ରାଜ୍ୟ ସ୍ପେଶାଲ ରିପୋର୍ଟ

ଧାମନଗରରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ହାଣିବା ପରେ ଆତ୍ମହତ୍ୟା କଲା ସ୍ବାମୀ

ଧାମନଗର: ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ସ୍ବାମୀ। ଭଦ୍ରକ ଜିଲ୍ଲା ଧାମନଗର ମୌଲାନାସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଆଜି ସକାଳେ ଧାମନଗର ଥାନା ମୌଲାନାସାହିରେ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଠାବ ହୋଇଛି। ଘର ଭିତରେ ପଡ଼ିଛି ସ୍ତ୍ରୀର କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘରଠାରୁ କିଛି ଦୂରରେ ବିଲରେ ଥିବା ଏକ ଗଛରେ ସ୍ୱାମୀର ଝୁଲନ୍ତା ମୃତଦେହ ଠାବ ହୋଇଛି। ଘର ଭିତରୁ ଏକ ରକ୍ତଲଗା କଟୁରି ମିଳିଛି। ଏଥିରୁ ସନ୍ଦେହ କରାଯାଉଛି ଯେ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା ପରେ ସ୍ୱାମୀ ଭାସ୍କର ସାମଲ(୩୮)  ଆତ୍ମହତ୍ୟା କରିଛି

ଗତ ରାତିରେ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ପଡ଼ୋଶୀ ଓ ସଂପର୍କୀୟଙ୍କ କହିବା ଅନୁଯାୟୀ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ଲାଗେ। ଏପରିକି କଥା ଥାନା ଯାଏ ବି ଯାଇଥିଲା। ହେଲେ ଗତକାଲି କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳ ଭାସ୍କରଙ୍କ ପିଲାମାନେ ସକାଳୁ ଉଠି ମାର ଏଭଳି ଅବସ୍ଥା ଦେଖି ଗାଁଲୋକଙ୍କୁ ଖବର ଦେଇଥିଲେ।
ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।