ରାଜ୍ୟ

ଧାନକୁ ନେଇ ଚିନ୍ତାରେ ଚାଷୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଅନୁଗୁଳ: ଏଥର ଭଲ ଧାନ ଅମଳ ହେଇଛି। ଚାଷୀଙ୍କ ପାଖରେ ଧାନ ଯାହାକୁ ଯେତେ। କିନ୍ତୁ ଏହି ଧାନ କେମିତି ବିକିବେ ତାକୁ ନେଇ ଚିନ୍ତାରେ ଚାଷୀ। ଧାନ ବିକିବା ପାଇଁ ଅନୁଗୁଳ ଜିଲ୍ଲାକୁ ଆବଶ୍ୟକ ଅନୁସାରେ ଟାର୍ଗେଟ୍‌ ଆସୁ ନ ଥିବାରୁ ଚାଷୀଙ୍କ ବଳକା ଧାନ ବିକ୍ରି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜିଲ୍ଲାରେ ଚାଲିଥିବା ଧାନ କିଣାରେ ତୃତୀୟ ପର୍ଯ୍ୟାୟ ଟାର୍ଗେଟ୍‌ ଶେଷ ହେବାକୁ ବସିଥିଲା ବେଳେ ବହୁ ଚାଷୀଙ୍କ ପାଖରେ ଏବେ ବି ଧାନ ବିକ୍ରି ନ ହୋଇ ପଡ଼ି ରହିଛି।

ଗତବର୍ଷର ମରୁଡ଼ି ପରେ ଚଳିତବର୍ଷ ଅନୁଗୁଳ ଜିଲ୍ଲାରେ ଭଲ ଚାଷ ହୋଇଥିଲା। ଚାଷୀମାନେ ଭଲ ଅମଳ କରିଥିବାରୁ ବଳକା ଧାନକୁ ବିକିବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏଥର ଅଧିକ ଅମଳ ହୋଇଥିବାରୁ ଧାନ କିଣା‌ ନେଇ ଅଧିକ ଟାର୍ଗେଟ୍‌ ଆସିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସରକାର ହାତଖୋଲା ଟାର୍ଗେଟ୍‌ ଦେଇ ନ ଥିଲେ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୮ ଲକ୍ଷ ୯୪ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍ ମିଳିଥିଲା। ଏହି ଟାର୍ଗେଟ୍‌ ଶେଷ ହେଲା ପରେ ଆଉ ଦୁଇଟି ପର୍ଯ୍ୟାୟରେ ଟାର୍ଗେଟ୍‌ ଆସିଛି।

କିନ୍ତୁ ଅଳ୍ପ ପରିମାଣର ଟାର୍ଗେଟ୍ ଆସୁଥିବାରୁ ଚାଷୀଙ୍କ ଧାନ ବିକିବା ନେଇ ସମସ୍ୟା ସୃଷ୍ଟି ହେଉଛି। ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସୁଦ୍ଧା ଜିଲ୍ଲାକୁ ୩ଟି ପର୍ଯ୍ୟାୟରେ ୧୦ ଲକ୍ଷ ୬୬ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ୍ ଆସିଛି। ଏଥିରୁ ୯ ଲକ୍ଷ ୬୯ ହଜାର କୁଇଣ୍ଟାଲ ଧାନ କିଣା ସରିଛି। ଟାର୍ଗେଟ୍‌ ସରିବାକୁ ବସିଥିଲାବେଳେ ଅଧିକ ଟାର୍ଗେଟ୍ ଦେବାକୁ ସରକାରଙ୍କୁ ଚିଠି ଲେଖିଛି ଯୋଗାଣ ବିଭାଗ। ସରକାର ଅଧିକ ଟାର୍ଗେଟ୍ ଦେଲେ ପୁଣି ଧାନ କିଣା ‌ହୋଇପାରିବ। ଏଥିପାଇଁ ସରକାର ଟୋକନ୍‌ ପ୍ରଦାନ କରିବେ। ଚାଷୀଙ୍କୁ ମିଳିଥିବା ଟୋକନ୍‌ ପ୍ରାୟ‌ ଶେଷ ହୋଇଯାଇଥିଲାବେଳେ ଏବେ ନୂ୍ଆ ଟୋକନ୍‌କୁ ଅପେକ୍ଷା ରହିଛି।

ଅନୁଗୁଳ ଜିଲ୍ଲାରେ ଡିସେମ୍ବର ୨୦ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାର ପାଖାପାଖି ୪୪ ହଜାର ଚାଷୀ ଧାନ ବିକିବାକୁ ନାମ ପଞ୍ଜୀକରଣ କରିଥିଲେ। ଏମାନେ ୧୦୦ ମଣ୍ଡିରେ ଧାନ ବିକ୍ରି କରିବାକୁ ସ୍ଥିର ହୋଇଥିଲା। ଏଥିରୁ ୫ଟି ସ୍ଥାନରେ ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣୁଥିଲାବେଳେ ୯୫ଟି ସ୍ଥାନରେ ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁ ଧାନ କିଣା ହେଉଛି। କିନ୍ତୁ ଟୋକନ୍‌ ଶେଷ ହୋଇଯିବା ପରେ ଅଧିକାଂଶ ମଣ୍ଡିରେ ଧାନ କିଣାବିକା ବନ୍ଦ ହୋଇଗଲାଣି। ଏପଟେ ପଞ୍ଜୀକୃତ ଚାଷୀଙ୍କ ଭିତରୁ ପ୍ରାୟ ୧୦ ହଜାର ଚାଷୀ କେଜିଏ ହେଲେ ଧାନ ବିକି ପାରି ନାହାନ୍ତି। ସୂଚନା ଅନୁସାରେ, ଧାନ ବିକିବା ପାଇଁ ୪୩,୪୭୮ ଜଣ ଚାଷୀଙ୍କ କାଗଜପତ୍ର ଯାଞ୍ଚ ସରିଛି। କିନ୍ତୁ ଆଜି ସୁଦ୍ଧା ୩୨, ୪୮୯ ଜଣ ଚାଷୀଙ୍କ ପାଖରୁ ୯,୬୯,୦୪୬ କୁଇଣ୍ଟାଲ ଧାନ କିଣା ହୋଇଛି।

ଏପଟେ କୃଷି ବିଭାଗ ଆକଳନ ଅନୁସାରେ, ଜିଲ୍ଲାରେ ଚାଷୀମାନେ ଏଥର ପ୍ରାୟ ୨୮ ଲକ୍ଷ କୁଇଣ୍ଟାଲ ଧାନ ଅମଳ କରିଛନ୍ତି। ତେଣୁ ଚାଷୀଙ୍କ ପାଖରେ ଧାନ ବଳକା ରହିବା ନିଶ୍ଚିତ। ସରକାର ଧାନ ନ କିଣିଲେ ଚାଷୀମାନେ ବାଧ୍ୟ ହୋଇ ଅଭାବୀ ବିକ୍ରି କରିବାର ମଧ୍ୟ ଆଶଙ୍କା ରହିଛି। ଏହାକୁ ନେଇ ଚାଷୀଙ୍କ ମୁଣ୍ଡରେ ଚିନ୍ତା ମାଡ଼ି ବସିଲାଣି। ଏଥିନେଇ ଯୋଗାଣ ଅଧିକାରୀ ସ୍ମିତା ନାୟକ କହିଛନ୍ତି, ତୃତୀୟ ପର୍ଯ୍ୟାୟ ଟାର୍ଗେଟ୍‌ ଶେ‌ଷ ହେବାକୁ ବସିଛି। ତେଣୁ ଜିଲ୍ଲା ପାଇଁ ଅଧିକ ଟାର୍ଗେଟ୍‌ ଦେବାକୁ ସରକାରଙ୍କୁ ଅନୁରୋଧ କରିଛୁ। ନୂଆ ଟାର୍ଗେଟ୍ ଆସିବା ପରେ ଧାନ କିଣା ସ୍ବାଭାବିକ ହୋଇପାରିବ ବୋଲି ସେ କହିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।