ରାଜ୍ୟ ସ୍ପେଶାଲ ରିପୋର୍ଟ

ଧାନ ପରିବହନ ଖର୍ଚ୍ଚ ସୂଚନା ଦେଲେନି ଯୋଗାଣ ମନ୍ତ୍ରୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ମଣ୍ଡିରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରେ ପ୍ୟାକ୍ସ। ଚାଉଳ ଉତ୍ପାଦନ ପାଇଁ ପ୍ରତ୍ୟେକ ମଣ୍ଡିରେ ମିଲରମାନଙ୍କୁ ଟ୍ୟାଗ କରାଯାଏ। ମଣ୍ଡିରୁ ମିଲ୍‌ ପର୍ଯ୍ୟନ୍ତ ଧାନ ପରିବହନ ଟ୍ୟାଗ ହୋଇଥିବା ମିଲ୍‌ ମାଲିକଙ୍କ ଦାୟିତ୍ବ। ଏଥିପାଇଁ ମିଲ୍‌ ମାଲିକଙ୍କୁ କିଲୋମିଟର ହିସାବରେ ଟଙ୍କା ଦିଆଯାଏ। ଅଯଥା ଖର୍ଚ୍ଚ ଏଡ଼ାଇବା ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାରେ ମଣ୍ଡି ନିକଟବର୍ତ୍ତୀ ମିଲ‌୍‌କୁ ଟ୍ୟାଗିଂ କରାଯାଏ। ଆବଶ୍ୟକ ମିଲ୍‌ ଅଭାବ ଥିବା ଦର୍ଶାଇ ପ୍ରତ୍ୟେକ ବର୍ଷ କନ୍ଧମାଳ, ଜଗତସିଂହପୁର, ଦେବଗଡ଼, ଭଦ୍ରକ, ବୌଦ୍ଧ, ପୁରୀ, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କଟକ, କୋରାପୁଟ ଜିଲ୍ଲାରେ ଗଞ୍ଜାମ, ବୌଦ୍ଧ, ପୁରୀ, ଯାଜପୁର, ସମ୍ବଲପୁର, ବରଗଡ଼, ଖୋର୍ଧାର ମିଲ୍‌ର ଯାଇ ଧାନ କ୍ରୟ କରିଥାଆନ୍ତି। ଏପରିକି କମ ଧାନ ସଂଗ୍ରହ ହେଉଥିବା ରବିରେ ମଧ୍ୟ ବାହାର ଜିଲ୍ଲାର ମିଲରଙ୍କୁ ମିଲିଂ ପାଇଁ ଟ୍ୟାଗିଂ କରାଯାଉଛି। ଉଭୟ ଖରିଫ ଏବଂ ରବିର ଧାନ ସଂଗ୍ରହ ପରିମାଣରେ ଆକାଶ-ପାତାଳ ତଫାତ ଥିଲେ ମଧ୍ୟ ଏହି ସମୟରେ ବାହାର ଜିଲ୍ଲାର ଟ୍ୟାଗିଂ ହୋଇଥିବା ମିଲ୍‌ ସଂଖ୍ୟା ପାଖାପାଖି ସମାନ। ଆଶ୍ଚର୍ଯ୍ୟ ବିଷୟ ହେଲା ୨୫୦ରୁ ୩୦୦ କିଲୋମିଟର ଦୂରର ମିଲ ମାଲିକ ମଣ୍ଡିରୁ ଧାନ ନେଉଛନ୍ତି ମାତ୍ର ୩ ବର୍ଷ ଧରି ପରିବହନ ବାବଦରେ ଖର୍ଚ୍ଚ ଏବଂ ମଣ୍ଡି ଠାରୁ ମିଲ୍‌ର ଦୂରତା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଧାନ ସଂଗ୍ରହ ବର୍ଷ ୨୦୨୨-୨୩ରେ ପଞ୍ଜୀକୃତ ଯୋଗ୍ୟ ବିବେଚିତ ଚାଷୀମାନଙ୍କ ଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଜଗତସିଂହପୁର, ଭଦ୍ରକ, ନୂଆପଡ଼ା, କଟକ, ସୁନ୍ଦରଗଡ଼, ଦେବଗଡ଼, ପୁରୀ, ନୟାଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଜିଲ୍ଲାର ମିଲରମାନଙ୍କୁ ନିଯୁକ୍ତ କରାଯାଇଛି। ୨୦୧୯ ମସିହା ଖରିଫରେ ୯ ଜିଲ୍ଲାରେ ୮୬, ରବିରେ ୩ ଜିଲ୍ଲାରେ ୫୧, ୨୦୨୦ ମସିହା ଖରିଫରେ ୧୧ ଜିଲ୍ଲାରେ ୯୧, ରବିରେ ୩ ଜିଲ୍ଲାରେ ୪୫, ୨୦୨୧ ମସିହା ଖରିଫରେ ୧୧ ଜିଲ୍ଲାରେ ୯୨, ରବିରେ ୩ ଜିଲ୍ଲାରେ ୮୧ ବାହାର ଜିଲ୍ଲାର ମିଲରଙ୍କୁ ଟ୍ୟାଗ୍‌ କରାଯାଇଛି। ମନ୍ତ୍ରୀ କହିଛନ୍ତି, ଖାଦ୍ୟ ଏବଂ ସଂଗ୍ରହ ନୀତି ଅନୁସାରେ, ଯେଉଁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଧାନ ମିଲ, ମିଲିଂ କ୍ଷମତା ନଥିବ କିମ୍ବା ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରୁନଥିବ, ସେହି ଜିଲ୍ଲାମାନଙ୍କରେ ଧାନ ସଂଗ୍ରହକାରୀ ସଂସ୍ଥା ପର୍ଯ୍ୟାପ୍ତ ମିଲିଂ କ୍ଷମତା ଥିବା ଜିଲ୍ଲାର ମିଲରମାନଙ୍କୁ ଏହି ସ୍ପଳ୍ପ ଧାନ ମିଲ ଓ ମିଲିଂ କ୍ଷମତା ଥିବା ଜିଲ୍ଲାରେ ଧାନ ସଂଗ୍ରହରେ ନିୟୋଜିତ କରାଯାଇ ପାରିବ। ଏହି ବ୍ୟବସ୍ଥା ରାଜ୍ୟ ଯୋଗାଣ ନିଗମର ଗାଇଡଲାଇନ ଅନୁସାରେ କରାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।