ଅପରାଧ ରାଜ୍ୟ

ଧଳାଜହର କବଳରେ ଝାରସୁଗୁଡା, ୧୭ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଝାରସୁଗୁଡା ୨୫/୦୫: ଝାରସୁଗୁଡାରୁ ପ୍ରଥମ ଥର ପାଇଁ ଜବତ ହେଲା ବ୍ରାଉନ ସୁଗାର । ଝାରସୁଗୁଡା ଏୟାରପୋର୍ଟ ଛକରୁ ଟାଉନ ଥାନା ପୋଲିସ ପ୍ରାୟ ୧୬.୯୪୦ ଗ୍ରାମ (ପ୍ରାୟ 17ଗ୍ରାମ) ବ୍ରାଉନ ସୁଗାର ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ମଙ୍ଗଳ ବଜାର ଅଂଚଳର ୩ଜଣ ଯୁବକକୁ ପୋଲିସ ଗିରଫ ମଧ୍ୟ କରିଛି ।

ସେମାନଙ୍କ ଠାରୁ 2ଟି KTM ବାଇକ, ୧୩ହଜାର ୯୦ଟଙ୍କା, ଗୋଟିଏ ମୋବାଇଲ ଜବତ କରିଛି। ଏହି ବ୍ରାଉନ ସୁଗାର କଲିକତା, ରାଞ୍ଚି ଅଂଚଳରୁ ଆସୁଥିବାବେଳେ ଅଭିଯୁକ୍ତମାନେ ଏହାକୁ ଝାରସୁଗୁଡାର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ ।

ତେବେ ଗତକାଲି ଅପରାହ୍ନରେ ରାଉରକେଲା ପଟୁ ବ୍ରାଉନସୁଗାର ଆସୁଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଭିନ୍ନ ସ୍ଥାନରେ ନାକ ଚେକିଙ୍ଗ କରିବାସହ ଅଭିଯୁକ୍ତ ମାନଂକୁ ଏୟାରପୋର୍ଟ ଛକରୁ ଗିରଫ କରିଥିଲା । ଅଭିଯୁକ୍ତ ମାନେ ମଙ୍ଗଳବଜାର ଅଂଚଳର ଜିତେଶ କୁମ୍ଭାର, ଏମଡି ମୁମତାଜ ଓ ଇରସାଦ ଖାନ ବୋଲି ପୋଲିସ ସୂଚନା ଦେଇଛି । ମେଡିକାଲ ପରେ ଆଜି ଅଭିଯୁକ୍ତମାନଂକୁ କୋର୍ଟ ଚାଲାଣ କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।