ଅପରାଧ ରାଜ୍ୟ

ଧଳାଜହର ହବ୍ ପାଲଟିଛି ଶ୍ରୀକ୍ଷେତ୍ର, ଦ୍ୱିନ ଦ୍ୱିପ୍ରହରରେ ବେଧଡକ ବିକ୍ରି ହେଉଛି ବ୍ରାଉନସୁଗର

ପୁରୀ ୨୦/୦୭: ଧଳାଜହର ବ୍ୟବସାୟୀଙ୍କ ହବ୍ ପାଲଟିଛି ଶ୍ରୀକ୍ଷେତ୍ର। ଦିନ ଦ୍ବିପ୍ରହରରେ ବିକ୍ରି ହେଉଛି ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ପୁରୀ ବାସେଳୀ ସାହି ଥାନା ମିଶ୍ର ନୋଳିଆ ସାହିରେ କିଛି ଅସାଧୁ ବ୍ୟକ୍ତି ନିଜ ଘରେ ଏହି ବ୍ୟବସାୟ କରୁଛନ୍ତି ।

ପ୍ରତିଦିନ ସେଠାରେ ନିଶାଡିଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି। ନିଶାଡି ମାନେ ହାତରେ ପୁଳା ପୁଳା ଟଙ୍କା ଧରି ଘର ଭିତରକୁ ବଢାଉଛନ୍ତି । ଏହା ପରେ ଘର ଭିତରୁ ଏକ ପୁଡିଆରେ ଧଳାଜହର ମିଳିଯାଉଛି। ପୁଡିଆ ମିଳିବା ପରେ ନିଶାଡୀ ମାନେ ବାଇକରେ ବସି ପଳାଉଛନ୍ତି। ଯାହାର ଭିଜୁଆଲ ନ୍ୟୁଜ ସେଭେନ ହାତରେ ଲାଗିଛି ।

ମିଶ୍ର ନୋଳିଆ ସାହିରେ ଏଭଳି ଖୁଲମଖୁଲା ବ୍ରାଉନ ସୁଗାର ବିକ୍ରି ହେଉଛି । ଆଉ ନିଶା ଖାଇ ବିଭିନ୍ନ ଅପରାଧ ଘଟାଉଛନ୍ତି । କିନ୍ତୁ ସବୁ ଜାଣି ପୋଲିସ କାହିଁକି ଚୁପ୍ ବସିଛି । ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।