀୟ ଟିକଟ କରାଇ ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କୁ କିଛି ନେତା ଏରିଆ ବୁଲିବାର ମନ୍ତ୍ର ମଧ୍ୟ ଫୁଙ୍କୁଛନ୍ତି। କିଛି ଆଶାୟୀ ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ନିର୍ବାଚନମଣ୍ଡଳୀ‌ରେ କିଛି ଦଳୀୟ ନେତା ଧାମନଗର ନିର୍ବାଚନରେ ମୋର ଟିକଟ ନାହିଁ ତ ଦଳର ବିଜୟ ନାହିଁ ବୋଲି ଭିତିରି ଭାବେ ଯୋଜନା କରି ଅନ୍ତର୍ଘାତୀ କାର୍ଯ୍ୟ କରୁଛନ୍ତି। ଏଭଳି ନେତାଙ୍କୁ ଦଳ ଚିହ୍ନିବା ଚେଷ୍ଟାରେ ଅଛି। ଆଗାମୀ ଦିନରେ ଏହି ନେତାଙ୍କୁ ଅନ୍ତର କରି ନୂଆମୁହଁଙ୍କୁ ନେଇ ବିଜେଡି ଗୋଟି ଚାଳନା କରିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଧାମନଗର ବିଜେଡିରେ ଗୋ‌ଷ୍ଠୀକନ୍ଦଳ ଯୋଗୁ କ୍ରମାଗତ ଭାବେ ଏହି ଆସନ ବିଜେଡିର ହାତଛଡ଼ା ହୋଇଆସୁଛି। ୨୦୧୯ ନିର୍ବାଚନରେ ବିଜେପି ନେତା ସ୍ବର୍ଗତ ବିଷ୍ଣୁଚରଣ ସେଠୀ ଏଠାରୁ ବିଧାୟକ ଭାବରେ ବିଜୟୀ ହୋଇଥିଲେ। ବିଷ୍ଣୁଙ୍କ ବିୟୋଗ ପରେ ୨୦୨୨ ଉପନିର୍ବାଚନରେ ବିଜେଡି ମହିଳା କାର୍ଡ ଖେଳି ନୂଆମୁହଁକୁ ସ୍ଥାନ ଦେଇ ତିହିଡ଼ି ବ୍ଲକ୍‌ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା। ବି‌ଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିର୍ବାଚନରେ ଅବତୀର୍ଣ୍ଣ ହେବା ପରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଥିଲେ। ବାପାଙ୍କ ଆସନ ସୁରକ୍ଷିତ ରଖିବାରେ ସୂରଜ ସମର୍ଥ ହୋଇଥିବା ବେଳେ ଉପନିର୍ବାଚନରେ ବିଜେଡିକୁ ଝଟ୍‌କା ଲାଗିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର