ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଚଳିତ ବର୍ଷ ଧାନ ବିକ୍ରି ପ୍ରାପ୍ୟ ପ୍ରଦାନରେ ବିଳମ୍ବ ହୋଇଛି। ଧାନ ବିକ୍ରିର ଗୋଟିଏ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ପ୍ରାପ୍ୟ ମିଳିନଥିବା ଅଭିଯୋଗ ହେଉଛି। ଏପରିକି ଏହାକୁ ନେଇ ବିଧାନସଭାରେ ମଧ୍ୟ ବିରୋଧୀ ଶାସକ ଦଳକୁ ଘେରିଥିଲେ। ଅନ୍ୟପଟରେ ଯୋଗାଣ ନିଗମରୁ ମିଳୁଥିବା ତଥ୍ୟ ଅନୁସାରେ, ୨୭ ତାରିଖ ସୁଦ୍ଧା ଧାନ ବିକ୍ରିର ସମସ୍ତ ବକେୟା ପ୍ରାପ୍ୟ ଦିଆଯାଇଛି। ତେବେ ନିର୍ଦିଷ୍ଟ ଭାବରେ କେତେ ଟଙ୍କା ପ୍ରଦାନ କରାଗଲାଣି ସେ ସମ୍ପର୍କରେ ନିଗମ ପକ୍ଷରୁ ସ୍ପଷ୍ଟ କୁହାଯାଇ ନାହିଁ। ଧାନ ବିକ୍ରିର ୨୪ରୁ ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ଚାଷୀଙ୍କ ଆକାଉଣ୍ଟରେ ଜମା କରି ଦିଆଯିବା ନେଇ ଯୋଗାଣ ବିଭାଗ ନିୟମ କରିଥିଲେ।
ଗଞ୍ଜାମ ଜିଲ୍ଲାର ପ୍ରାୟ ୩୦ ହଜାରରୁ ଅଧିକ ଚାଷୀଙ୍କୁ ଏକ ମାସରୁ ଅଧିକ ସମୟ ପରେ ବି ପ୍ରାପ୍ୟ ନମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ଥାନୀୟ ଚାଷୀ ସଂଗଠନ ଋଷିକୁଲ୍ୟା ରୟତ ମହାସଭାର ସୂଚନା ଅନୁସାରେ, ୨୭ ତାରିଖରେ ଅନେକ ଚାଷୀଙ୍କ ଆକାଉଣ୍ଟରେ ପ୍ରାପ୍ୟ ଜମା ହୋଇସାରିଛି। ଏହା ସତ୍ତ୍ବେ ମଧ୍ୟ ୧୧ ହଜାର ଚାଷୀ ଆଜିବି ଟଙ୍କା ପାଇ ନାହାନ୍ତି। ଜିଲ୍ଲାରେ ଆଉ ଏକ ସମସ୍ୟା ହେଲା, ଏଠାରେ ମଣ୍ଡିରେ ଟାର୍ଗେଟ ସରିଯାଇଛି। କିନ୍ତୁ ଆହୁରି ୧୮ ହଜାର ଚାଷୀ ଅଛନ୍ତି, ଯେଉଁମାନଙ୍କ ପାଖରେ ଟୋକନ ଥିଲେ ମଧ୍ୟ ଧାନ ବିକ୍ରି କରିନାହାନ୍ତି। ଟୋକନ ପାଇଥିବା ପ୍ରତ୍ୟେକ ଚାଷୀଙ୍କ ଧାନ ବିକ୍ରି ନହେବା ପର୍ଯ୍ୟନ୍ତ ମଣ୍ଡି ବନ୍ଦ ନକରିବା ପାଇଁ ଚାଷୀ ନେତା ସୀମାଞ୍ଚଳ ନାଏକ କହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଡିସେମ୍ବର ୨୫ରୁ ଧାନ ବିକ୍ରି ଆରମ୍ଭ ହୋଇଥିଲା। ଗୋଟିଏ ମାସ ବିଳମ୍ବରେ ଅର୍ଥାତ ଜାନୁଆରି ୩୦ରେ ଏଠାରେ ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେଲା। ଜାନୁଆରିରୁ ଧାନ ବିକ୍ରି କରିଥିବା ଚାଷୀଙ୍କ ଟଙ୍କା ଦୁଇ ଦିନ ହେଲା ଦିଆଯାଉଥିଲେ ମଧ୍ୟ ଆହୁରି ଅନେକ ଟଙ୍କା ପାଇ ନାହାନ୍ତି। ଯୋଗାଣ ନିଗମରୁ ସିଧାସଳଖ ଟଙ୍କା ପ୍ରଦାନର ବ୍ୟବସ୍ଥା ଥିବାରୁ ଜିଲ୍ଲାସ୍ତରରେ ସିଏସଓ କହିପାରୁ ନାହାନ୍ତି।
ଏଣେ ରାଜ୍ୟ ଯୋଗାଣ ନିଗମ କୌଣସି ତଥ୍ୟ ଦେବାକୁ ରାଜି ନୁହେଁ। କୋରାପୁଟରେ ମଧ୍ୟ ଧାନ ସଂଗ୍ରହ ହେବା ଆରମ୍ଭରୁ ଚାଷୀଙ୍କୁ ପ୍ରାପ୍ୟ ପାଇବା ନେଇ ସମସ୍ୟା ହୋଇଛି। ଏଠାରେ ୪୦ ହଜାର ୬୯୯ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏଥିରୁ ୩୯ ହଜାର ୨୦୨ ଚାଷୀ ଧାନ ବିକ୍ରି କରିସାରିଛନ୍ତି। ଅର୍ଥାତ ଧାନ ବିକ୍ରିର ଅନ୍ତିମ ପର୍ଯ୍ୟାୟ ପହଞ୍ଚି ସାରିଥିଲେ ମଧ୍ୟ କିଛି ଦିନ ପୂର୍ବରୁ ବୋରିଗୁମ୍ମାର ଚାଷୀ ପ୍ରାପ୍ୟ ପାଇନଥିବା ନେଇ ସିଏସଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜାନୁଆରି ୩୧ରେ ୩ ହଜାରରୁ ଅଧିକ ଚାଷୀ ୨୫ ଦିନ ପରେ ପ୍ରାପ୍ୟ ଟଙ୍କା ପାଇନଥିବା ନେଇ ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲାରେ ଆଉ ଏକ ସମସ୍ୟା ହେଲା, ଏଠାରେ ଏକ ହଜାରରୁ ଅଧିକ ଚାଷୀ ଧାନ ଚାଷ କରିଥିଲେ ମଧ୍ୟ ସରକାରଙ୍କ ଡ୍ରୋନ ସର୍ଭେରେ ଏହାକୁ ପଡ଼ିଆ ଜମି କୁହାଯିବାରୁ ତାଙ୍କୁ ଧାନ ବିକ୍ରି ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା। ଏହାକୁ ନେଇ ସେମାନେ ଅଭିଯୋଗ ପରେ ପ୍ରଶାସନିକ ଅଧିକାରୀଙ୍କ ଯାଞ୍ଚରେ ଏହା ଚାଷ ଜମି ବୋଲି ଜଣାପଡ଼ିଥିଲା। ଏହା ସତ୍ତ୍ବେ ସେମାନଙ୍କୁ ଧାନ ବିକ୍ରି ପ୍ରକ୍ରିୟାରେ ସାମିଲ କରାଯାଇନଥିବା କୋରାପୁଟ ଚାଷୀ ସଂଗଠନ ଅଭିଯୋଗ କରିଛି। ବରଗଡ଼ ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟାୟରେ ଧାନ ବିକ୍ରି ଟଙ୍କା ଜମା ଠିକ ଥିଲା। ଜାନୁଆରି ଅନ୍ତିମ ସପ୍ତାହରେ ଯେଉଁ ଚାଷୀମାନେ ଧାନ ବିକ୍ରି କରିଥିଲେ ସେମାନଙ୍କ ମଧ୍ୟରୁ ଅନେକ ଟଙ୍କା ମିଳି ନାହିଁତ ଆଉ କିଛି ଜଣ ଡେରିରେ ପ୍ରାପ୍ୟ ପାଇଥିବା ଜଣାଇଛନ୍ତି। କିଛି ଦିନ ପୂର୍ବରୁ ନବରଙ୍ଗପୁରରେ ୩ ହଜାର ଚାଷୀ ଏକ ମାସରୁ ଊର୍ଧ୍ବ ସମୟ ହେଲା ପ୍ରାପ୍ୟ ଟଙ୍କା ପାଇନଥିବା ନେଇ ଅଭିଯୋଗ ହୋଇଥିଲା। ଏହା କେବଳ ଉଦାହରଣ ମାତ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହିଭଳି ସ୍ଥିତି ରହିଛି।
ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପଞ୍ଜୀକୃତ ୧୬ ଲକ୍ଷ ୫୯ ହଜାର ୮୯୯ ଚାଷୀଙ୍କ ମଧ୍ୟରୁ ୧୪ ଲକ୍ଷ ୮ ହଜାର ୯୨୫ ଚାଷୀ ଧାନ ବିକ୍ରି କରି ସାରିଛନ୍ତି। ସେମାନଙ୍କ ଠାରୁ ୬୨୫ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l